ETV Bharat / sports

ସର୍ବାଧିକ ଟେଷ୍ଟରେ ଭାରତୀୟ ଅଧିନାୟକ କୋହଲି, ଧୋନିଙ୍କୁ ଟପିଲେ - କ୍ୟାପଟେନ ବିରାଟ କୋହଲି

ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ସର୍ବାଧିକ ଟେଷ୍ଟରେ ଭାରତୀୟ ଟିମର କ୍ୟାପଟେନ ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ବିରାଟ କୋହଲି । ଅଧିକ ପଢନ୍ତୁ...

WTC final: Virat Kohli goes past MS Dhoni to lead India for record 61st time
ସର୍ବାଧିକ ଟେଷ୍ଟରେ ଭାରତୀୟ ଅଧିନାୟକ କୋହଲି, ଧୋନିଙ୍କୁ ଟପିଲେ
author img

By

Published : Jun 19, 2021, 6:25 PM IST

ସାଉଥାମ୍ପଟନ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଆଉ ଏକ ବଡ କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ସର୍ବାଧିକ ଟେଷ୍ଟରେ ଭାରତୀୟ ଟିମର କ୍ୟାପଟେନ ହେବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ କ୍ୟାପଟେନ ଭାବେ କୋହଲିଙ୍କ ପାଇଁ କ୍ରିକେଟର ଲମ୍ବା ଫର୍ମାଟରେ 61ତମ ମ୍ୟାଚ୍‌ ହୋଇଛି । ଫଳରେ ଏହି ରେକର୍ଡ କୋହଲିଙ୍କ ନାମରେ ଯୋଡିହୋଇଛି ।

ଡିସେମ୍ବର 2014ରେ 60ଟି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ବ ନେବା ସହ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ।

କୋହଲି ମଧ୍ୟ ଏସୀୟ ଦେଶ ମାନଙ୍କ ମଧ୍ୟରେ ଲମ୍ବା ସମୟ ଧରି କ୍ୟାପଟେନ ରହିବାରେ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା ଓ ପାକିସ୍ତାନର ମିଶବାହ-ଉଲ-ହକ୍‌ଙ୍କୁ ଟପିସାରିଛନ୍ତି । ଉଭୟ ରଣତୁଙ୍ଗା ଓ ମିଶବାହ 56ଟି ଟେଷ୍ଟରେ ନିଜ ଟିମର ନେତୃତ୍ବ ନେଇଛନ୍ତି ।

ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ଲମ୍ବା ସମୟ ଧରି ଅଧିନାୟକ ରହିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥଙ୍କ ନାମରେ ରହିଛି । ମୋଟ 109ଟି ମ୍ୟାଚ୍‌ରେ ସ୍ମିଥ ଅଧିନାୟକ ରହିଛନ୍ତି । ସେ ଏକମାତ୍ର ଖେଳାଳି ଭାବେ 100ଟି ଟେଷ୍ଟରେ ଅଧିନାୟକ ରହିଛନ୍ତି । ଅଷ୍ଟ୍ରେଲିଆର ଆଲାନ ବର୍ଡର 93ଟି ଟେଷ୍ଟରେ ଅଧିନାୟକ ସହ ଏହି ତାଲିକାରେ ଦ୍ବିତୀୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.