ETV Bharat / sports

କୋରୋନାକୁ ମାତ୍‌ ଦେଲେ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

author img

By

Published : Oct 31, 2020, 12:03 PM IST

ରୋନାଲ୍ଡୋ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। 19ଦିନ ପରେ ଷ୍ଟାର ଫୁଟବଲର ରୋନାଲ୍ଡୋ ହୋଇଛନ୍ତି କୋରୋନା ମୁକ୍ତ । ଖୁବ୍‌ ଶୀଘ୍ର ଗ୍ରାଉଣ୍ଡକୁ ଓହ୍ଲାଇବେ କ୍ରିଷ୍ଟିଆନୋ ।

କୋରୋନାକୁ ମାତ୍‌ ଦେଲେ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ
କୋରୋନାକୁ ମାତ୍‌ ଦେଲେ ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ

ହାଇଦ୍ରାବାଦ: ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାର ସୂଚନା ଜୁଭେଣ୍ଟସ୍ କ୍ଲବ ଟ୍ବିଟ କରି ସୂଚନା ଦେଇଛି । 13 ଅକ୍ଟୋବରରେ 35ବର୍ଷୀୟ କ୍ରିଷ୍ଟିଆନୋଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ନେସନ୍ସ ଲିଗରେ ଫ୍ରାନ୍ସ ବିପକ୍ଷରେ ମ୍ୟାଚ ଖେଳିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସେ ତୁରନ୍ତ ଆଇସୋଲେସନ ପାଇଁ ଇଟାଲୀକୁ ଫେରି ଯାଇଥିଲେ ।

ଏବେ 19ଦିନ ପରେ କୋଭିଡ-19 ରିପୋର୍ଟ ନେଗେଟିଭ ଆସିଛି । ଫଳରେ ରୋନାଲ୍ଡୋଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଜୁଭେଣ୍ଟସ୍ ଏଫ୍‌ସି ଟ୍ବିଟ କରି ଉଲ୍ଲେଖକରିଛି ଯେ, ରୋନାଲ୍ଡ ସୁସ୍ଥ ହୋଇଛନ୍ତି । ପୁଣି ସେ ମୈଦାନକୁ ଫେରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.