ନୂଆଦିଲ୍ଲୀ: ଭାରତୀୟ ଫୁଟବଲର କୋରୋନା ସଂକ୍ରମିତ । 2017 ଫିଫା 17ରୁ କମ ବିଶ୍ବକପରେ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ବ କରିଥିବା 20ବର୍ଷୀୟ ଖେଳାଳି ବୋରିସ ସିଂ ଥଙ୍କଜାମଙ୍କୁ କୋରୋନା । ବୋରିସ ଆଇଏସଏଲ ଦଳ ଏଟିକେ ପାଇଁ ମଧ୍ୟ ଖେଳନ୍ତି । 2018ରେ ଏଟିକେ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି ।
ସୂଚନାଥାଉକି ସେ ମଣିପୁରରେ ସଙ୍ଗରୋଧ ଅଛନ୍ତି ।
ବୋରିସଙ୍କ ଜଣେ ସମ୍ପର୍କୀୟଙ୍କ ସୂଚନାନୁସାରେ, ଫୁଟବଲର ବୋରିସଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ କ୍ବାରେଣ୍ଟିନରେ ରହି ଚିକିତ୍ସିତ ହେଉଛନ୍ତି ।