ମିଲାନ: କ୍ରୀଷ୍ଟିଆନୋ ରୋନାଲ୍ଡୋ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସିରିଏ ଏ ର ସର୍ବଶ୍ରେଷ୍ଠ ଖେଳାଳି ଚୟନ ହୋଇଛନ୍ତି ।
ରୋନାଲ୍ଡୋ ଜୁଭେଣ୍ଟସ ପାଇଁ 2019ରେ ଏହି ପୁରସ୍କାର ଜିତିଥିଲେ । ଗତବର୍ଷ ମହାମାରୀ କୋରାନା ଭାଇରସ କାରଣରୁ ଏହି ପୁରସ୍କାର ଦିଆଯାଇନଥିଲା ।
ରୋନାଲ୍ଡୋ ଗତ ସିଜିନରେ 33ଟି ଲିଗ ମ୍ୟାଚରେ 31 ଗୋଲ୍ କରିଥିଲେ ।
ଆରମ୍ଭରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳିବା ଅଜବ ଥିଲା । ମାତ୍ର ବିଜୟ ଲକ୍ଷ୍ୟରେ ଖେଳିବା ପରେ ସହଜ ହୋଇଥିଲା । ଖେଳ ପାଇଁ ପ୍ରତିବଦ୍ଧତା ଓ ଅନୁଶାସନ ବଳରେ ସ୍ଥିର ପ୍ରଦର୍ଶନ କରିବାରେ ସଫଳ ହେଉଥିବା କହିଛନ୍ତି ରୋନାଲ୍ଡୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ