ETV Bharat / sports

ISL: ବୋଜିନ୍ଦର ବନ୍ଦୋଭିକ ଚେନ୍ନାଇୟାନ ଏଫସିର ନୂଆ କୋଚ୍‌

author img

By

Published : Jul 11, 2021, 6:58 AM IST

ISL କ୍ଳବ ଚେନ୍ନାଇୟାନ ଏଫସିର ନୂଆ ମୁଖ୍ୟ କୋଚ୍‌ ହେଲେ 51 ବର୍ଷୀୟ ବୋଜିନ୍ଦର ବନ୍ଦୋଭିକ । ଅଧିକ ପଢନ୍ତୁ...

Chennaiyin FC appoint Bozidar Bandovic as head coach
ISL: ବୋଜିନ୍ଦର ବନ୍ଦୋଭିକ ଚେନ୍ନାଇୟାନ ଏଫସିର ନୂଆ କୋଚ୍‌

ଚେନ୍ନାଇ: ଇଣ୍ଡିଆନ ସୁପର ଲିଗ(ISL)ର 2021-22 ସଂସ୍କରଣ ପୂର୍ବରୁ ଚେନ୍ନାଇୟାନ ଏଫସି ନୂଆ ମୁଖ୍ୟ କୋଚ ନିଯୁକ୍ତ କରିଛି । 51 ବର୍ଷୀୟ ବୋଜିନ୍ଦର ବନ୍ଦୋଭିକ CFCର ନୂଆ କୋଚ୍‌ ହୋଇଛନ୍ତି । ଗୋଟିଏ ବର୍ଷ ପାଇଁ କ୍ଳବ ସହ ଏହି ଚୁକ୍ତି କରିଛନ୍ତି ବନ୍ଦୋଭିକ ।

"ଚେନ୍ନାଇୟାନ ଏଫସି ପରିବାରରେ ସାମିଲ ହୋଇଥିବାରୁ ଉତ୍ସାହିତ । ଏହି କ୍ଳବ ସ୍ବତନ୍ତ୍ର, ଓ ମୁଁ ବହୁତ ଖୁସି," ଏହା କହିଛନ୍ତି ନୂଆ ମୁଖ୍ୟ କୋଚ୍‌ ।

ବୁରିରମ ୟୁନାଇଟେଡର କୋଚ୍‌ ଭାବେ ବେଶ ସଫଳ ରହିଛନ୍ତି ବନ୍ଦୋଭିକ । 2016-17 ଓ 2017-18 ଥାଇ ଲିଗ ଟାଇଟେଲ ସହ 2017-18ରେ ଥାଇ ଲିଗ ମ୍ୟାନେଜର ଅଫ ଦ ଇୟର ଆୱାର୍ଡ ବିଜେତା ରହିଛନ୍ତି ।

ବନ୍ଦୋଭିକଙ୍କ ସମୟରେ ବୁରିରମ ୟୁନାଇଟେଡ 2017-18 ସଂସ୍କରଣର ଲିଗ ଚମ୍ପିଆନ ହୋଇଥିଲା ଓ FA କପ ଫାଇନାଲରେ ପ୍ରବେଶ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.