ଭୁବନେଶ୍ବର: ହିରୋ ସୁପର କପର ଖେଳାଯାଉଥିବା ତୃତୀୟ ପ୍ରି କ୍ବାର୍ଟର ମ୍ୟାଚରେ ପୁନେ ସିଟିକୁ ଧମାକାଦାର 4-2ଗୋଲରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛି ଚେନ୍ନାଇ ସିଟି କ୍ଲବ । ଯେଉଁଥିରେ ଦଳର କ୍ୟାପଟେନ ପ୍ରତିଯୋଗିତାର ପ୍ରଥମ ହ୍ୟାଟ୍ରିକ ଗୋଲ ସ୍କୋର କରିଥିବା ବେଳେ ହିରୋ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଖେଳ ଆରମ୍ଭରୁ ଉଭୟ ଦଳ ମଧ୍ୟରେ ବେଶ ରୋମାଞ୍ଚ ପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଦଳ ପକ୍ଷରୁ 3ଟି ଗୋଲ ସ୍କୋର ହୋଇଥିଲା । ପ୍ରଥମ ଦଳ ଭାବେ ଚେନ୍ନାଇ ମାତ୍ର 5 ମିନିଟର ବ୍ୟବଧାନରେ 2ଟି ଗୋଲ ଯଥା 34 ଓ 39 ମିନିଟ ମଧ୍ୟରେ ଦେବାକୁ ସକ୍ଷମ ହୋଇଥିଲା । ଯାହାକୁ ଦଳର କ୍ୟାପଟେନ ଏମ ପେଡରୋ ସ୍କୋର କରିଥିଲେ । ଯାହାକୁ ଟାର୍ଗେଟ କରି ପୁନେ ପକ୍ଷରୁ ମାର୍କେଲୋ ପେରିଆର 43 ମିନିଟରେ ଏକ ଗୋଲ ଦେଇଥିଲେ।
ମଧ୍ୟାନ୍ତର ପରେ ଚେନ୍ନାଇର ଚାର୍ଲସ 2ଟି ଏଲୋ କାର୍ଡ ପାଇବା ଦ୍ବାରାପଡ଼ିଆରୁ ବିଦା ହୋଇଥିଲେ । ଯାହାଫଳରେ ଦଳ 10ଜଣ ଖେଳାଳିଙ୍କୁ ନେଇ ଖେଳିଥିଲେ ମଧ୍ୟ ବେଶ ଆକ୍ରମଣାତ୍ମକ ଖେଳ ଜାରି ରଖି 61 ଓ 64 ମିନିଟରେ ଆଉ ଦୁଇଟି ଗୋଲ ଦେଇଥିଲା । ଯାହାକୁ ଏମ ପେଡରୋ ଓ ଏସ ସାଣ୍ଡରୋ ସ୍କୋର କରିଥଲେ । ଯାହାଫଳରେ ଦଳ ବିଜୟ ଲାଭ କରିଥିଲା ।
ତେବେ 56 ମିନିଟ ସମୟରେ ପୁନେର ଖେଳାଳି ମାର୍କୋ ଏକ ପେନାଲଟି କର୍ଣ୍ଣରରୁ ଗୋଲ ସ୍କୋର କରି ଦଳର ସ୍କୋର କାର୍ଡ 2 କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ମଧ୍ୟ ଦଳକୁ ବିଜୟ ଦେଖାଇପାରିନଥିଲେ । ଫଳରେ ଦଳ ପରାଜୟ ସହିତ ପ୍ରତିଯୋଗୀତାରୁ ବିଦାୟ ନେଇଛି ।
ରବିବାର ହୋଇଥିବା ମ୍ୟାଚରେ ଚେନ୍ନାଇର କ୍ୟାପଟେନଙ୍କ ଉନ୍ନତ ପ୍ରଦର୍ଶନ ଓ ହ୍ୟାଟ୍ରିକ ଗୋଲ ପାଇଁ ହିରୋ ଅଫ ଦ ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ