ETV Bharat / sports

ପାକିସ୍ତାନର ବ୍ୟାଟିଂ କୋଚ ପଦରୁ ଓହରିଲେ ୟୁନିସ ଖାନ - ପାକିସ୍ତାନ ବ୍ୟାଟିଂ କୋଚଙ୍କ ଇସ୍ତଫା

ପାକିସ୍ତାନର ବ୍ୟାଟିଂ ପଦରୁ ଓହରିଲେ ୟୁନିସ ଖାନ୍ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

yonis khan step down as batting coach
yonis khan step down as batting coach
author img

By

Published : Jun 22, 2021, 3:59 PM IST

ନୂଆଦିଲ୍ଲୀ: ପାକିସ୍ତାନର ବ୍ୟାଟିଂ ପଦରୁ ଓହରିଲେ ୟୁନିସ ଖାନ୍ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ତେବେ କେଉଁ କାରଣରୁ ସେ ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ୟୁନିସ ଖାନଙ୍କ ଏହି ନିଷ୍ପତ୍ତି ତାଙ୍କ ନିଜସ୍ୱ ବୋଲି କହିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ପାକିସ୍ତାନ ଦଳରେ ନିଜ ଦାୟିତ୍ୱକୁ ନେଇ ୟୁନିସ ଖୁସି ନଥିବା ଆକଳନ କରାଯାଉଛି । ଏହାସହ ବିଭିନ୍ନ ସିରିଜ ପାଇଁ ଦଳ ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ୟୁନିସ ଅସନ୍ତୁଷ୍ଟ ରହିଥିବା ନେଇ ଆଲୋଚନା ହେଉଛି । ଭବିଷ୍ୟତ ପାଇଁ ଦଳକୁ ଯେଭଳି ଭାବରେ ପ୍ରସ୍ତୁତ କରାଯାଉଛି ତାହାକୁ ନେଇ ୟୁନିସଙ୍କ ମତାନ୍ତର ରହିଛି ।

ପାକିସ୍ତାନ ଜୁନ 25ରେ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ସହ ତିନୋଟି ଟି-20 ମ୍ୟାଚ୍ ଓ ତିନୋଟି ଦିନିକିଆ ମ୍ୟାଚ ଖେଳିବ । ଏହାପରେ ଜୁଲାଇ 21 ତାରିଖରେ ପାକିସ୍ତାନ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ତେବେ ବିନା ବ୍ୟାଟିଂ କୋଚରେ ଦଳ ଏହି ଦୁଇଟି ସିରିଜ ଖେଳିବ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଏହି ଦୁଇଟି ସିରିଜ ପରେ ଖୁବଶୀଘ୍ର ୟୁନିସ ଖାନଙ୍କ ସ୍ଥାନରେ ନୂତନ ବ୍ୟାଟିଂ କୋଚ ନିଯୁକ୍ତ ହେବେ ବୋଲି କହିଛି ପିସିବି । ଗତବର୍ଷ ନଭେମ୍ବର ମାସରେ ପାକିସ୍ତାନ ଦଳର ବ୍ୟାଟିଂ କୋଚ ନିଯୁକ୍ତ ହୋଇଥିଲେ ୟୁନିସ ଖାନ । ଟି-20 ବିଶ୍ୱକପ ପର୍ଯ୍ୟନ୍ତ ତାଙ୍କ ସହ ଚୁକ୍ତି କରିଥିଲା ପିସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.