ETV Bharat / sports

Test Championship Points Table; ପଏଣ୍ଟ ଟେବୁଲ ଆଗରେ ଅଷ୍ଟ୍ରେଲିଆ, ଜାଣନ୍ତୁ ଭାରତ କେଉଁଠି

author img

By

Published : Dec 28, 2021, 2:03 PM IST

ପ୍ରକାଶ ପାଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ତାଲିକା (Test Championship Points Table)। ଆସେସ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହ ୩୫ ପଏଣ୍ଟ ସହ ତାଲିକା ଉପରେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ପଏଣ୍ଟ ଟେବୁଲ ଆଗରେ ଅଷ୍ଟ୍ରେଲିଆ
ପଏଣ୍ଟ ଟେବୁଲ ଆଗରେ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ବିଶ୍ବ ଟେଷ୍ଟ ଚମ୍ପିୟନସିପ ପଏଣ୍ଟ ତାଲିକା (Test Championship Points Table)। ଆସେସ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହା ସହ ୩୫ ପଏଣ୍ଟ ସହ ତାଲିକା ଉପରେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ । ଆସେସ କବଜା କରିବା ପରେ ଅଷ୍ଟ୍ରେଲିଆକୁ ପଏଣ୍ଟ ଟେବୁଲରେ ଅନେକ ଫାଇଦା ମିଳିଛି ।

ଆଇସିସି ତରଫରୁ ଜାରି ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହିଛି । ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ ଜିତି ସାରିଛି । ଶ୍ରୀଲଙ୍କା ଦୁଇଟି ଜିତିଛି । ଉଭୟ ଦଳର ବିଜୟୀ ପ୍ରତିଶତ ୧୦୦ ପ୍ରତିଶତ ରହିଛି । ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ପାକ୍ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି । ପାକିସ୍ତାନର ବିଜୟୀ ପ୍ରତିଶତ ୭୫ ପ୍ରତିଶତ । ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଭାରତ । ଟିମ ଇଣ୍ଡିଆ ୨ଟି ସିରିଜ୍ ଖେଳିଥିବା ବେଳେ ତିନୋଟି ଜିତିଛି ଗୋଟିଏ ହାରିଛି । ଆଉ ଦୁଇଟି ମ୍ୟାଚ୍ ଡ୍ର ରହିଛି ।

ସେହିପରି ଆସେସ ଟେଷ୍ଟରେ ତିନୋଟି ମ୍ୟାଚ ହାରିବା ପରେ ଇଂଲଣ୍ଡ ପଏଣ୍ଟ ଟେବୁଲ ତଳକୁ ଖସି ଆସିଛି । ଟେବୁଲର ସପ୍ତମ ସ୍ଥାନରେ ରହିଛି ଇଂଲଣ୍ଡ । ଏହା ପଛକୁ ଅର୍ଥାତ ଶେଷ ସ୍ଥାନରେ ରହିଛି ବାଂଲାଦେଶ । ମଝିରେ ପଞ୍ଚମ ଓ ଷଷ୍ଠରେ ଯଥାକ୍ରମେ ୱେଷ୍ଟଇଣ୍ଡିଜ ଓ ନ୍ୟୁଜଲାଣ୍ଡ ରହିଛି । ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ନ୍ୟୁଜିଲାଣ୍ଡ ହାତେଇଥିଲା । ଭାରତ ରନର ଅପ୍ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.