ETV Bharat / sports

WTC Final: ବୋଲ୍ଟ ବନାମ ରୋହିତ ଦେଖିବାକୁ ବ୍ୟଗ୍ର ସେହ୍ବାଗ

author img

By

Published : Jun 12, 2021, 9:51 PM IST

ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା । ରୋହିତଙ୍କ ବର୍ତ୍ତମାନ ଫର୍ମ ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂକୁ ଶକ୍ତିଶାଳୀ କରିଛି । ଇଂଲଣ୍ଡରେ ଭାରତ ଖେଳିବାକୁ ଥିବା 6ଟି ମ୍ୟାଚ୍‌ରେ ରୋହିତଙ୍କ ପ୍ରଦର୍ଶନର ବେଶ୍‌ ପ୍ରଭାବ ରହିବ ବୋଲି କହିଛନ୍ତି ସେହ୍ବାଗ । ଅଧିକ ପଢନ୍ତୁ...

WTC Final: I will be looking forward to Boult vs Rohit contest, says Sehwag
WTC ଫାଇନାଲ୍‌: ବୋଲ୍ଟ ବନାମ ରୋହିତ ଦେଖିବାକୁ ବ୍ୟଗ୍ର ସେହ୍ବାଗ

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା । ଜୁନ୍‌ 18ରୁ ଭାରତ ଓ ନ୍ୟୁଜିଲାଣ୍ଡ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ଓ କିୱି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ଉତ୍ସାହିତ ଥିବା କହିଛନ୍ତି ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହ୍ବାଗ ।

ଟେଷ୍ଟ କ୍ରିକେଟରେ ଓପନିଂ ବ୍ୟାଟିଂ ଶୈଳୀର ଧାରାକୁ ବଦଳାଇଥିବା ସେହ୍ବାଗ କହିଛନ୍ତି, "ରୋହିତଙ୍କ ବର୍ତ୍ତମାନର ଫର୍ମ ଭାରତୀୟ ଶୀର୍ଷକ୍ରମ ବ୍ୟାଟିଂକୁ ଶକ୍ତିଶାଳୀ କରିଛି । ଇଂଲଣ୍ଡରେ ଭାରତ ଖେଳିବାକୁ ଥିବା 6ଟି ମ୍ୟାଚ୍‌ରେ ରୋହିତଙ୍କ ପ୍ରଦର୍ଶନର ବେଶ୍‌ ପ୍ରଭାବ ରହିବ ।"

ଏହା ନିସନ୍ଦେହ ଯେ, ଟ୍ରେଣ୍ଟ ବୋଲ୍ଟ ଓ ଟିମ ସାଉଦୀଙ୍କ ଯୋଡିଙ୍କୁ ସାମ୍ନା କରିବା ଭାରତୀୟ ଖେଳାଳିଙ୍କ ପାଇଁ ବଡ ଆହ୍ବାନ ହେବ । ଉଭୟଙ୍କ ମଧ୍ୟରେ ସୁନ୍ଦର ବୋଲିଂ ଭାଗିଦାରୀ ରହିଛି ଓ ବଲ୍‌କୁ ଉଭୟ ସୁଇଂ କରିବାରେ ମାହିର ବୋଲି ସେହ୍ବାଗ କହିଛନ୍ତି ।

ତେବେ ବୋଲ୍ଟ ବନାମ ରୋହିତ ଦେଖିବା ମଜାଦାର ହେବ । ରୋହିତ ଯଦି ଥରେ ସେଟ୍‌ ହୋଇଯା'ନ୍ତି, ଓ ବୋଲ୍ଟଙ୍କ ଓପନିଂ ସ୍ପେଲକୁ ପ୍ରଭାବଶୂନ୍ୟ କରନ୍ତି ତେବେ କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ଅନ୍ୟତମ ମହାନତମ ମ୍ୟାଚ୍‌ ବିଜେତା ହେବେ । ଏହା କହିଛନ୍ତି ସେହ୍ବାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.