ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ଷ୍ଟ୍ରାଇକର ଲାଲିଆନଜୁଆଲା ଚଙ୍ଗତେ କ୍ୟାପଟେନ ସୁନୀଲ ଛେତ୍ରୀଙ୍କୁ ନେଇ ରଖିଛନ୍ତି ବଡ ବୟାନ । ସୁନୀଲ ଛେତ୍ରୀଙ୍କ କେତୋଟି କଥା ତାଙ୍କ ଫୁଟବଲ କ୍ୟାରିୟରକୁ ବଦଳାଇଥିବା କହିଛନ୍ତି ଲାଲିଆନଜୁଆଲା ।
ବର୍ଷ 2015ରେ SAFF ସୁଜୁକି ଚମ୍ପିଆନସିପରେ ନେପାଳ ବିପକ୍ଷରେ ଡେବ୍ୟୁ କରିଥିଲେ ଲାଲିଆନଜୁଆଲା । ମ୍ୟାଚରେ କାନ୍ଧରେ ହାତ ରଖି ସୁନୀଲ ଛେତ୍ରୀ ଭରଷା ଦେଇଥିଲେ । ଏହି ମ୍ୟାଚରେ 2-0ରେ ବିଜେତା ହୋଇଥିଲା ଭାରତ ।
ଏହାପରେ ସେ ଫୁଟବଲ କ୍ୟାରିୟରରେ ଆତ୍ମବିଶ୍ବାସର ସହ ଖେଳିପାରିଛନ୍ତି । ସୁନୀଲ ଛେତ୍ରୀଙ୍କ ନେତୃତ୍ବକୁ ଶ୍ରେଷ୍ଠ ବୋଲି ସେ କହିଛନ୍ତି ଫୁଟବଲ ଟିମ ଇଣ୍ଡିଆର ଷ୍ଟ୍ରାଇକର ଲାଲିଆନଜୁଆଲା ଚଙ୍ଗତେ ।