ETV Bharat / sports

WPL 2023: ଦିଲ୍ଲୀର ଦ୍ବିତୀୟ ବିଜୟ, 42ରନରେ ହାରିଲା ୟୁପି ୱାରିୟର୍ଜ

ମହିଳା ଆଇପିଏଲରେ ଦମଦାର ଫର୍ମରେ ଅଛି ଦିଲ୍ଲୀ କ୍ୟାପିଟାଲ୍ସ । ୟୁପି ୱାରିୟର୍ଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରିଛି ଦିଲ୍ଲୀ । ଅଧିକ ପଢନ୍ତୁ

delhi capitals vs up warriorz
ମହିଳା ଆଇପିଏଲ
author img

By

Published : Mar 8, 2023, 7:23 AM IST

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ଚତୁର୍ଥ ଦିନରେ ୟୁପି ୱାରିଅର୍ଜ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ୟୁପିର ତାହିଲିଆ ମ୍ୟାଗ୍ରାଥଙ୍କ ଦମଦାର ପାରି ବୃଥା ହୋଇଛି । 42 ରନରେ ୟୁପି କବଳରୁ ମ୍ୟାଚ ଛଡାଇ ଆଣ ବିଜୟ ହାସଲ କରିଛି ମେଗ ଲାନିଂଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ଏହାସହ ମହିଳା ପ୍ରିମିୟର ଲିଗରେ ଏହା ଦିଲ୍ଲୀର ଲଗାତାର ଦ୍ବିତୀୟ ବିଜୟ । ଅପରାଜିତ ଦମଦାର 42ରନ ଇନିଂସ ଖେଳିଥିବାରୁ ଦିଲ୍ଲୀର ଜେସ୍‌ ଜୋନସେନ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । 50 ବଲରେ ଅପରାଜିତ 90 ରନ କରିଥିବା ତାହିଲିଆ ମ୍ୟାଗ୍ରାଥ ପାୱାରଫୁଲ ଷ୍ଟ୍ରାଇକର ଅଫ୍‌ ମ୍ୟାଚ ପୁରସ୍କାର ପାଇଛନ୍ତି ।

ୟୁପି ୱାରିଅର୍ଜ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ୟୁପି । ଓପନର ମେଗ ଲାନିଙ୍ଗ ଓ ସେଫାଳି ବର୍ମା ଦମଦାର ଆରମ୍ଭ କରିଥିଲେ । ମ୍ୟାଗ୍ରାଥଙ୍କ ଶିକାର ହୋଇଥିଲେ ସେଫାଳି । 17ରନ କରି ପାଭିଲିୟନ ଫେରିଥିଲେ । ଦଳୀୟ ସ୍କୋର 79ରେ ଦିଲ୍ଲୀର ପ୍ରଥମ ୱିକେଟ ପତନ ହୋଇଥିଲା । ମେଗ ଲାନିଙ୍ଗ ବ୍ୟାଟିଂ ଜାରି ରଖିଥିଲେ । 11 ତମ ଓଭରରେ ଦିଲ୍ଲୀ 100ରନ ପୂରଣ ହୋଇଥିଲା । ରାଜେଶ୍ବରୀ ଗାଏକ୍ବାର୍ଡ ମେଗ ଲାନିଙ୍ଗଙ୍କୁ ଆଉଟ କରିଥିଲେ । 42 ବଲରେ ଦିଲ୍ଲୀ ଅଧିନାୟିକା ମେଗ ଲାନିଙ୍ଗ 70ରନ (3ଟି ଛକା, 10ଟି ଚୌକା) କରି ଆଉଟ ହୋଇଥିଲେ । ଏହାପରେ ଆଲିସ କାପସେ 21 ରନ କରି ସାବନିମିସମେଲଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ 4 ୱିକେଟ ହରାଇ 211 ରନ କରିଥିଲା । ୟୁପିକୁ 212 ରନ ବିଜୟ ଲଷ୍ୟ ଦେଇଥିଲା । ମେଗ ଲାନିଙ୍ଗ 42 ବଲରେ 70 ରନ ଓ ଜେସ ଜୋନସେନ 20 ବଲରେ ଅପରାଜିତ 42 ରନ କରିଥିଲେ ।

ଏହା ବି ପଢନ୍ତୁ...Watch Video: ହୋଲି ଖେଳିଲା ଟିମ ଇଣ୍ଡିଆ, ରଙ୍ଗ ମାରିଲେ କୋହଲି, ସେଲଫି ନେଲେ ରୋହିତ

212ରନ ଟାର୍ଗେଟ ନେଇ ପାଳି ଆରମ୍ଭ କରିଥିଲା ୟୁପି । ଆଲିସା ହିଲି ଓ ଶ୍ବେତା ସେରାୱେତ ଓପନିଂ କରିଥିଲେ । ତୃତୀୟ ଓଭରରେ ୟୁପିକୁ ପ୍ରଥମ ଝଟକା ଲାଗିଥିଲା । ପ୍ରଥମ ଆଲିସା ହିଲି ଓ କିରଣ ନବଗିରିଙ୍କୁ ପାଭିଲିୟନ ପଠାଇଥିଲେ । ପରେ ପରେ ଶ୍ବେତା ସେରାୱତଙ୍କୁ ଆଉଟ କରିଥିଲେ କେପ । ଦିପ୍ତୀ ଶର୍ମା ମଧ୍ୟ କିଛି ବିଶେଷ ପ୍ରଦର୍ଶନ କରି ନଥିଲେ । ମାତ୍ର 12 ରନ କରି ଆଉଟ ହୋଇଥିଲେ । ସପଟେ ତାହିଲିଆ ମ୍ୟାଗ୍ରାଥ କ୍ରିଜରେ ଉପସ୍ଥିତ ରହି ଚମତ୍କାର ସଟ୍‌ ଖେଳୁଥିଲେ । ଗୋଟିଏ ପରେ ଗୋଟିଏ ଦର୍ଶନୀୟ ସଟ ଖେଳି ଦଲୀୟ ସ୍କୋରବୋର୍ଡକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର୍‌ 135ରେ ଦଳର 5ଟି ୱିକେଟ ପତନ ହୋଇଥିଲା । ତାହିଲିଆ ମ୍ୟାଗ୍ରାଥ 50 ବଲରେ 90ରନର ଇନିଂସ ଖେଳିଥିଲେ ବି ବିଜୟ ପାଇଁ ଯଥେଷ୍ଟ ନଥିଲା । ଫଳରେ ୟୁପି 42ରନରେ ମ୍ୟାଚ ହାରିଥିଲା । ୟୁପି 5 ୱିକେଟ ହରାଇ 196 ରନ କରିବାକୁ ସକ୍ଷମ ହୋଇଥିଲା । ୟୁପି ପକ୍ଷରୁ ସାବନିମିସମେଲ 4 ଓଭରରେ 29 ରନ ଦେଇ 1ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.