ଲଣ୍ଡନ: କୋରୋନା ଭାଇରସ ମୁକ୍ତ ହୋଇପାରୁନି ଇଂଲିସ ଫୁଟବଲ ଲିଗ(EFL) । ଚମ୍ପିଆନସିପ ଆରମ୍ଭ ପୂର୍ବରୁ ସମସ୍ତ ଖେଳାଳି ଓ ଷ୍ଟାଫଙ୍କ କୋଭିଡ-19 ଟେଷ୍ଟ କରାଯାଉଛି । ସଦ୍ୟ ସୂଚନା ଅନୁଯାୟୀ 6ଟି ଭିନ୍ନ ଚମ୍ପିଆନସିପ କ୍ଳବର 8ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।
ଗତ ସପ୍ତାହରେ 24ଟି ଚମ୍ପିଆନସିପ କ୍ଳବର ପ୍ରାୟ 2,213 ଖେଳାଳିଙ୍କ ଟେଷ୍ଟ କରାଯାଇଥିବା ଇଏଫଏଲ ପକ୍ଷରୁ ଘୋଷଣା କରାଯାଇଛି । ସେଥିମଧ୍ୟରୁ 6ଟି କ୍ଳବର 8ସଦସ୍ୟ ସଂକ୍ରମଣର ଶିକାର ହୋଇଛନ୍ତି ।
ପଜିଥିବା ଥିବା ସମସ୍ତ ସଦସ୍ୟଙ୍କୁ ଇଏଇଏଲ ଗାଇଡଲାଇନ ଅନୁୟାୟୀ ସେଲ୍ଫ-ଆଇସୋଲେସନରେ ରଖାଯାଇଛି । ରିପୋର୍ଟ ନେଗେଟିଭ ଥିବା ଖେଳାଳିଙ୍କୁ ଷ୍ଟାଡିୟମ ଭିତରକୁ ଅଭ୍ୟାସ ଆରମ୍ଭ ପାଇଁ ଅନୁମତି ମିଳିଛି ।