ETV Bharat / sports

ପିଟର ଭାଜଙ୍କ ପରଲୋକ, AIFFର ଗଭୀର ଶୋକ

author img

By

Published : Dec 25, 2020, 8:41 PM IST

'ସ୍ପୋର୍ଟିଂ କ୍ଳବ ଦି ଗୋଆ' ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ପିଟର ଭାଜଙ୍କ ପରଲୋକ । 53 ବର୍ଷ ବୟସରେ ଭାଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...

AIFF fraternity shocked to hear about demise of Peter Vaz, says Kushal Das
ପିଟର ଭାଜଙ୍କ ପରଲୋକ, AIFFର ଗଭୀର ଶୋକ

ନୂଆଦିଲ୍ଲୀ: 'ସ୍ପୋର୍ଟିଂ କ୍ଳବ ଦି ଗୋଆ' ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ପିଟର ଭାଜଙ୍କ ପରଲୋକ । 53 ବର୍ଷ ବୟସରେ ଭାଜ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭାଜଙ୍କ ଆକସ୍ମିକ ମୃତ୍ୟୁରେ ସର୍ବଭାରତୀୟ ଫୁଟବଲ ମହାସଂଘ ଶୋକବ୍ୟକ୍ତ କରିଛି ।

ଗୋଆର ପ୍ରମୁଖ ଉଦ୍ୟୋଗପତି ଥିଲେ ଭାଜ । ନିର୍ମାଣ, ପର୍ଯ୍ୟଟନ, ଚିକିତ୍ସା ଏବଂ କ୍ରୀଡା କ୍ଷେତ୍ରରେ ତାଙ୍କର ପ୍ରମୁଖ ଯୋଗଦାନ ରହିଥିଲା ।

ବର୍ଷ 1999-2000ରେ ସେ 'ସ୍ପୋର୍ଟିଂ କ୍ଳବ ଦି ଗୋଆ' ପ୍ରତିଷ୍ଠା କରିଥିଲେ । ONGC ସୁପର କପ 2005, GFA ଲିଗ ଓ ବର୍ଷ 2005, 2006 ଓ 2014ରେ ଫେଡେରେସନ କପ ଫାଇନାଲରେ 3ଥର ପ୍ରବେଶ କରିଛି ତାଙ୍କର କ୍ଳବ । ଏଥିସହ 2004-05 ଜାତୀୟ ଫୁଟବଲ ଲିଗରେ ରନର୍ସଅପ ମଧ୍ୟ ହୋଇଥିଲା ଟିମ ।

ଭାଜଙ୍କ ଉଦ୍ଦେଶ୍ୟରେ AIFF ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି ଫୁଟବଲ ପ୍ରତି ତାଙ୍କର ଦୁର୍ବଳତା ଅବର୍ଣ୍ଣନୀୟ ଓ ଜଣେ ଦକ୍ଷ ଫୁଟବଲ ପ୍ରଶାସକ ଥିଲେ । ଭାରତୀୟ ଫୁଟବଲକୁ ଭାଜଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ, ଏକ ଏହ ଅପୂରଣୀୟ କ୍ଷତି ବୋଲି ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ କୁହାଯାଇଛି । ସଭାପତି ପ୍ରଫୁଲ୍ଲ ପଟେଲ, ଷ୍ଟାଫ, ଓ ସଂଘ ପକ୍ଷରୁ ଅମତ ଆତ୍ମାର ସଦଗତି କାମନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.