ରାଜକୋଟ: ଜୁନିଅର ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ସୌରାଷ୍ଟ୍ର ବ୍ୟାଟର ଅଭି ବାରୋତଙ୍କ ଅକାଳ ବିୟୋଗ । ହୃଦଘାତରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା । ଏନେଇ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(SCA) ସୂଚନା ଦେବାସହ ଗଭୀର ଶୋକବ୍ୟକ୍ତ କରିଛି ।
-
Extremely shocked and saddened to learn of the untimely demise of Avi Barot. A bright young cricketer, who represented India U19, Saurashtra and Haryana has left us all too early. Condolences to his family and friends in this hour of grief. 🙏🏽
— Jay Shah (@JayShah) October 16, 2021 " class="align-text-top noRightClick twitterSection" data="
">Extremely shocked and saddened to learn of the untimely demise of Avi Barot. A bright young cricketer, who represented India U19, Saurashtra and Haryana has left us all too early. Condolences to his family and friends in this hour of grief. 🙏🏽
— Jay Shah (@JayShah) October 16, 2021Extremely shocked and saddened to learn of the untimely demise of Avi Barot. A bright young cricketer, who represented India U19, Saurashtra and Haryana has left us all too early. Condolences to his family and friends in this hour of grief. 🙏🏽
— Jay Shah (@JayShah) October 16, 2021
ନିଜ କ୍ରିକେଟ କ୍ୟାରିୟରରେ ସେ ହରିୟାଣା ଓ ଗୁଜୁରାଟର ପ୍ରତିନିଧିତ୍ବ ମଧ୍ୟ କରିଥିଲେ । ୨୦୧୯-୨୦ ସିଜିନରେ ରଣଜୀ ଟ୍ରଫି ବିଜୟୀ ସୌରାଷ୍ଟ୍ର ଟିମର ସଦସ୍ୟ ମଧ୍ୟ ରହିଥିଲେ ।
"ସୌରାଷ୍ଟ୍ରର ଜଣେ ପ୍ରତିଭାବାନ କ୍ରିକେଟର ଅଭି ବାରୋତଙ୍କ ମୃତ୍ୟୁ ଖବରରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ(SCA)ର ପ୍ରତ୍ୟେକ ସଦସ୍ୟ ସ୍ତବ୍ଦ ଓ ଅତ୍ୟନ୍ତ ଦୁଃଖିତ । ହୃଦଘାତର ଶିକାର ହେବା ପରେ ୨୦୨୧ ଅକ୍ଟୋବର ୧୫ ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।" ଏକ ପ୍ରେସ୍ ବିଜ୍ଞପ୍ତିରେ SCA ପକ୍ଷରୁ ଏହା କୁହାଯାଇଛି ।
ଯୁବ କ୍ରିକେଟର ବାରୋତଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛି ଭାରତୀୟ କ୍ରିକେଣ୍ଟ କଣ୍ଟ୍ରୋଲ ବୋର୍ଡ(BCCI) । ସମ୍ପାଦକ ଜୟ ଶାହ ଟ୍ବିଟ ଯୋଗେଁ ଶୋକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଓ ଓପନର ୱାସିମ ଜାଫର ମଧ୍ୟ ଯୁବ କ୍ରିକେଟର ବାରୋତଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ।
ସେ ଜଣେ ଡାହାଣହାତୀ ଦକ୍ଷ ବ୍ୟାଟ୍ର ଥିଲେ ଓ ଅଫ୍-ବ୍ରେକ୍ ବୋଲିଂ ଦକ୍ଷତା ମଧ୍ୟ ରଖିଥିଲେ ।
ବାରୋତ ୩୮ଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ୩୮ଟି ଲିଷ୍ଟ ଏ ମ୍ୟାଚ୍ ଓ ୨୦ଟି ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସେ ଜଣେ ୱିକେଟ କିପର ବ୍ୟାଟର ଥିଲେ ଓ ପ୍ରଥମ ଶ୍ରେମୀ କ୍ରିକେଟରେ ୧,୫୪୭ ରନ୍, ଲିଷ୍ଟ ଏ ରେ ୧୦୩୦ ରନ୍ ଓ ୭୧୭ ଟି୨୦ ରନ୍ ତାଙ୍କ ନାମରେ ରହିଛି ।
ରଣଜୀ ଟ୍ରଫି ବିଜୟୀ ସୌରାଷ୍ଟ୍ର ଟିମର ସେ ସଦସ୍ୟ ଥିଲେ । ୨୦୧୯-୨୦ ସିଜିନରେ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ୍କୁ ହରାଇ ଟ୍ରଫି ଜିତିଥିଲା ସୌରାଷ୍ଟ୍ର ।
ସୌରାଷ୍ଟ୍ର ପାଇଁ ସେ ୨୧ଟି ରଣଜୀ ଟ୍ରଫି ମ୍ୟାଚ୍, ୧୭ଟି ଲିଷ୍ଟ ଏ ମ୍ୟାଚ୍ ଓ ୧୧ଟି ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
ବର୍ଷ ୨୦୧୧ରେ ବାରୋତ, ଭାରତୀୟ ୧୯ ବର୍ଷରୁ କମ ଟିମର କ୍ୟାପଟେନ୍ ମଧ୍ୟ ରହିଥିଲେ । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗୋଆ ବିପକ୍ଷରେ ୫୩ ବଲ୍ରୁ ୧୨୨ ରନ୍ର ବିସ୍ଫୋରକ ଇଂନିସ ଖେଳି ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ