ETV Bharat / sports

WTC ଫାଇନାଲ: ଆରମ୍ଭରୁ ବିରାଟ ଝଟକା, କୋହଲି ଆଉଟ - ବିଶ୍ବ ଟେଷ୍ଟ ଚମ୍ପିଆନସିପ

କ୍ୟାପଟେନ ବିରାଟ କୋହଲି 44 ରନ୍‌ରେ ଆଉଟ । ଅଧିକ ପଢନ୍ତୁ..

WTC ଫାଇନାଲ: ଆରମ୍ଭରୁ ବିରାଟ ଝଟକା, କୋହଲି ଆଉଟ୍‌

author img

By

Published : Jun 20, 2021, 4:10 PM IST

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଆରମ୍ଭରୁ ଭାରତକୁ ବଡ ଝଟକା । କ୍ୟାପଟେନ ବିରାଟ କୋହଲି ଶୀଘ୍ର ଆଉଟ ହୋଇଯିବାପରେ ନିରାଶ ଭାରତୀୟ ଫ୍ୟାନ୍ସ । କେଏଲ ଜେମିଏସନଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ୍‌ ହୋଇଛନ୍ତି କୋହଲି । 132 ବଲ୍‌ରୁ 44 ରନ୍‌ କରି ପଡିଆରେ ଜମି ଆସୁଥିବା କୋହଲିଙ୍କ ୱିକେଟ ହରାଇ ଟିମ ଇଣ୍ଡିଆ ବ୍ୟାକଫୁଟ୍‌ରେ ରହିଛି ।

WTC Final: india lose virat kohli early on day 3
WTC ଫାଇନାଲ: ଆରମ୍ଭରୁ ବିରାଟ ଝଟକା, କୋହଲି ଆଉଟ୍‌

ଅନ୍ୟପଟେ ଓଦା ପଡିଆ ଯୋଗୁଁ ବିଳମ୍ବରେ ତୃତୀୟ ଦିନ ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ବିରାଟ କୋହଲିଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରି ସାମାନ୍ୟ ସୁବିଧା ସ୍ଥିତିରେ ନ୍ୟୁଜିଲାଣ୍ଡ ।

ଦ୍ବିତୀୟ ଦିନ ଖେଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା । ତୃତୀୟ ସେସନ ଖେଳ ସଂପୂର୍ଣ୍ଣ ହୋଇପାରିନଥିଲା । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟମ୍ପ୍‌ ଅପସାରଣ ହୋଇଥିଲା । ତୃତୀୟ ସେସନରେ ମାତ୍ର 9.1 ଓଭର ଖେଳ ସମ୍ଭବ ହୋଇଥିଲା । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 146/3 ରହିଥିଲା । କ୍ୟାପଟେନ ବିରାଟ କୋହଲି 44 ଓ ଅଜିଙ୍କ୍ୟ ରାହାଣେ 29 ରନରେ ଅପରାଜିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.