ETV Bharat / sports

WTC Final: 50ତମ ଟେଷ୍ଟ ମ୍ୟାଚ ଖେଳିଲେ ରୋହିତ-କମିନ୍ସ - 50ତମ ଟେଷ୍ଟ ମ୍ୟାଚ ଖେଳିଲେ ରୋହିତ

ଭାରତ ଓ ଅଷ୍ଟ୍ରେଲିଆ ଦୁଇ ଦଳ ଅଧିନାୟକ ରୋହିତ ଶର୍ମା ଓ ପାଟ କମିନ୍ସ ଓଭାନ ଗ୍ରାଉଣ୍ଡରେ 50ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଅଧିକ ପଢନ୍ତୁ

WTC Final
50ତମ ଟେଷ୍ଟ ମ୍ୟାଚ ଖେଳିଲେ ରୋହିତ-କମିନ୍ସ
author img

By

Published : Jun 8, 2023, 12:16 PM IST

ଲଣ୍ଡନ: ଓଭାଲ ଗ୍ରାଉଣ୍ଡରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ମହାମୁକାବିଲା ଆରମ୍ଭ ହୋଇଯାଇଛି । ଏହି ଟ୍ରଫି ଟକ୍କରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଢେଇ ହୋଇଛି । ଡବ୍ଲୁଟିସି ଫାଇନାଲ ସହ ଭାରତ ଓ ଅଷ୍ଟ୍ରେଲିଆ ଦଳ ଦୁଇ ଅଧିନାୟକ ରୋହିତ ଶର୍ମା ଓ ପାଟ କମିନ୍ସ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଓଭାଲ ଗ୍ରାଉଣ୍ଡରେ ଉଭୟ ତାଙ୍କ 50ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଦୁଇ ଅଧିନାୟକ ଏହି ଉପଲବ୍ଧି ହାସଲ କରିଛନ୍ତି ।

ରୋହିତ ଶର୍ମା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବା ସହ ଟସ ମଧ୍ୟ ଜିତିଥିଲେ । 2013ରେ ରୋହିତ ଟେଷ୍ଟରେ ପଦାର୍ପଣ କରିଥିଲେ । 35 ବର୍ଷୀୟ ରୋହିତ 83ଟି ଇନିଂସରୁ 45.66 ପ୍ରତିଶତ ହାରରେ 9ଟି ଶତକ ଓ 14ଟି ଅର୍ଦ୍ଧଶତକ ସହ 337 ରନ କରିଛନ୍ତି । 2019 ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ରୋହିତ 6ଟି ଶତକ ଓ 4ଟି ଅର୍ଦ୍ଧଶତକ ସହ 1794 ରନ କରିଥିଲେ । ଗୋଟିଏ ବର୍ଷରେ ଭାରତର ଦ୍ବିତୀୟ ସର୍ବାଧିକ ରନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ରୋହିତ ।

ଏହା ସହିତ ରୋହିତ ଦ୍ରୁତତମ ଟେଷ୍ଟ ଏସିଆନ ଓପନର ଭାବେ 17ଟି ଇନିଂସରୁ 1000ରନ ମଧ୍ୟ ପୂରଣ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ 2011ରେ ଟେଷ୍ଟ ପଦାର୍ପଣ କରିଥିଲେ । 30 ବର୍ଷୀୟ କମିନ୍ସ ତାଙ୍କର 50 ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେ 90ଟି ଇନିଂସରୁ 217ଟି ୱିକେଟ ନେଇଛନ୍ତି । ହେଡ ଟୁ ହେଡ ମ୍ୟାଚରେ ରୋହିତ କମିନ୍ସଙ୍କ ବିପକ୍ଷରେ 109 ରନ କରିଛନ୍ତି ।

ଏହା ବି ପଢନ୍ତୁ...WTC Final Day 1 Stumps: ଟ୍ରାବିସ ହେଡ୍‌ଙ୍କ ଧୂଆଁଧାର ଶତକ, ଅଷ୍ଟ୍ରେଲିଆ ୩୨୭/୩

ପ୍ରକାଶଥାଉ କି, ଜୁନ 7ରୁ ଇଂଲଣ୍ଡର ଦ ଓଭାଲ ଗ୍ରାଉଣ୍ଡରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ ରାଜୁତି କରିଛି । ହେଡଙ୍କ ବିସ୍ଫୋରକ ଶତକ ଓ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟ୍ରେଭିସ ହେଡ 146 ଓ ସ୍ମିଥ 95 ରନ କରି ଅପରାଜିତ ରହିଛନ୍ତି । ପ୍ରଥମ ଦିନରେ ଅଷ୍ଟ୍ରେଲିଆ 3 ୱିକେଟ ହରାଇ 327 ରନ କରିଛି । ଭାରତ ପକ୍ଷରୁ ସାର୍ଦୁଳ ଠାକୁର, ମହମ୍ମଦ ସିରାଜ ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ପାଭିଲିୟନ ଫେରିଥିବା ୱାର୍ଣ୍ଣର 43, ଲାବୁସାନ 26 ରନ ଓ ଖାୱଜା ଖାତା ଖୋଲି ପାରି ନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.