ETV Bharat / sports

WPL 2023: ଆରସିିବିର ପଞ୍ଚମ ପରାଜୟ, 6 ୱିକେଟରେ ଜିତିଲା ଦିଲ୍ଲୀ

ମହିଳା ପ୍ରିମିୟର ଲିଗ 11 ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ଆରସିବିକୁ 6 ୱିକେଟରେ ପରାସ୍ତ କରିଛି ଦିଲ୍ଲୀ । ଅଧିକ ପଢନ୍ତୁ

author img

By

Published : Mar 14, 2023, 8:03 AM IST

delhi capitals beat royal challengers bangalore
ଆରସିିବିର ପଞ୍ଚମ ପରାଜୟ, 6 ୱିକେଟରେ ଜିତିଲା ଦିଲ୍ଲୀ

ମୁମ୍ବାଇ: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ଆରିସିବି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ । ଦଳ ପାଇଁ ମ୍ୟାଚ ଜିତିବା ସ୍ବପ୍ନ ପରି ହୋଇଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ହାରିବାକୁ ଲାଗିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହିଳା ପ୍ରିମିୟର ଲିଗ 11ତମ ମ୍ୟାଚରେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀ ଆରସିବିକୁ 6 ୱିକେଟରେ ପରାସ୍ତ କରିଛି । ଏହା ବାଙ୍ଗାଲୋରର ପଞ୍ଚମ ପରାଜୟ । 15 ବଲରେ ଅପରାଜିତ 29 ରନ କରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଚମ ପରାଜୟ ସହ ବାଙ୍ଗାଲୋର ପ୍ଲେ ଅଫ ଦୌଡରୁ ବାଦ ପଡିଛି ।

ପ୍ରଥମ ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବିର ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସୋଫି ଡାଭାଇନ ବିଫଳ ହୋଇଥିଲେ । ମାନ୍ଧାନା 8 ଓ ସୋଫି 21 ରନ କରି ସଅଳ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ବ୍ୟାଟିଂ ପାଇ ଆସିଥିବା ଏଲିସ ପେରୀ ଦୃଢ ବ୍ୟାଟିଂ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏଲିସା ପେରୀ 52 ବଲରେ ଅପରାଜିତ 67(4 ଚୌକା, 5 ଛକା) ରନ କରିଥିଲେ । ରିଚା ଘୋଷ 16ଟି ବଲରୁ ଦ୍ରୁତ 37 ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ 20 ଓଭରରେ 150ରନ କରିଥିଲା । ଦିଲ୍ଲୀକୁ 151 ରନ ବିଜୟ ଲକ୍ଷ୍ୟ ଦେଇଥିଲା ଆରିସିବି । ବାଙ୍ଗାଲୋର ପକ୍ଷରୁ ଶିଖା ପାଣ୍ଡେ ସର୍ବାଧିକ 3ଟି ୱିକେଟ ନେଇଥିଲେ । ତାରା ନରିସ ଗୋଟିଏ ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...Border Gavaskar Trophy: ଚତୁର୍ଥ ଟେଷ୍ଟ ଡ୍ର, ୨-୧ରେ ସିରିଜ ଜିତିଲା ଭାରତ

151 ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଦିଲ୍ଲୀ । 1 ରନରେ ଦିଲ୍ଲୀର ପ୍ରଥମ ୱିକେଟ ପତନ ହୋଇଥିଲା । ସେଫାଳି ବର୍ମା ଖାତା ଖୋଲି ନପାରି ଆଉଟ ହୋଇଥିଲେ । ମେଗାନ ସ୍କଟଙ୍କ ଶିକାର ହୋଇଥିଲେ ସେଫାଳି । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଆଲିସ କ୍ୟାପସୀ ଅଧିନାୟିକା ମେଗ ଲାନିଙ୍ଗଙ୍କ ସହ ମିଶି ଦଳୀୟ ସ୍କୋରକୁ 45ରେ ପହଞ୍ଚାଇଥିଲେ । କ୍ୟାପସୀ 24 ବଲରେ 38 ରନ କରି ଆଉଟ ହୋଇଥିଲେ । ପରେ ପରେ ମେଗ ଲାନିଙ୍ଗ 15 ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ଜେମିମା ରୋଡ୍ରିଗ୍ସ ଓ ମାରିଜାନ କାପ ଦଳୀୟ ସ୍କୋରକୁ 109ରେ ପହଞ୍ଚାଇଥିଲେ । ଜେମିମା 32 ରନ କରି ଆଉଟ ହୋଇଥିଲେ । ମ୍ୟାଚ ଆରସିବି ଆଡକୁ ଢଳୁଥିଲା । ମାତ୍ର ଜେସ ଜୋନାସେନ ଓ ମାରିଜାନ କାପ ଦୃଢ ବ୍ୟାଟିଂ କରି ମ୍ୟାଚ ମୋଡ ବଦଳାଇ ଦେଇଥିଲେ ।

ଏହା ବି ପଢନ୍ତୁ...FIH Pro League 2023: ରାଉରକେଲାରେ ଭାରତର ଗୋଲ ବର୍ଷା, ୬-୩ ଗୋଲରେ ଧୂଳି ଚାଟିଲା ଜର୍ମାନୀ

ଶେଷ ଓଭରରେ ବିଜୟ ପାଇଁ 9 ରନ ଦରକାର ଥିଲା । ପ୍ରଥମ 2 ବଲରେ 2 ରନ ସଂଗ୍ରହ ହୋଇଥିଲା । ଏହାପରେ ପରବର୍ତ୍ତୀ 2 ବଲରେ ଜେସ ଜୋନାସେନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ । 15 ବଲରେ ଜେସ ଜୋନାସେନ 29 ରନ୍‌ ସଂଗ୍ରହ କରିଥିଲେ । କାପ ଅପରାଜିତ 32 ରନ ସଂଗ୍ରହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.