ETV Bharat / sports

WTC ଫାଇନାଲ: ଇଲିଂୱର୍ଥ, ଗଫ୍‌ ଫିଲ୍ଡ ଅମ୍ପାୟର ନିଯୁକ୍ତ

author img

By

Published : Jun 8, 2021, 3:47 PM IST

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା WTC ଫାଇନାଲ ମୁକାବିଲାରେ ରିଚାର୍ଡ ଇଲିଂୱର୍ଥ ଓ ମାଇକେଲ ଗଫ୍‌ ପଡିଆ ଅମ୍ପାୟର ନିଯୁକ୍ତ । ଅଧିକ ପଢନ୍ତୁ...

WTC final: Richard Illingworth, Michael Gough named on-field umpires
WTC ଫାଇନାଲ: ଇଲିଂୱର୍ଥ, ଗଫ୍‌ ଫିଲ୍ଡ ଅମ୍ପାୟର ନିଯୁକ୍ତ

ସାଉଥାମ୍ପଟନ: ଘୋଷଣା ହେଲା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌(WTC) ଫାଇନାଲ ମ୍ୟାଚରେ ଅମ୍ପାୟରଙ୍କ ନାମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି), ମଙ୍ଗଳବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥାମ୍ପଟନର ଏଜେସ ବାଓଲରେ ଜୁନ 18ରୁ 22 ଖେଳାଯିବାକୁ ଥିବା WTC ଫାଇନାଲ ମୁକାବିଲା ପାଇଁ ମ୍ୟାଚ୍‌ ଅଧିକାରୀଙ୍କ ନାମ ଘୋଷଣା କରିଛି ।

ରିଚାର୍ଡ ଇଲିଂୱର୍ଥ ଓ ମାଇକେଲ ଗଫ୍‌ ପଡିଆ ଅମ୍ପାୟାର ନିଯୁକ୍ତ ହୋଇଛନ୍ତି । ଆଇସିସି ଏଲିଟ ପ୍ୟାନେଲ୍‌ର କ୍ରିସ ବ୍ରଡ ମ୍ୟାଚ୍‌ ରେଫ୍ରୀ ନିଯୁକ୍ତ ହୋଇଛନ୍ତି । ରିଚାର୍ଡ କେଟଲବୋର ଟିଭି ଅମ୍ପାୟର(ତୃତୀୟ ଅମ୍ପାୟର) ଓ ଆଇସିସି ପ୍ୟାନେଲ ଅମ୍ପାୟର ଆଲେକ୍ସ ୱାର୍ଫ ଚତୁର୍ଥ ଅଧିକାରୀ ରହିଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ପରେ ନ୍ୟୁଜିଲାଣ୍ଡ ଟିମ୍‌ ଇସିବି ବାୟୋବବଲରୁ ବାହାରି WTC ଫାଇନାଲ ବବଲରେ ଜୁନ 15ରେ ପ୍ରବେଶ କରିବ । ପରେ ଖେଳାଳିଙ୍କ ନିରନ୍ତର ଅନ୍ତରରେ ଟେଷ୍ଟ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.