ETV Bharat / sports

ଆଇପିଏଲ୍‌ ଅକ୍ସନରେ ବର୍ଷିଲା ଟଙ୍କା; ରେକର୍ଡ ଭାଙ୍ଗି କୋଟିପତି ହେଲେ ଖେଳାଳି - IPL 2024 Auction

Top 10 Most Expensive Players of IPL: ବର୍ଷ 2023 ଶେଷ ପର୍ଯ୍ୟାୟରେ ଆଇପିଏଲ୍‌ 2024 ପାଇଁ ହୋଇଥିଲା ନିଲାମୀ ପ୍ରକ୍ରିୟା । ରେକର୍ଡ ଭାଙ୍ଗି କୋଟିପତି ହୋଇଥିଲେ ଅନେକ ଖେଳାଳି । ନଜର ପକାନ୍ତୁ ଏଥର ଆଇପିଏଲ୍‌ ଅକ୍ସନ ଓ ଆଇପିଏଲ୍‌ ଇତିହାସର ସବୁଠାରୁ ଦାମୀ କ୍ରିକେଟରଙ୍କ ଉପରେ । ଅଧିକ ପଢ଼ନ୍ତୁ

ଆଇପିଏଲ୍‌ ଅକ୍ସନରେ ବର୍ଷିଲା ଟଙ୍କା
ଆଇପିଏଲ୍‌ ଅକ୍ସନରେ ବର୍ଷିଲା ଟଙ୍କା
author img

By ETV Bharat Odisha Team

Published : Dec 31, 2023, 6:26 AM IST

ହାଇଦ୍ରାବାଦ: ସରି ଆସୁଛି ବର୍ଷ 2023 । ହେଲେ ଏହି ବର୍ଷ ଅନେକ କ୍ରିକେଟରଙ୍କ ପାଇଁ ବେଶ ଶୁଭଙ୍କର ସାବ୍ୟସ୍ତ ହୋଇଛି । ବିଦାୟ ନେଉ ନେଉ ଅନେକ କ୍ରିକେଟରଙ୍କୁ କୋଟିପତି କରି ଦେଇଛି 2023 । କାରଣ ବର୍ଷର ଶେଷ ପର୍ଯ୍ୟାୟରେ ହୋଇଥିଲା ଆଇପିଏଲ୍‌ 2024 ପାଇଁ ମିନି ନିଲାମୀ ପ୍ରକ୍ରିୟା । ଗତ 19 ଡିସେମ୍ବରରେ ହୋଇଥିବା ଏହି ମିନି ଅକ୍ସନରେ ଅନେକ କ୍ରିକେଟରଙ୍କ ପଛରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ୍‌ । ଏଥିରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳିଙ୍କ ଉପରେ ବର୍ଷା ହୋଇଛି ଟଙ୍କା । ବର୍ଷ ଶେଷ ହେବା ପୂର୍ବରୁ କୋଟିପତି ହୋଇଥିବା ଏହି ଖେଳାଳିଙ୍କ ଉପରେ ନଜର ପକାନ୍ତୁ...

1- ମିଚେଲ୍‌ ଷ୍ଟାର୍କ: ଆଇପିଏଲ୍‌ 2024 ପାଇଁ ହୋଇଥିବା ନିଲାମୀ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଅଭିଜ୍ଞ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କଙ୍କ ପାଇଁ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ 24.75 କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି । କୋଲକାତା ନାଇଟ୍‌ ରାଇଡର୍ସ ବ୍ୟତୀତ ଗୁଜରାଟ ଟାଇଟାନ୍ସ ମଧ୍ୟ ଷ୍ଟାର୍କଙ୍କୁ ନିଜ ସହିତ ନେବା ପାଇଁ ଭରପୁର ଚେଷ୍ଟା କରିଥିଲା । ହେଲେ ଶେଷରେ କୋଲକାତା ଏହି ରେସ୍‌ରେ ଜିତି ଷ୍ଟାର୍କଙ୍କୁ ନିଜ ଦଳରେ ଯୋଡ଼ିଥିଲା । ତେବେ 24.75 କୋଟି ଟଙ୍କାରେ ବିକ୍ରି ହୋଇଥିବା ଷ୍ଟାର୍କ ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

2- ପ୍ୟାଟ୍‌ କମିନ୍ସ: ଅଷ୍ଟ୍ରେଲିଆର ବିଶ୍ବ ବିଜେତା ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ଉପରେ ମଧ୍ୟ ପ୍ରବଳ ଟଙ୍କା ବର୍ଷା ହୋଇଥିଲା । ଆଇପିଏଲ୍‌ ନିଲାମରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କମିନ୍ସଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ଭରପୁର ଚେଷ୍ଟା କରିଥିଲେ । ଶେଷରେ ତାଙ୍କୁ 20.50 କୋଟି ଟଙ୍କାରେ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା ହାଇଦ୍ରାବାଦ । ସେ ଆଇପିଏଲ୍‌ ଇତିହାସରେ ଦ୍ବିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ।

3- ଡାରିଲ୍‌ ମିଚେଲ୍‌: ନ୍ୟୁଜିଲାଣ୍ଡର ବିସ୍ଫୋରକ ଅଲରାଉଣ୍ଡର ଡାରିଲ ମିଚେଲ୍‌ ଏଥର ଆଇପିଏଲ୍‌ରେ ଏମ୍‌ଏସ୍‌ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍‌ ଜର୍ସିରେ ନଜର ଆସିବେ । 14 କୋଟି ଟଙ୍କାରେ ତାଙ୍କୁ ନିଜ ଦଳରେ ସାମିଲ କରିଛି ମାହିଙ୍କ ସିଏସ୍‌କେ । ଆରମ୍ଭରୁ ଏହି ଖେଳାଳିଙ୍କୁ ନେବା ପାଇଁ ପଞ୍ଜାବ କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭରପୁର ପ୍ରୟାସ କରିଥିଲେ । ହେଲେ ଶେଷରେ ଚେନ୍ନାଇ ବାଜି ଜିତିଥିଲା । ସେ ଆଇପିଏଲ୍‌ 2024 ପାଇଁ ହୋଇଥିବା ଅକ୍ସନରେ ତୃତୀୟ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।

4- ହର୍ଷଲ ପଟେଲ: ଅକ୍ସନ ପୂର୍ବରୁ ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଆର୍‌ସିବି ରିଲିଜ୍‌ କରିଥିଲା । ହର୍ଷଲ ଏଥର ଅକ୍ସନରେ ସବୁଠାରୁ ଦାମୀ ଭାରତୀୟ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ଏହି ଭାରତୀୟ ବୋଲରଙ୍କୁ ନିଜ ଦଳରେ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଲାଗିଥିଲା ବିଡ୍‌ ଯୁଦ୍ଧ । ହେଲେ ଶେଷରେ 11.75 କୋଟି ଟଙ୍କାରେ ହର୍ଷଲଙ୍କୁ ନିଜ ସ୍କ୍ବାଡ୍‌ରେ ସାମିଲ କରିଥିଲା ପଞ୍ଜାବ ।

5- ଅଲଜାରୀ ଜୋଶେଫ: ୱେଷ୍ଟଇଣ୍ଡିଜ୍‌ର ଦ୍ରୁତ ବୋଲର ଅଲଜାରୀ ଜୋଶେଫଙ୍କ ପାଇଁ ମଧ୍ୟ ବିଭିନ୍ନ ଦଳ କ୍ରମାଗତ ଭାବେ ବିଡ୍‌ କରିଥିବା ଦେଖିବାକୁ ମିଳିଥିଲା । ଶେଷରେ 11.50 କୋଟି ଟଙ୍କାରେ ଅଲଜାରୀଙ୍କୁ ଆଇପିଏଲ୍‌ 2024 ପାଇଁ ନିଜ ଦଳରେ ସାମିଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ସହିତ ଆଇପିଏଲ୍‌ 2024 ପାଇଁ ହୋଇଥିବା ମିନି ଅକ୍ସନରେ ଅଲଜାରୀ 5ମ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଥିଲେ ।

6- ସମୀର ରିଜଭୀ: ଉତ୍ତର ପ୍ରଦେଶ ମେରଠର ସମୀର ରିଜଭୀ ଏଥର ଅକ୍ସନରେ ସବୁଠାରୁ ଦାମୀ ଅନ୍‌କ୍ୟାପଡ୍‌ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । କେବଳ 20 ଲକ୍ଷ ବେସ୍‌ ପ୍ରାଇସ୍‌ ଧାର୍ଯ୍ୟ କରି ଅକ୍ସନରେ ପହଞ୍ଚିଥିବା ରିଜଭୀଙ୍କୁ 8.50 କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଘରୋଇ କ୍ରିକେଟ୍‌ରେ ସମୀର ବଡ଼ ବଡ଼ ଛକା ଓ ଚୌକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଇପିଏଲ୍‌ରେ ତାଙ୍କୁ ନିଜ ଦଳରେ ସାମିଲ କରିବାକୁ ବେଶ ଆଗ୍ରହ ଦେଖାଇଥିଲେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ।

7- ରୋଭମାନ ପାୱେଲ୍‌: ୱେଷ୍ଟଇଣ୍ଡିଜ୍‌ର ଧୂଆଁଧାର ଅଲରାଉଣ୍ଡର ରୋଭମାନ ପାୱେଲ୍‌ଙ୍କୁ 7.4 କୋଟି ଟଙ୍କାରେ କିଣି ମାଲାମାଲ କରିଛି ରାଜସ୍ଥାନ ରୟାଲ୍ସ । ଏହି ବିସ୍ଫୋରକ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ କୋଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ।

8- ଟ୍ରାଭିସ ହେଡ୍‌: ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ବକପ୍‌ 2023 ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଟ୍ରାଭିସ ହେଡ୍‌ଙ୍କୁ ନିଜ ଦଳରେ ନେବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରତିଯୋଗିତା । ବିଶେଷ କରି ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲାଗିଥିଲା ବିଡ୍‌ ଫାଇଟ୍‌ । ହେଡ୍‌ଙ୍କ ବେସ୍‌ ପ୍ରାଇସ୍‌ 2 କୋଟି ଟଙ୍କା ରହିଥିଲା । ଶେଷରେ 6.80 କୋଟି ଟଙ୍କାରେ ହେଡ୍‌ଙ୍କୁ ନିଜ ଦଳରେ ସାମିଲ କରିଛି ହାଇଦ୍ରାବାଦ ।

9- ଶୁଭମ ଦୁବେ: ବିଦର୍ଭ ପାଇଁ ଘରୋଇ କ୍ରିକେଟ୍‌ ଖେଳୁଥିବା ଶୁଭମ ଦୁବେ ଏଥର ଆଇପିଏଲ୍‌ ଖେଳୁଥିବା ନଜର ଆସିବେ । ସେ ମଧ୍ୟ ଆଇପିଏଲ୍‌ 2024 ପାଇଁ ହୋଇଥିବା ମିନି ଅକ୍ସନରେ ନିଜର ବେସ୍‌ ପ୍ରାଇସ୍‌ 20 ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ । ତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରବଳ ଆଗ୍ରହ ଦେଖାଇଥିଲେ । ଶେଷରେ ରାଜସ୍ଥାନ 5.80 କୋଟି ଟଙ୍କରେ ଶୁଭମଙ୍କୁ ନିଜ ଦଳରେ ସାମିଲ କରିଛି ।

10- ଶାର୍ଦ୍ଦୁଲ ଠାକୁର: ଟିମ୍‌ ଇଣ୍ଡିଆର ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଆଇପିଏଲ୍‌ 2024 ପାଇଁ ପୁଣିଥରେ ନିଜର ପୁରୁଣା ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ସହ ଯୋଡ଼ି ହୋଇଛନ୍ତି । ଶାର୍ଦ୍ଦୁଲ ନିଜର ବେସ୍‌ ପ୍ରାଇସ୍‌ 2 କୋଟି ସ୍ଥିର କରିଥିଲେ । ଶାର୍ଦ୍ଦୁଲଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗସ୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଟଣାଓଟରା ଲାଗିଥିଲା । ଶେଷରେ ଚେନ୍ନାଇ 4 କୋଟି ଟଙ୍କାରେ ଶାର୍ଦ୍ଦୁଲଙ୍କୁ ଫେରାଇ ନେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଯୁବ କ୍ରିକେଟ୍‌ରଙ୍କ ପାଇଁ ସୁବର୍ଣ୍ଣ ବର୍ଷ ଥିଲା 2023, ସୁଯୋଗର ଉଠାଇଲେ ଭରପୁର ଫାଇଦା

ଆଇପିଏଲ୍‌ ଇତିହାସର 10 ସବୁଠାରୁ ମହଙ୍ଗା ଖେଳାଳି:

  • ମିଚେଲ୍‌ ଷ୍ଟାର୍କ (ଅଷ୍ଟ୍ରେଲିଆ)- କୋଲକାତା ନାଇଟ୍‌ ରାଇଡର୍ସ (2024)- 24.75 କୋଟି
  • ପ୍ୟାଟ୍‌ କମିନ୍ସ (ଅଷ୍ଟ୍ରେଲିଆ)- ସନ୍‌ରାଇଜର୍ସ ହାଇଦ୍ରାବାଦ (2024)- 20.50 କୋଟି
  • ସାମ୍‌ କରନ୍‌ (ଇଂଲଣ୍ଡ)- ପଞ୍ଜାବ କିଙ୍ଗସ୍‌ (2023)- 18.50 କୋଟି
  • କାମେରନ ଗ୍ରୀନ୍‌ (ଅଷ୍ଟ୍ରେଲିଆ)- ମୁମ୍ବାଇ ଇଣ୍ଡିଆନ୍ସ (2023)- 17.5 କୋଟି
  • ବେନ୍‌ ଷ୍ଟୋକ୍ସ (ଇଂଲଣ୍ଡ)- ଚେନ୍ନାଇ ସୁପର କିଙ୍ଗସ୍‌ (2023)- 16.25 କୋଟି
  • କ୍ରିସ ମୋରିସ୍‌ (ଦକ୍ଷିଣ ଆଫ୍ରିକା)- ରାଜସ୍ଥାନ ରୟାଲ୍ସ (2021)- 16.25 କୋଟି
  • ନିକୋଲସ ପୁରନ (ୱେଷ୍ଟଇଣ୍ଡିଜ୍‌)- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (2023)- 16 କୋଟି
  • ଯୁବରାଜ ସିଂହ (ଭାରତ)- ଦିଲ୍ଲୀ କ୍ୟାପିଟାଲ୍ସ (2015)- 16 କୋଟି
  • ପ୍ୟାଟ୍‌ କମିନ୍ସ (ଅଷ୍ଟ୍ରେଲିଆ)- କୋଲକାତା ନାଇଟ୍‌ ରାଇଡର୍ସ (2020)- 15.50 କୋଟି
  • ଈଶାନ କିଷାନ (ଭାରତ)- ମୁମ୍ବାଇ ଇଣ୍ଡିଆନ୍ସ (2022)- 15.25 କୋଟି

ଏହା ମଧ୍ୟ ପଢ଼ନ୍ତୁ...ସ୍ମୃତିରେ ୨୦୨୩: ଭାଙ୍ଗିଥିଲା ହୃଦୟ, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା, ଜି୨୦ ମଞ୍ଚରେ ଭାରତର ଶକ୍ତି ଦେଖିଥିଲା ବିଶ୍ବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.