ETV Bharat / sports

ଜୟସ୍ବାଲଙ୍କ ରେକର୍ଡ, ସର୍ବ କନିଷ୍ଠ ଭାରତୀୟ ଭାବେ ଟି-20ରେ ସର୍ବାଧିକ ଅର୍ଦ୍ଧଶତକ

author img

By ETV Bharat Odisha Team

Published : Jan 16, 2024, 2:28 PM IST

Updated : Jan 16, 2024, 5:36 PM IST

Yashasvi Jaiswal: ରୋହିତ ଏବଂ ଋଷଭଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ। ସର୍ବ କନିଷ୍ଠ ବ୍ୟାଟର ଭାବେ ଟି-20 ମ୍ୟାଚରେ ସର୍ବାଧିକ ଅର୍ଦ୍ଧଶତକ ହାସଲ । ଅଧିକ ପଢନ୍ତୁ

ଜୟସ୍ବାଲଙ୍କ ନୂଆ ରେକର୍ଡ
yashasvi jaiswal

ନୂଆଦିଲ୍ଲୀ: ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲଙ୍କ ରେକର୍ଡ । କମ ବୟସରେ ବରିଷ୍ଠ ଖେଳାଳିଙ୍କୁ ପଛରେ ପକାଇଥିଲେ ଜୟସ୍ବାଲ । ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଟି 20ରେ ଅର୍ଦ୍ଧଶତକ ହାସଲ କରିବାରେ ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କୁ ପଛରେ ପକାଇଛନ୍ତି ଜୟସ୍ବାଲ୍‌ । 23 ବର୍ଷ ବୟସରେ ସେ 5ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି -20 ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ଯଶସ୍ବୀ ଏହି ରେକର୍ଡ କରିଛନ୍ତି । ଅନ୍ତର୍ଜାତୀୟ ଟି-20 ମ୍ୟାଚରେ ସର୍ବକନିଷ୍ଠ ଖେଳାଳି ବାବେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଛନ୍ତି ଏହି ଯୁବ ଭାରତୀୟ କ୍ରିକେଟର । ଯାହା କୌଣସି ଭାରତୀୟ ଏତେ କମ୍ ବୟସରେ କରିନାହାନ୍ତି ।

23 ବର୍ଷ ବୟସରେ ଅନ୍ତର୍ଜାତୀୟ ଟି ଟ୍ବେଣ୍ଟିର ରୋହିତ ଶର୍ମା 2ଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ଋଷଭ ପନ୍ତ ଓ ତିଳକ ବର୍ମା 2ଟି ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଯଶସ୍ବୀ ଜୟସ୍ବାଲ୍‌ ସର୍ବାଧିକ 5ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ରବିବାର ଅଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ଦ୍ବିତୀୟ ଟି 20 ମ୍ୟାଚରେ ଜୟସ୍ବାଲ ବିସ୍ଫରୋକ ବ୍ୟାଟିଂ କରିଥିଲେ । ସେ 34 ବଲରୁ 5 ଚୌକା ଓ 6 ଛକା ବଳରେ 68 ରନ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ 16ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିଥିବା ବେଳେ 498 ରନ କରିଛନ୍ତି । ଏଥିରେ 4ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ । ତାଙ୍କର ଷ୍ଟ୍ରାଇକ ରେଟ 163 ରହିଛି । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି -20 ମ୍ୟାଚରେ ଜୟସ୍ବାଲ 41 ଟି ବଲରେ 60 ରନ୍ ସଂଗ୍ରହ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଶିବମ ଦୁବେ ଟିମ୍ ଇଣ୍ଡିଆର ଯୁବରାଜ: ଆକାଶ ଚୋପ୍ରା

ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଜୟସ୍ବାଲ । ବର୍ତ୍ତମାନ ସୁଦ୍ଧା ସେ 4ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ହାରାହାରି 45.14 ରେ ସେ 316 ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି 171 ରନ୍। ଟି -20 ରେ ସେ 16 ଟି ମ୍ୟାଚରେ 15 ଇନିଂସରେ 498 ରନ୍ ସଂଗ୍ରହ କରିଛନ୍ତି । ଟି 20 , ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ODIରେ ଖେଳିବାକୁ ସୁଯୋଗ ପାଇନାହାନ୍ତି ଯଶସ୍ବୀ ଜୟସ୍ବାଲ ।

Last Updated : Jan 16, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.