ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବାନୀ ରୟ । ସର୍ବଭାରତୀୟ ଫୁଟବଲ ମହାସଂଘ(AIFF) ଭବାନୀଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି । ବର୍ଷ ୧୯୬୯ରେ ମେରଡେକା କପ୍ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ରୟ । ସେ ଭାରତକୁ ୩ଟି ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି ।
-
AIFF condoles the demise of former India International Bhabani Roy 🙏💐
— Indian Football Team (@IndianFootball) September 13, 2021 " class="align-text-top noRightClick twitterSection" data="
Statement 👉 https://t.co/OiYCcRKSdA#IndianFootball #RIP pic.twitter.com/1OjTpgxJrN
">AIFF condoles the demise of former India International Bhabani Roy 🙏💐
— Indian Football Team (@IndianFootball) September 13, 2021
Statement 👉 https://t.co/OiYCcRKSdA#IndianFootball #RIP pic.twitter.com/1OjTpgxJrNAIFF condoles the demise of former India International Bhabani Roy 🙏💐
— Indian Football Team (@IndianFootball) September 13, 2021
Statement 👉 https://t.co/OiYCcRKSdA#IndianFootball #RIP pic.twitter.com/1OjTpgxJrN
ଘରୋଇ ସ୍ତରରେ ୧୯୬୮ରେ ସେ ପଶ୍ଚିମବଙ୍ଗର ସନ୍ତୋଷ ଟ୍ରଫି ସ୍କ୍ବାଡର ସଦସ୍ୟ ଥିଲେ ଓ ୧୯୭୧ ବିଜୟୀ ସ୍କ୍ବାଡର ସଦସ୍ୟ ଥିଲେ ।
୧୯୬୮ ଠାରୁ ସେ କ୍ଳବ ଫୁଟବଲ ମୋହୁନ ବଗାନ ପକ୍ଷରୁ ଖେଳିଥିଲେ । ପରେ ୧୯୭୨ରେ ଗ୍ରୀନ ଓ ମେରୁନ ଟିମର ଅଧିନାୟକ ମଧ୍ୟ ରହିଥିଲେ । ଜଣେ କ୍ଳବ ଖେଳାଳି ଭାବେ ବର୍ଷ ୧୯୭୨ ତାଙ୍କର ଶେଷ ବର୍ଷ ଥିଲା । ସେ ୫ଟି ଗୋଲ୍ ସ୍କୋର କରିବା ସହିତ ୧୯୬୯ରେ କ୍ଳବକୁ CFL ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ବଗାନ ମଧ୍ୟ ସମାନ ବର୍ଷ IFA ସିଲ୍ଡ ଜିତିଥିଲା ।
ବର୍ଷ ୧୯୬୮, ୧୯୭୦, ୧୯୭୧ ଓ ୧୯୭୨ରେ କ୍ଳବକୁ ରୋଭର କପ ବିଜୟୀ କରାଇବାରେ ସେ ପ୍ରମୁଖ ସଦସ୍ୟ ରହିଥିଲେ । ଶୋକବାର୍ତ୍ତାରେ AIFF ସଭାପତି ପ୍ରଫୁଲ୍ଲ ପଟେଲ, "ଏହା ଦୁଃଖଦ ଖବର, ଭାରତୀୟ କ୍ରୀଡାକୁ ତାଙ୍କର ଅବଦାନ ପାଶୋରି ହେବନାହିଁ ।"
ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ