ETV Bharat / sports

ହାଇଦ୍ରାବାଦ ଏଫସିରେ ସାମିଲ ହେଲେ ଅବଦୁଲ ରବି

author img

By

Published : Jun 22, 2021, 7:39 PM IST

ହାଇଦ୍ରାବାଦ ଏଫସିରେ ସାମିଲ ହେଲେ କେରଳର ଯୁବ ୱିଙ୍ଗର ଅବଦୁଲ ରବି । ଏହାକୁ ନେଇ ହାଇଦ୍ରାବାଦ ଏଫସି ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ...

abdul rabeeh joins hyderabad fc
abdul rabeeh joins hyderabad fc

ହାଇଦ୍ରାବାଦ: ହାଇଦ୍ରାବାଦ ଏଫସିରେ ସାମିଲ ହେଲେ କେରଳର ଯୁବ ୱିଙ୍ଗର ଅବଦୁଲ ରବି । ଏହାକୁ ନେଇ ହାଇଦ୍ରାବାଦ ଏଫସି ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଇଣ୍ଡିଆନ ସୁପର ଲିଗ ଆଗାମୀ ସିଜିନ ପୂର୍ବରୁ ଏହି ଯୁବ ଖେଳାଳିଙ୍କୁ ଫ୍ରାଞ୍ଚାଇଜିରେ ସାମିଲ କରି ହାଇଦ୍ରାବାଦ ଏଫସି ଅଧିକ ମଜବୁତ ହେବା ନେଇ ଆଶା ରଖିଛି ।

ଇଣ୍ଡିଆନ ସୁପର ଲିଗରେ ଏହା ହେଉଛି ଅବଦୁଲ ରବିଙ୍କ ପ୍ରଥମ ଫ୍ରାଞ୍ଚାଇଜି । ଏହି 20 ବର୍ଷୀୟ ମଲ୍ଲାପୁରମ ଖେଳାଳି ସର୍ବ ଭାରତୀୟ ଫୁଟବଲ ଫେଡେରେସନର 16 ବର୍ଷୀୟ ଓ 18 ବର୍ଷୀୟ ବିଭାଗରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି। 2020-21 ସିଜିନରେ ସେ କେରଳ ପ୍ରିମିୟର ଲିଗରେ ଲୁକା କ୍ଲବ ପାଇଁ ଖେଳିଥିଲେ (Luca Sc) ।

ଏହାକୁ ନେଇ ଖୁସି ଜାହିର କରିଛନ୍ତି ଅବଦୁଲ ରବି । ସେ କହିଛନ୍ତି ଯେ, "ବର୍ତ୍ତମାନ ହାଇଦ୍ରାବାଦ ଏଫସି ଏଭଳି ଏକ ଫ୍ରାଞ୍ଚାଇଜି ଯାହା ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଉଛି । ଏଭଳି ଏକ ଦଳ ସହ ଯୋଡ଼ି ହେବାକୁ ନେଇ ମୁଁ ଉତ୍ସାହିତ ରହିଛି । ମୋତେ ମିଳିଥିବା ସୁଯୋଗକୁ ମୁଁ ହାତ ଛଡ଼ା କରିବି ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.