ମୁମ୍ବାଇ: ମହିଳା ପ୍ରମିୟର ଲିଗରେ ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ମୁକାବିଲା ହେବ । ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ଆରିସିବି ଓ ସ୍ନେହା ରଣାଙ୍କ ଦଳ ଗୁଜରାଟକୁ ଭେଟିବ । ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ହାରି ସାରିଛନ୍ତି । ଆଜି ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଖେଳିବେ ଦୁଇ ଦଳ ।
ମହିଳା ଆଇପିଏଲ ଉଦଘାଟନୀ ମ୍ୟାଚରେ ଗୁଜରାଟ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାସ୍ତ କରିଥିଲା । ଏହାପରେ ୟୁପି ୱାରିୟର୍ଜ ବିପକ୍ଷରେ ଦ୍ବିତୀୟ ମୁକାବିଲାରେ ପରାସ୍ତ ହୋଇଥିଲା । ଅଧିନାୟିକା ଆଲିସା ହିଲି ଆହତ କାରଣରୁ ବିଶ୍ରାମ ନେଉଛନ୍ତି । ତାଙ୍କ ସ୍ଥାନରେ ଦଳର ଉପଅଧିନାୟିକା ସ୍ନେହ ରଣା ଦଳର ନେତୃତ୍ବ ନେଉଛନ୍ତି । ଆଜି ଦଳ ତାର ତୃତୀୟ ମୁକାବିଲା ଖେଳିବାକୁ ଯାଉଛି । କୌଣସି ମତେ ବିଜୟ ହାସଲ କରିବାକୁ ଚାହିଁବ ଦଳ । ପୂର୍ବ ମ୍ୟାଚ ତ୍ରୁଟି ସୁଧାରି ଦଳ ମଇଦାନକୁ ଓହ୍ଲାଇବ । ଅଧିନାୟିକା ବେଥ ମୁନୀ ମୁମ୍ବାଇ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ସେ ଆଜିର ମୁକାବିଲା ନଖେଳିବା ନେଇ ସମ୍ଭାବନା ଅଧିକ ରହିଛି ।
ଏହା ବି ପଢନ୍ତୁ...WPL 2023: ଦିଲ୍ଲୀର ଦ୍ବିତୀୟ ବିଜୟ, 42ରନରେ ହାରିଲା ୟୁପି ୱାରିୟର୍ଜ
ଅନ୍ୟପଟେ ଆରସିବି ମଧ୍ୟ ଆଜି ତାର ତୃତୀୟ ମୁକାବିଲା ଖେଳିବ । ପ୍ରଥମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ବିତୀୟ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାସ୍ତ ହୋଇଥିଲା । ଆଜି ବିଜୟ ହାସଲ ପାଇଁ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ ମାନ୍ଧାନାଙ୍କ ନେତୃତ୍ବାଧୀନ ଆରସିିବି । ପୂର୍ବ ଦୁଇଟି ମ୍ୟାଚରେ ସ୍ମୃତି ମାନ୍ଧନା ଭଲ ପ୍ରଦର୍ଶନ କରିଥଲେ ସୁଦ୍ଧା ଦଳକୁ ପରାଜୟ ବରଣ କରିବାକୁ ପଡିଥିଲା । ଆଜି ପ୍ରଥମ ବିଜୟ ଲକ୍ଷ୍ୟରେ ଖେଳିବ ବାଙ୍ଗାଲୋର ।
ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଆରସିବି ଓ ପଞ୍ଚମ ସ୍ଥାନରେ ରହିଛି ଗୁଜୁରାଟ ଜାଏଣ୍ଟ୍ସ । ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମୁକାବିଲା ଜିତି ଟେବୁଲ ଟପ୍ରେ ରହିଛି । ଦ୍ବିତୀୟରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଛି । ସେ ବି ତାର ଦୁଇଟି ମୁକାବିଲା ଜିତିଛି ମାତ୍ର ନେଟ୍ ରନରେଟ୍ ଆଧାରରେ ଦୁଇ ଦଳ ଆଗ ପଛ ହୋଇ ରହିଛନ୍ତି । ୟୁପି ୱାରିୟର୍ଜ ତୃତୀୟ ସ୍ଥାନରେ ରହିଛି । ୟୁପି ଗୋଟିଏ ମ୍ୟାଚ ଜିତିଛି ।
ଆରସିବି ସମ୍ଭାବ୍ୟ ସ୍କ୍ବାଡ୍ : ସ୍ମୃତି ମାନ୍ଧନା (ଅଧିନାୟିକା), ସୋଫି ଡିବାଇନ/ ଡେନ ବେନ ନିର୍କେକ, ଦିଶା କସାଟ, ଏଲିସ ପ୍ୟାରୀ, ହିଦର ନାଇଟ, ରିଚା ଘୋଷ, କନିକା ଆହୁଜା, ଶ୍ରୀୟଙ୍କା ପାଟିଲ, ରେଣୁକା ସିଂହ, ମେଗନ ଶୁଟୁ, ସହାନା ପୱାର/ପ୍ରୀତି ବୋଷ ।
ଗୁଜରାଟ ସମ୍ଭାବ୍ୟ ସ୍କ୍ବାଡ୍ : ସୋଫିଆ ଡକଲେ, ଏସ ମେଘନା, ହରର୍ଲିନ ଦେଓଲ, ଏଶଲେ ଗାର୍ଡନର, ସୁଷମା ବର୍ମା, ଦୟାଲନ ହେମଲତା, ଏନାବେଲ ସଦରଲେଡ/ଜାର୍ଜିଆ ବୟରହମ, ସ୍ନେହା ରଣା (ଅଧିନାୟିକା), ତନୁଜା କବର, କିମ ମର୍ଥ, ମାନସୀ ଯୋଶୀ ।