ହାଇଦ୍ରାବାଦ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପାଇଁ ଷ୍ଟାଡିୟମ ପ୍ରସ୍ତୁତ, ଭାରତ ଓ ନ୍ୟୁଜିଲାଣ୍ଡର ଖେଳାଳି ମଧ୍ୟ ପ୍ରସ୍ତୁତ । ଜୁନ 18ରୁ ସାଉଥାମ୍ପଟନର ଏଜେସ ବାଓଲରେ ଆଇସିସିର ଏହି ମେଗା ଇଭେଣ୍ଟର ପ୍ରଥମ ସଂସ୍କରଣ ଫାଇନାଲ ମ୍ୟାଚ ଖେଳାଯିବ ।
ଭାରତ ଓ ନ୍ୟୁଜିଲାଣ୍ତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ପୂର୍ବରୁ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳିବା ନେଇ ସ୍ଥିର ହୋଇଥିଲା । ମାତ୍ର ପରେ କୋଭିଡ-19 ସ୍ଥିତି ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଭେନ୍ୟୁରେ ପରିବର୍ତ୍ତନ କରି ଲର୍ଡ୍ସ ପରିବର୍ତ୍ତେ ସାଉଥାମ୍ପଟନରେ ଖେଳାଯିବ ବୋଲି ଘୋଷଣା କରିଥିଲା ।
ମ୍ୟାଚ୍ ଆରମ୍ଭ ଦିନ: ଜୁନ 18
ମ୍ୟାଚ୍ ଶେଷ ଦିନ: ଜୁନ 23
ମ୍ୟାଚ୍ ଆରମ୍ଭ ସମୟ: 3.30 PM IST
ଭେନ୍ୟୁ: ଏଜେସ ବାଓଲ, ସାଉଥାମ୍ପଟନ
ପୁରସ୍କାର ରାଶି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ(WTC) ରେ ବିଜେତା ଟିମଙ୍କୁ 1.6 ମିଲିୟନ ଆମେରିକୀୟ ଡଲାର(12 କୋଟି) ପୁରସ୍କାର ରାଶି ସହିତ ଆଇସିସି ଟେଷ୍ଟ ଚମ୍ପିଆନସିପ ଗଦା ମିଳିବ । ସେହିପରି ପରାଜିତ ଟିମକୁ 8000,000 ଆମେରିକୀୟ ଡଲାର (6 କୋଟି ଟଙ୍କା) ପୁରସ୍କାର ରାଶି ମିଳିବ ।
ଫାଇନାଲରେ କିପରି ପହଞ୍ଚିଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ
ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ସଂସ୍କରଣ ଅଗଷ୍ଟ 1, 2019ରୁ ଆରମ୍ଭ ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ଏହି ପ୍ରତିଯୋଗିତା ଖେଳାଯାଇଥିଲା । 520 ପଏଣ୍ଟ ସହ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା । ଅନ୍ୟପଟେ 9ଟି ଟିମ ମଧ୍ୟରେ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ 420 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ ଟିକେଟ ହାସଲ କରିଥିଲା ।
ସ୍କ୍ବାଡ:
ଭାରତ: ଭାରତୀୟ ସ୍କ୍ବାଡ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହାଣେ(ଉପ-ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ(ୱିକେଟ କିପର), ରିଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ ।
ନ୍ୟୁଜିଲାଣ୍ଡ: କେନ ୱିଲିୟମସନ(କ୍ୟାପଟେନ), ଟମ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, କନିଲ ଦି ଗ୍ରାଣ୍ଡହୋମ, ମାଟ ହେନରୀ, କେଏଲ ଜେମିଏସନ, ଟମ ଲାଥମ, ହେନରୀ ନିକୋଲାସ, ଏଜାଜ ପଟେଲ, ଟିମ ସାଉଦୀ, ରସ ଟେଲର, ନେଲ ୱାଗନର, ବିଜେ ୱାଟଲିଙ୍ଗ୍ ଓ ୱିଲ ୟଙ୍ଗ୍ ।
କେମତି ଥିଲା ଭାରତର ଫାଇନାଲ ଯାତ୍ରା:
ଭାରତ ବନାମ ୱେଷ୍ଟ ଇଣ୍ଡିଜ - ଭାରତ ବିଜୟୀ 2-0
ଭାରତ ବନାମ ଦକ୍ଷିଣ ଆଫ୍ରିକା - ଭାରତ ବିଜୟୀ 3-0
ଭାରତ ବନାମ ବାଂଲାଦେଶ - ଭାରତ ବିଜୟୀ 2-0
ଭାରତ ବନାମ ନ୍ୟୁଜିଲାଣ୍ଡ - ଭାରତ ପରାସ୍ତ 0-2
ଭାରତ ବନାମ ଅଷ୍ଟ୍ରେଲିଆ - ଭାରତ ବିଜୟୀ 2-1
ଭାରତ ବନାମ ଇଂଲଣ୍ଡ - ଭାରତ ବିଜୟୀ 3-1
କେମତି ଥିଲା ନ୍ୟୁଜିଲାଣ୍ଡର ଫାଇନାଲ ଯାତ୍ରା
ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା - ସିରିଜ ଡ୍ର 1-1
ନ୍ୟୁଜିଲାଣ୍ଡ ବନାମ ଅଷ୍ଟ୍ରେଲିଆ - ନ୍ୟୁଜିଲାଣ୍ଡ ପରାସ୍ତ 0-3
ନ୍ୟୁଜିଲାଣ୍ଡ ବନାମ ଭାରତ - ନ୍ୟୁଜିଲାଣ୍ଡ ବିଜୟୀ 2-0
ନ୍ୟୁଜିଲାଣ୍ଡ ବନାମ ୱେଷ୍ଟଇଣ୍ଡିଜ - ନ୍ୟୁଜିଲାଣ୍ଡ ବିଜୟୀ 2-0
ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ - ନ୍ୟୁଜିଲାଣ୍ଡ ବିଜୟୀ 2-0
ନିୟମ ଓ ଖେଳର ସର୍ତ୍ତ
ଟାଇଟେଲ: ଯଦି ମ୍ୟାଚ ଡ୍ର କିମ୍ବା ଟାଇରେ ଶେଷ ହୁଏ ତେବେ, ଭାରତ ଓ ନ୍ୟୁଜିଲାଣ୍ଡ ଟାଇଟେଲ ସେୟାର କରିବେ ।
ରିଜର୍ଭ ଡେ: ଜୁନ 23କୁ ରିଜର୍ଭ ଦିନ ରଖାଯାଇଛି । ଖରାପ ପାଗ ଯୋଗୁଁ ଯଦି ଖେଳ ବାଧପ୍ରାପ୍ତ ହୁଏ କିମ୍ବା କୌଣସି ଦିନର ଖେଳ ସଂପୂର୍ଣ୍ଣ ହୋଇନପାରେ ତେବେ ରିଜର୍ଭ ଦିନରେ ମ୍ୟାଚ ସଂପୂର୍ଣ୍ଣ ପାଇଁ ଅବଶିଷ୍ଟ ଖେଳ ହେବ ।
ବଲ୍ : ଗ୍ରେଡ 1 ଡ୍ୟୁକ୍ସ କ୍ରିକେଟ ବଲ୍ରେ ମ୍ୟାଚ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ