ETV Bharat / sports

ଋଷଭଙ୍କ ଜଳନ୍ତା କାରରୁ ମିଳିଥିଲା 4 ହଜାର ଟଙ୍କା, ପୋଲିସକୁ ଫେରାଇଲେ ଦୁଇ ଯୁବକ

author img

By

Published : Jan 3, 2023, 2:22 PM IST

ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା ସମୟରେ ତାଙ୍କୁ ସାହାଯ୍ୟ କରିଥିଲେ ଦୁଇ ଯୁବକ ରଜତ ଓ ନିଶୁ । ସେମାନେ ଜଳନ୍ତା ଗାଡିରୁ ଉଦ୍ଧାର କରିଥିବା ପନ୍ତଙ୍କ ସମସ୍ତ ଜିନିଷ ଓ 4 ହଜାର ଟଙ୍କା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅଧିକ ପଢନ୍ତୁ

Rishabh Pant Car Accident
Youth handed over cash to police

ଡେରାଡୁନ: ଭାରତୀୟ କ୍ରିକେଟର ଋଷଭ ପନ୍ତ ସଡ଼କ ଦୁର୍ଘଟଣାର ଶିକାର ହେବାପରେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କୁ ସ୍ବାସ୍ଥ୍ୟାବସ୍ଥାକୁ ଭଲ ଅଛି । ଯେଉଁ ସମୟରେ ପନ୍ତ ଦୁର୍ଘଟଣାର ଶିକାର ହୋଇଥିଲା ସେହି ସମୟରେ ସେଠାରେ ଦୁଣ ଯୁବକ ଥିଲେ । ଏମାନେ ଋଷଭ ପନ୍ତଙ୍କୁ ସାହାଯ୍ୟ କରିଥିଲେ । ଜଳନ୍ତା କାରରୁ ପନ୍ତଙ୍କ ଯେତେ ଜିନିଷ ଥିଲା ସବୁ କାଢିଥିଲେ ଦୁଇ ଯୁବକ ରଜତ ଓ ନିଶୁ । ଦୁଇଜଣ ଏହାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେଥିରେ 4 ହଜାର ଟଙ୍କା ମଧ୍ୟ ଥିବା ଜଣାପଡିଛି ।

ରଜତ ଓ ନିଶୁ କରିଥିଲେ ଋଷବଙ୍କୁ ସାହାଯ୍ୟ...

କ୍ରିକେଟର ଋଷଭ ପନ୍ତଙ୍କ ସଡ଼କ ଦୁର୍ଘଟଣା ସମୟରେ ପ୍ରଥମେ ରଜତ ଓ ନିଶୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡିରୁ ପନ୍ତଙ୍କ ସମସ୍ତ ଜିନିଷ କାଢିଥିଲେ ଏହି ଦୁଇ ବ୍ୟକ୍ତି । ଆଜି ରଜତ ଓ ନିଶୁ ମ୍ୟାକ୍ସ ଡାକ୍ତରଖାନାରେ ଋଷବଙ୍କୁ ଭେଟିବା ସହିତ ପୋଲିସକୁ ପନ୍ତଙ୍କ ସମସ୍ତ ଜିନିଷ ଫେରାଇଛନ୍ତି । ଋଷଭ ପନ୍ତଙ୍କର ଗାଡିରେ ଥିବା 4 ହଜାର ଟଙ୍କା ପୋଲିସକୁ ଦେଇଥିବା ଜଣାପଡିଛି । ଗାଡିରେ ଥିବା ଅନ୍ୟ ଜିନିଷ ଜଳି ଯାଇଥିଲା । ରଜତ କୁମାର କହିଛନ୍ତି ଦୁର୍ଘଟଣା ଘଟିବା ପରେପରେ ସେ ଋଷଭ ପନ୍ତଙ୍କୁ ଦେଖିଥିଲେ । ଏହାରି ଭିତରେ ହରିୟାଣା ରୋଡୱେଡ କଣ୍ଡକ୍ଟର ସୁଶୀଳ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଏହାପରେ ସେମାନେ ପନ୍ତଙ୍କୁ କମ୍ବଳ ଦେଇଥିଲେ । ମାତ୍ର ସେମାନେ ପନ୍ତଙ୍କୁ ଚିହ୍ନି ପାରି ନଥିଲେ । ଦୁର୍ଘଟଣା ସମୟରେ ମୁଜାଫରନଗରର ରଜତ କୁମାର ଓ ନିଶୁ କୁମାର ପନ୍ତଙ୍କୁ ବହୁତ ସାହାଯ୍ୟ କରିଥିଲେ ।

ଏହା ବି ପଢନ୍ତୁ...Pant Car Accident: ଦୁର୍ଘଟଣା ପଛର କାରଣ କହିଲେ ପନ୍ତ, ରାତାରାତି ଆରମ୍ଭ ହେଲା କାମ

30 ଡିସେମ୍ବରରେ ହୋଇଥିଲା ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା...

30 ଡିସେମ୍ବର 2022 । ସମୟ ପାଖାପାଖି ସକାଳ 9 । ଅଚାନକ ଖବର ପ୍ରସାରିତ ହୋଇଥିଲା କି ଭାରତୀୟ କ୍ରିକେଟ ଋଷଭ ପନ୍ତ ଉତ୍ତରାଖଣ୍ଡ ରୁରକୀରେ ସଡକ ଦୁର୍ଘଟଣା ହୋଇଛନ୍ତି । ଦୁର୍ଘଟଣାଟି ଭୋର 5ଟାରେ ଘଟିଥିଲା । ଋଷବ ପନ୍ତ ନିଜେ ଗାଡି ଚଳାଇ ଦିଲ୍ଲୀରୁ ଘରକୁ ଆସୁଥିଲେ । ନୂଆବର୍ଷରେ ମାଆଙ୍କୁ ଦେଖା କରିବାକୁ ଦିଲ୍ଲୀରୁ ଘରକୁ ଫେରୁଥିଲେ । ବାଟରେ ଏହି ଅଘଟଣ ଘଟିଥିଲା । ପ୍ରଥମେ ଆଖି ଲାଗିଯିବାକୁ ପନ୍ତ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିବା ବେଳେ ପରବର୍ତ୍ତୀ ସୟମରେ ରାସ୍ତା ଉପରେ ଥିବା ଏକ ଖାଲରେ ଗାଡ଼ି ଚକା ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ପନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଦୁର୍ଘଟଣା ଘଟିବାର 6 ମିନିଟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ରୋଡ ଡିଭାଇଡରରେ ପିଟି ହୋଇ ଗାଡିରେ ନିଆଁ ଲାଗିଯାଇଥିଲା । ପନ୍ତ କାର କାଚ ଭାଙ୍ଗି ଗାଡିରୁ ଡେଇଁ ପଡିଥିଲେ । ସେଠାରେ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଗ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ବର୍ତ୍ତମାନ ସେ ICUରୁ ୱାର୍ଡକୁ ସ୍ଥାନନ୍ତରିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.