ETV Bharat / sports

WTC Final Day 3 Stumps: ବଞ୍ଚାଇ ଦେଲେ ରାହାଣେ-ସାର୍ଦ୍ଦୁଲ, ୨୯୬ ରନ୍‌ ଲିଡ୍‌ରେ ଅଷ୍ଟ୍ରେଲିଆ - ରାହାଣେ ସାର୍ଦ୍ଦୁଲଙ୍କ ଗୁରୁତ୍ୱପୂର୍ଣ୍ଣ ପାଳି

ତୃତୀୟ ଖେଳ ଆରମ୍ଭରୁ ଭାରତ ଶ୍ରୀକର ଭରତଙ୍କ ୱିକେଟ ହରାଇଥିଲା । ସାର୍ଦ୍ଦୁଲ ଠାକୁର ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଥିଲା । ୨୯୬ ରନ୍‌ ଲିଡ୍‌ ନେଇ ଅଷ୍ଟ୍ରେଲିଆ ଦଳ ମ୍ୟାଚ୍‌ରେ ଏକ ମଜଭୁତ ସ୍ଥିତିରେ ରହିଛି । ଅଧିକ ପଢ଼ନ୍ତୁ

ବଞ୍ଚାଇ ଦେଲେ ରାହାଣେ-ସାର୍ଦ୍ଦୁଲ, ୨୯୬ ରନ୍‌ ଲିଡ୍‌ରେ ଅଷ୍ଟ୍ରେଲିଆ

author img

By

Published : Jun 9, 2023, 10:58 PM IST

ଲଣ୍ଡନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଶେଷ ହୋଇଛି । ଆଜିର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୨୩ ରନ୍‌ କରିଛି । ଏହା ସହିତ ୨୯୬ ରନ୍‌ ଲିଡ୍‌ ନେଇ ଅଷ୍ଟ୍ରେଲିଆ ଦଳ ମ୍ୟାଚ୍‌ରେ ଏକ ମଜଭୁତ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ଜାଡେଜା ଦୁଇଟି ୱିକେଟ ନେଇଥିବା ବେଳେ ଗୋଟିଏ ଲେଖାଏଁ ୱିକଟେ ନେଇଛନ୍ତି ଉମେଶ ଯାଦବ ଓ ସିରାଜ ।

ଦ୍ବିତୀୟ ପାଳି ଆରମ୍ଭରୁ ଭାରତୀୟ ବୋଲର ଦମଦାର ବୋଲିଂ କରିଥିଲେ । ଶସ୍ତାରେ ୱାର୍ଣ୍ଣରଙ୍କୁ ପାଭିଲିୟନକୁ ପଠାଇଥିଲେ ମହମ୍ମଦ ସିରାଜ । ଉସମାନ ଖ୍ବାଜା ମଧ୍ୟ ୧୩ ରନ୍‌ କରି ଉମେଶ ଯାଦବଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଏହାପରେ ମାର୍ଣ୍ଣସ ଲାବୁସାନ ଓ ଷ୍ଟଭ୍‌ ସ୍ମିଥ୍‌ ପାଳି ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଏହାପରେ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଉଟ କରିଥିଲେ ରବୀନ୍ଦ୍ର ଜାଡେଜା । ଏହାପରେ ପ୍ରଥମ ଇନିଂସରେ ଧୂଆଁଧାର ପାଳି ଖେଳିଥିବା ଟ୍ରାଭିସ ହେଡ୍‌ ପୁଣି ବଡ଼ ସଟ୍‌ ଖେଳି ଆରମ୍ଭ କରିଥିଲେ । ତେବେ ମାତ୍ର ୧୮ ରନ୍‌ କରିଥିବା ବେଳେ ତାଙ୍କୁ ଶିକାର କରିଛନ୍ତି ଜାଡେଜା । ବର୍ତ୍ତମାନ ପିଚ୍‌ରେ ଲାବୁସାନ କ୍ୟାମେରନ୍‌ ଗ୍ରୀନ ବ୍ୟାଟିଂ କରୁଛନ୍ତି ।

ସେପଟେ ତୃତୀୟ ଖେଳ ଆରମ୍ଭରୁ ଭାରତ ଶ୍ରୀକର ଭରତଙ୍କ ୱିକେଟ ହରାଇଥିଲା । ଏହାପରେ ସାର୍ଦ୍ଦୁଲ ଠାକୁର ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଯାହାଫଳରେ ଭାରତ ଫଲୋଅନ୍‌ ଏଡ଼ାଇବାରେ ସକ୍ଷମ ହୋଇଥିଲା । ଲଞ୍ଚ ବ୍ରେକ୍‌ ପରେ ଆଜିଙ୍କ୍ୟ ରାହାଣେ ୮୯ ରନ୍‌ କରି ୱିକେଟ ହରାଇଥିଲେ । ଏହାପରେ ସାର୍ଦ୍ଦୁଲ ଠାକୁର ମଧ୍ୟ ଓଭାଲ ଗ୍ରାଉଣ୍ଡରେ ନିଜର ତୃତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଏଭଳି ଭାବରେ ସେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ୨୯୬ ରନ୍‌ରେ ଅଲଆଉଟ ହୋଇଥିଲା ଟିମ୍‌ ଇଣ୍ଡିଆ । ଏହାପରେ ୧୭୩ ରନ୍‌ ଲିଡ୍‌ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ପଡ଼ିଆକୁ ଓହ୍ଲାଇ ଆକ୍ରାମକ ଖେଳ ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ । କାଲି ଦଳ ପାଳି ଘୋଷଣା କରିପାରେ । ଏହାପରେ ପୁନଃ ବ୍ୟାଟିଂ ପାଇଁ ଓହ୍ଲାଇ ପାରେ ଭାରତ । ମ୍ୟାଚ୍‌ ଜିତିବାକୁ ଆସନ୍ତା କାଲି ଅଷ୍ଟ୍ରେଲିଆ ଜୋରଦାର ପ୍ରୟାସ କରିବ । ଏଣୁ ଭାରତ ବ୍ୟାଟିଂ ଲାଇନ୍‌ ଉପରେ ରହିବ ନଜର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.