ETV Bharat / sports

ମୋଦି ଓ କିରନ ରିଜିଜୁଙ୍କୁ ପ୍ରଶଂସାରେ ଶତମୁଖ ପ୍ରଫୁଲ ପଟେଲ

author img

By

Published : Dec 20, 2020, 10:17 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ ପଟେଲ। ଅଧିକ ପଢ଼ନ୍ତୁ...

Citizens also need to take up responsibility to turn India into sporting nation says sports minister Kiren Rijiju
ମୋଦି ଓ କିରନ ରିଜିଜୁଙ୍କୁ ପ୍ରଶଂସାରେ ଶତମୁଖ ପ୍ରଫୁଲ ପଟେଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁଙ୍କୁ ପ୍ରଶଂସା କରିଛନ୍ତି ଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ ପଟେଲ। ବିଗତ ଦିନରେ ଦେଶର କ୍ରୀଡ଼ା କ୍ଷେତ୍ରରେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେଇଥିବାରୁ ଭାରତ ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଫୁଲ ପଟେଲ। ଭାରତୀୟ କ୍ରୀଡ଼ା କ୍ଷେତ୍ରେ ଏକ କ୍ବାଣ୍ଟମ ଜମ୍ପ(quantum jump) ଏକ ବିଶାଳ ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଫୁଲ ପଟେଲ।

ନୂଆଦିଲ୍ଲୀରେ ଏଏଫସି ଏସିଆନ କପ 2027 ବିଡ ଘୋଷଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ ପଟେଲ। ଏହି ସମୟରେ ସେ କହିଛନ୍ତି ଯେ, "ନିକଟ ଅତୀତରେ କ୍ରୀଡ଼ା କ୍ଷେତ୍ରରେ ଆମେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖିଛୁ। ପ୍ରଧାନମନ୍ତ୍ରୀ ଜଣେ କ୍ରୀଡ଼ା ଉତ୍ସାହୀ ବ୍ୟକ୍ତି। ଦେଶରେ କ୍ରୀଡ଼ାର ଉନ୍ନତି ପାଇଁ ସେ ବିଶେଷ ଭାବରେ ଧ୍ୟାନ ଦେଇଛନ୍ତି। ଏହଛଡ଼ା ଯେଉଁ କ୍ରୀଡ଼ାରେ ଲୋକଙ୍କ ଏତେଟା ଉତ୍ସାହ ରହିନଥିଲା ସେଥିପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ।"

ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଉପସ୍ଥିତ ରହିଥିଲେ। ସେ ଭାରତ ସରକାରଙ୍କ ପକ୍ଷରୁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାକୁ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ," ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଖେଲୋ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇ ପାରିଛି। ଏହି କାର୍ଯ୍ୟକ୍ରମ ଦେଶରେ ବହୁ ସଫଳତା ହାସଲ କରିଛି। ଏଏଫସି ଏସିଆନ କପ ଏସିଆର ଏକ ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ। କ୍ରୀଡ଼ାର ଉନ୍ନତି ପାଇଁ ଭାରତ ସରକାରଙ୍କ ଏହାଏକ ସ୍ବାଗତ ଯୋଗ୍ୟ ଚିନ୍ତାଧାରା। "

ଏଏଫସି ଏସିଆନ କପ ଆୟୋଜନ କରିବା ପାଇଁ ଭାରତ ବ୍ୟତୀତ ଅନ୍ୟ ଏସିୟ ଦେଶଗୁଡ଼ିକ ମଧ୍ୟ ବିଡ ଲଗାଇଛନ୍ତି। ଏଥିରେ ସାଉଦି ଆରବ, ଇରାନ ଓ କତାର ଭଳି ହେବିୱେଟ ଦେଶ ସାମିଲ ରହିଛନ୍ତି। ଏଏଫସି ଏସିଆନ କପ ଆୟୋଜନ ପାଇଁ ଜୋରଦାର ପ୍ରତିଯୋଗିତା ହେବ ବୋଲି ଆଶାୟୀ ହୋଇ ରହିଛନ୍ତି ପ୍ରଫୁଲ ପଟେଲ।

ଭାରତରେ କ୍ରୀଡ଼ାକୁ ଆହୁରି ଉନ୍ନତ କରିବାକୁ ହେଲେ ଏଥିରେ ଫୁଟବଲ ଖେଳ ପ୍ରମୁଖ ଭୁମିକା ଗ୍ରହଣ କରିବ। ଭାରତ ଏକ କ୍ରୀଡା ରାଷ୍ଟ୍ର ଭାବରେ ଉଭା ହେବା ଆବଶ୍ୟକ। ଫୁଟବଲ ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳ। ଏହି ଖେଳକୁ ଉନ୍ନତ କରିବାକୁ ହେଲେ ଏଥିରେ ଦେଶର ନାଗରିକ ସାମିଲ ହେବା ନିହାତି ଆବଶ୍ୟକ। 2017 ମସିହାରେ 17 ବର୍ଷରୁ କମ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ବେଳେ ଭାରତୀୟ ଫୁଟବଲ ଫ୍ୟାନମାନେ ଷ୍ଟାଡିୟମ ଗୋଟିଏ ବି ସିଟ ଛାଡ଼ିନଥିଲେ। ଏହାଦ୍ବାରା ଭାରତରେ ପ୍ରତ୍ୟେକ ଖେଳ କେତେ ଗୁରୁତ୍ବପୂର୍ଣ୍ଣ ଜଣା ପଡ଼ୁଛି ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.