ETV Bharat / sports

ଫୁଟବଲ ଟିମ ଇଣ୍ଡିଆ ଖେଳାଳିଙ୍କ ସହ AIFF ସଭାପତିଙ୍କ ଅନଲାଇନ ବୈଠକ

ଜାତୀୟ ଫୁଟବଲ ଖେଳାଳିଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ସର୍ବଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ । ଏହି କାର୍ଯ୍ୟକ୍ରମରେ କୋରୋନା ଭାଇରସ ଲକଡାଉନ ସମୟରେ ଖେଳାଳିଙ୍କ ସ୍ଥିତି ସମୀକ୍ଷା କରିଛନ୍ତି AIFF ସଭାପତି ।

AIFF president interacts with national team players via video conference
ଫୁଟବଲ ଟିମ ଇଣ୍ଡିଆ ଖେଳାଳିଙ୍କ ସହ AIFF ସଭାପତିଙ୍କ ଅନଲାଇନ ବୈଠକ
author img

By

Published : May 16, 2020, 11:05 AM IST

ନୂଆଦିଲ୍ଲୀ: ଜାତୀୟ ଫୁଟବଲ ଖେଳାଳିଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ସର୍ବଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ । ଏହି କାର୍ଯ୍ୟକ୍ରମରେ କୋରୋନା ଭାଇରସ ଲକଡାଉନ ସମୟରେ ଖେଳାଳିଙ୍କ ସ୍ଥିତି ସମୀକ୍ଷା କରିଛନ୍ତି AIFF ସଭାପତି ।

ଭିଡିଓ କନ୍ଫରେନ୍ସିଂରେ ପୁରୁଷ ଜାତୀୟ ସିନିୟର ଟିମ କ୍ୟାପଟେନ ସୁନୀଲ ଛେତ୍ରୀ, ସନ୍ଦେଶ ଝିଙ୍ଗାନ, ଅନିରୁଦ୍ଧ ଥାପ୍ପା, ଅମରିନ୍ଦର ସିଂହ ଯୋଗ ଦେଇଥିଲେ । ମହିଳା ସିନିୟର ଟିମରୁ ବାଲାଦେବୀ, ଅଦିତି ଚୌହାନ ଓ ଦଙ୍ଗମେଇ ଗ୍ରେସ ଭାଗ ନେଇଥିଲେ ।

16 ବର୍ଷରୁ କମ ଓ 17 ବର୍ଷରୁ କମ ଭାରତୀୟ ଦଳର ଜାତୀୟ ଖେଳାଳି ମଧ୍ୟ ସାମିଲ ହୋଇଥିଲେ । 17 ବର୍ଷରୁ କମ ଭାରତୀୟ ମହିଳା ଫୁଟବଲ ବିଶ୍ବକପ ଦଳର ଖେଳାଳିମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଏଥିସହିତ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ AIFF ସାଧାରଣ ସମ୍ପାଦକ କୁଶଲ ଦାସ, ଓ ଜାତୀୟ ଟିମର ନିର୍ଦ୍ଦେଶକ ଅଭିଶେକ ଯାଦବ ଭାଗ ନେଇଥିଲେ ।

ସମସ୍ତ ଖେଳାଳିକଙ୍କ ସହ ପୃଥକ ଭାବେ କଥା ହେବା ସହ ସୁରକ୍ଷିତ ଓ ସୁସ୍ଥତା କାମନା କରିଥିଲେ ସର୍ବଭାରତୀୟ ଫୁଟବଲ ଫେଡେରେସନର ସଭାପତି ପ୍ରଫୁଲ୍ଲ ପଟେଲ । ଏଥିସହିତ ଖେଳାଳିଙ୍କ ମନୋବଳ ବଢାଇବା ସହ ସହ ଫୁଟବଲ ଆରମ୍ଭ ନେଇ ପ୍ରସ୍ତୁତ ରହିବାକୁ ମଧ୍ୟ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.