ETV Bharat / sports

WPL 2023: ମୁମ୍ବାଇର ବିଜୟଧାରା ଜାରି, 8 ୱିକେଟରେ ହାରିଲା ୟୁପି ୱାରିୟର୍ଜ - ମୁମ୍ବାଇ ବନାମ ୟୁପି ୱାରିୟର୍ଜ

ମହିଳା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଜବରଦସ୍ତ ପ୍ରଦର୍ଶନ । ୟୁପି ୱାରିୟର୍ଜକୁ 8 ୱିକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବଧୀନ ମୁମ୍ବାଇ । ଅଧିକ ପଢନ୍ତୁ

WPL 2023
mumbai indians beat upwarriorz
author img

By

Published : Mar 13, 2023, 7:10 AM IST

ମୁମ୍ବାଇ: ମହିଳା ପ୍ରିମିୟର ଲିଗରେ ଏ ପର୍ଯ୍ୟନ୍ତ ଅପରାଜେୟ ସାବ୍ୟସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ୟୁପି ୱାରିୟର୍ଜ ବିପକ୍ଷ ମୁକାବିଲାରେ ଦମଦାର ବିଜୟ ହାସଲ କରି ବିଜୟଧାରା ବଜାୟ ରଖିଛି ମୁମ୍ବାଇ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ଦ୍ରୁତତମ ଅର୍ଦ୍ଧଶତକ ବଳରେ ୟୁପି ୱାରିୟର୍ଜକୁ 8 ୱିକେଟରେ ପରାସ୍ତ କରି ଚତୁର୍ଥ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । 33 ବଲରେ ଅପରାଜିତ 53 ରନ କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ହର୍ମନପ୍ରୀତ କୌର ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ୟୁପି ୱାରିୟର୍ଜ ଅଧିନାୟିକା ଆଲିସା ହିଲି । ଦଳୀୟ ସ୍କୋର 58ରେ ଦଳର 2ଟି ୱିକେଟ ପତନ ହୋଇଥିଲା । ଓପନର ଦେବୀକା ବୈଦ୍ୟ 6 ଓ କିରଣ ନବଗିରି 17 ରନ କରି ଆଉଟ ହୋଇଥିଲେ । ଆଲିସା ହିଲି ତହଲିଆ ମ୍ୟାକଗ୍ରାଥଙ୍କ ସହ ମିଶି ବ୍ୟାଟିଂ ଜାରି ରଖିଥିଲେ । 17ତମ ଓଭରରେ ସାଇକା ଇସାକ ଉଭୟଙ୍କୁ ଆଉଟ କରିଥିଲେ । ଆଲିସା ହିଲି 46 ବଲରେ 58 ରନ କରିଥିଲେ । ମ୍ୟାକଗ୍ରା 50ରନ କରିଥିଲେ । ଏହାପରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସିମରେନ ଶୈଖ ଅପରାଜିତ 9 ରନ କରି ଦଳୀୟ ସ୍କୋରକୁ 159ରେ ପହଞ୍ଚାଇଥିଲେ । ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ୟୁପି 6 ୱିକେଟ ହରାଇ 159 ରନ କରିଥିଲା । ମୁମ୍ବାଇକୁ 160 ରନର ବିଜୟ ଲକ୍ଷ୍ୟ ଦେଇଥିଲା ୟୁପି । ମୁମ୍ବାଇ ପକ୍ଷରୁ ଇସାକ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...FIH Pro League: ଭାରତର ଚିତାକର୍ଷକ ବିଜୟ, ୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

160 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ । ୟାସ୍ତିକା ଭାଟିଆ ଓ ହେଲି ମାଥ୍ୟୁସ ପ୍ରଥମ ୱିକେଟରେ 58 ରନ ସଂଗ୍ରହ କରିଥିଲେ । ୟାସ୍ତିକା ବ୍ୟକ୍ତିଗତ 27 ବଲରୁ ଦ୍ରୁତତମ 42 ରନ କରି ପ୍ରଥମେ ଆଉଟ ହୋଇଥିଲେ । ପରେ ମାଥ୍ୟୁସ 12 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ନୀତାଲି ସାଇବର ବ୍ରଣ୍ଟ ଓ ହର୍ମନପ୍ରୀତ କୌର ଆକ୍ରମଣତ୍ମକ ବ୍ୟାଟିଂ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ 15ଟି ବଲ ବାକି ଥାଇ 2 ୱିକେଟ ବିନିମୟରେ ବିଜୟ ହାସଲ କରିଥିଲା । ବ୍ରଣ୍ଟ ଓ ହର୍ମନପ୍ରୀତ 106 ରନର ଭାଗିଦାରୀ ଗଠନ କରିଥିଲେ । ବ୍ରଣ୍ଟ 45 ରନ କରିଥିଲେ । ହର୍ମନପ୍ରୀତ କୌର 33 ବଲର ସାମ୍ନା କରି ଅପରାଜିତ 53 ରନ କରିଥିଲେ । ଯେଉଁଥିରେ 9 ଚୌକା ଓ 1 ଛକା ସାମିଲ ଅଛି । ମୁମ୍ବାଇ ଇଣ୍ଡିଆନ୍ସ କ୍ରମାନ୍ବୟରେ ଚତୁର୍ଥ ବିଜୟ ସହ ଟେବୁଲ ଟପରେ ରହିଛି । ୟୁପି ୱାରିୟର୍ଜ 4 ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ଏହାର ପରବର୍ତ୍ତୀ ମ୍ୟାଚରେ ଆସନ୍ତାକାଲି (ମଙ୍ଗଳବାର) ଗୁଜରାଟକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.