ETV Bharat / sports

ନିଜ ଆପ୍‌ରେ ବ୍ରଡକାଷ୍ଟ କରୁଥିଲେ IPL LIVE, ଗିରଫ କଲା ପୋଲିସ

author img

By

Published : Apr 20, 2022, 7:06 AM IST

ଏକ ଭିନ୍ନ ଆପ୍ଲିକେଶନ ଜରିଆରେ IPL 2022ର ଲାଇଭ ବ୍ରୋଡକାଷ୍ଟ କରାଇ ଗିରଫ ହେଲେ ଜଣେ ଯୁବକ । ଯୁବକ ଜଣକ ତାମିଲନାଡ଼ୁର ରାମ ମୂର୍ତ୍ତି ବୋଲି ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ନିଜ ଆପ୍‌ରେ ବ୍ରଡକାଷ୍ଟ କରୁଥିଲେ IPL LIVE, ଗିରଫ କଲା ପୋଲିସ
ନିଜ ଆପ୍‌ରେ ବ୍ରଡକାଷ୍ଟ କରୁଥିଲେ IPL LIVE, ଗିରଫ କଲା ପୋଲିସ

ହାଇଦ୍ରାବାଦ: ଏକ ଭିନ୍ନ ଆପ୍ଲିକେଶନ ଜରିଆରେ IPL 2022ର ଲାଇଭ ବ୍ରୋଡକାଷ୍ଟ କରାଇ ଗିରଫ ହେଲେ ଜଣେ ଯୁବକ । ଯୁବକ ଜଣକ ତାମିଲନାଡ଼ୁର ରାମ ମୂର୍ତ୍ତି ବୋଲି ଜଣା ପଡ଼ିଛି । ତେଲେଙ୍ଗାନାର ଶିବଗାଙ୍ଗାଇ ଅଞ୍ଚଳରୁ ଯୁବକଙ୍କୁ ଗିରଫ କରାଯାଇଛି । ସେ ବିନା ଅନୁମତିରେ IPL 2022ର ଲାଇଭ ବ୍ରୋଡକାଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଯୁବକ ଜଣକ ଏଭଳି କରୁଥିବା ଜାଣି ହାଇଦ୍ରାବାଦର ବଞ୍ଜାରା ହିଲ୍‌ସର କଦାରାମ ଥୁପ୍ପା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ । ଏହାପରେ ହାଇଦ୍ରାବାଦର ସାଇବର କ୍ରାଇମ ପୋଲିସ ଏକ ମାମଲା ରୁଜୁ କରିବା ସହ ଯୁବକଙ୍କୁ ଗିରଫ କରିଛି । ଗିରଫ ପରେ ଯୁବକଙ୍କୁ ଶିବଗାଙ୍ଗାଇ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଛି ।

ପାଠପଢ଼ା ଶେଷ କରିବା ପରେ ରାମ ମୂର୍ତ୍ତି ପାଖରେ କୌଣସି ନିଯୁକ୍ତି ନଥିଲା । ଯାହାଫଳରେ ଏଭଳି କିଛି କରି ସେ କିଛି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ଏହି ଆପ୍ଲିକେଶନ ବିକଶିତ କରିଥିଲେ । ଏହାକୁ ନେଇ ହାଇଦ୍ରାବାଦର ସାଇବର କ୍ରାଇମ ପୋଲିସ ନିକଟରେ ସେ ବୟାନ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.