ETV Bharat / sports

AFCର 'ବ୍ରେକ ଦ ଚେନ୍‌' ଅଭିଯାନରେ ବାଇଚୁଙ୍ଗ ଭୂତିଆ

author img

By

Published : Mar 29, 2020, 2:10 PM IST

ଏସିଆ ଫୁଟବଲ ପରିସଂଘ କୋରୋନାକୁ ନେଇ ସଚେତନତା ଅଭିଯାନ ଆରମ୍ଭ କରୁଛି । ଏଥିରେ ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଯୋଗଦାନ କରିବେ ।

bhaichung bhutia
AFCର 'ବ୍ରେକ ଦ ଚେନ୍‌' ଅଭିଯାନରେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ଏସିଆ ଫୁଟବଲ ପରିସଂଘ(ଏଏଫସି)ର କୋଭିଡ-19 ମହାମାରୀର ସଚେତନତା ଅଭିଯାନରେ ଯୋଗ ଦେବେ ।

'ବ୍ରେକ ଦ ଚେନ୍‌' ଅଭିଯାନରେ ବାଇଚୁଙ୍ଗଙ୍କ ବ୍ୟତିତ ଏସିଆର ଲୋକପ୍ରିୟ ଫୁଟବଲରଙ୍କୁ ଦେଖିବାକୁ ମିଳିବ । ଏହି ଅଭିଯାନରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ବୁଝାଇବେ ।

ଏଏଫସି କହିଛି ଯେ, ବ୍ରେକ ଦ ଚେନ୍‌ ନାମକ ଏହି ଅଭିଯାନରେ ଭୂତିଆଙ୍କ ବ୍ୟତୀତ ଏସିଆର ଅନେକ ଲୋକପ୍ରିୟ ଫୁଟବଲର ବି ଦେଖାଯିବେ । ଏଥିରେ ଭୂତିଆଙ୍କ ବ୍ୟତିତ 2018 ଏଏଫସିର ସର୍ବଶ୍ରେଷ୍ଠ ମହିଳା ଖେଳିଳି ଓ୍ବାଙ୍ଗ ସୁଆଙ୍ଗ ଓ 2016 ଏଏଫସି ଚମ୍ପିଆନ୍ସ ଲିଗ ବିଜେତା ଡୋଙ୍ଗ ଜୈସେ ବଡ ବଡ ଖେଳାଳି ସିରିଜର ଆଗାମୀ ଭାଗରେ ଦେଖାଯିବେ ।

ଫିଫା ଦ୍ବାର କୋଭିଡ-19 ମହାମାରୀ ବିପକ୍ଷରେ ଆରମ୍ଭ ଅଭିଯାନରେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ସାମିଲ ହେବେ ତାଙ୍କ ସହ ବର୍ତ୍ତମାନ ଓ ପୂର୍ବତନ ଫୁଟବଲ ଖେଳାଳି ରହିବେ ।

'ପାସ୍‌ ଦ ମେସେଜ ଟୁ କିକ୍‌ କୋରୋନା ଭାଇରାସ' ଅଭିଯାନରେ ଲୋକଙ୍କୁ ହାତ ଧୋଇବା, କାଶିବା ସମୟରେ ମୁହଁରେ କପଡା ବ୍ୟବହାର କରିବା, ମୁହଁକୁ ଛୁଇଁବା ନାହିଁ, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ଘରେ ରହିବାକୁ କୁହାଯାଇଛି । ତେବେ ଏହି ଅଭିଯାନରେ ଲିୟୋନେଲ ମେସି, ବିଶ୍ବକପ୍‌ ବିଜେତା ଫ୍ଲିପ ଲାମ, ଇକେର ସୋସିଲାସ ଓ କାର୍ଲେସ ପୁୟୋଲ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.