ETV Bharat / sports

'ବେଙ୍ଗାଲୁରୁ ଏଫସି ଖେଳାଳିଙ୍କ କଟକଣା ଉଲ୍ଲଙ୍ଘନ ଗ୍ରହଣୀୟ ନୁହେଁ' - ଏଏଫସି କପ ମ୍ୟାଚ ସ୍ଥଗିତ

ମାଳଦୀପରୁ ଫେରିବେ ଏଏଫସି କପରେ ଭାଗ ନେଇଥିବା ଫୁଟ କ୍ଲବ । ଏଥିରେ ଭାରତର ଏଟିକେ ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫସି ମଧ୍ୟ ସାମିଲ ରହିଛନ୍ତି । ଅଧିକ ପଢ଼ନ୍ତୁ...

'ବେଙ୍ଗାଲୁରୁ ଏଫସି ଖେଳାଳିଙ୍କ କଟକଣା ଉଲ୍ଲଙ୍ଘନ ଗ୍ରହଣୀୟ ନୁହେଁ'

author img

By

Published : May 9, 2021, 6:31 PM IST

ନୂଆଦିଲ୍ଲୀ: ମାଳଦୀପରୁ ଫେରିବେ ଏଏଫସି କପରେ ଭାଗ ନେଇଥିବା ଫୁଟ କ୍ଲବ । ଏଥିରେ ଭାରତର ଏଟିକେ ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫସି ମଧ୍ୟ ସାମିଲ ରହିଛନ୍ତି । ବେଙ୍ଗାଲୁରୁ ଏଫସିର କିଛି ଖେଳାଳି କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଥିଲେ ମାଳଦୀପ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ମାହଲୁଫ । ଏହାକୁ ନେଇ ସେ ଟ୍ବିଟ କରିବା ସହ ବେଙ୍ଗାଲୁରୁ ଏଫସିକୁ ତୁରନ୍ତ ମାଳଦୀପ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବେଙ୍ଗାଲୁରୁ ଏଫସିର ଫୁଟବଲ ଖେଳାଳିମାନେ କିଭଳି ଭାବରେ କୋଭିଡ ନିୟମ ଉଲ୍ଲଂଘନ କଲେ ତାହାକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ମାଳଦୀପ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ମାହଲୁଫ ଟ୍ବିଟ କରି ଲେଖିଛନ୍ତି ଯେ, "ଶକ୍ତ କୋଭିଡ କଟକଣାକୁ ବେଙ୍ଗାଲୁରୁ ଏଫସି ଯେଉଁଭଳି ଭଳି ଭାବରେ ଭଙ୍ଗ କରିଛି ତାହା ଆଦୌ ଗ୍ରହଣୀୟ ନୁହେଁ । କ୍ଲବକୁ ତୁରନ୍ତ ମାଳଦୀବ ଛାଡ଼ିବାକୁ ହେବ, କାରଣ ଏଭଳି ଦାୟିତ୍ବହୀନତାକୁ ଆମେ ପ୍ରଶୟ ଦେବୁନାହିଁ । କୋରୋନା ମହାମାରୀ ସମୟରେ ଆମେ ଯାହା ନିଷ୍ପତ୍ତି ନେଇଥିଲୁ ତାହାକୁ ଆମେ ସମ୍ମାନ କରୁଛୁ । ଲୋକଙ୍କ ଚାପରେ ମଧ୍ୟ ଆମେ ଏଫସି କପ ପାଇଁ ଅନୁମତି ଦେଇଥିଲୁ ।"

ମେ 11 ତାରିଖରେ ଇଣ୍ଡିଆନ ସୁପର ଲିଗର ବେଙ୍ଗାଲୁରୁ ଏଫସି ଓ ମାଳଦୀପର କ୍ଲବ ଇଗଲ୍ସ ମଧ୍ୟର ମ୍ୟାଚ ହେବାକୁ ଥିଲା । କିନ୍ତୁ ବେଙ୍ଗାଲୁରୁ ଏଫସିର କିଛି ଖେଳାଳିଙ୍କ ଦାୟିତ୍ବହୀନତା ପରେ ମାଳଦୀପ ଫୁଟବଲ ଆସୋସିଏସନ ସହ ଆଲୋଚନା କରିଥିଲେ ମାଳଦୀପ କ୍ରୀଡ଼ାମନ୍ତ୍ରୀ ଅହମ୍ମଦ ମାହଲୁଫ । ଏହାପରେ ବେଙ୍ଗାଲୁରୁ ଫୁଟବଲ କନଫଡେରେସନକୁ ଏଏଫସି କପର ଗ୍ରୁପ ଡି ପର୍ଯ୍ୟାୟ ମ୍ୟାଚ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେପଟେ ଏଟିକେ ମୋହନ ବାଗାନ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପାଇଁ ଯୋଗ୍ୟତା ହାସଲ କରିଛି । କ୍ଲବ ଇଗଲ୍ସ ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳାଯିବାକୁ ଥିବା ପ୍ଲେ-ଅଫ ମ୍ୟାଚରେ ବିଜୟୀ ଦଳ ଏଟିକେ ମୋହନ ବାଗାନ ସହ ମ୍ୟାଚ ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.