ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସର ସଫଳତମ ଟିମ୍‌ ଅଷ୍ଟ୍ରେଲିଆ, ଜାଣନ୍ତୁ ସାମର୍ଥ୍ୟ ଓ ଦୁର୍ବଳତା

author img

By ETV Bharat Odisha Team

Published : Oct 3, 2023, 4:44 PM IST

ICC କ୍ରିକେଟ ବିଶ୍ବକପ୍‌ରେ ସବୁଠାରୁ ସଫଳ ଦଳ ଭାବେ ୫ ଥର ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ । ବିଶ୍ବକପ୍‌ ୨୦୨୩ରେ ଷଷ୍ଠ ଥର ପାଇଁ ଟାଇଟଲ ଲକ୍ଷ୍ୟରେ ରହିଥିବା କଙ୍ଗାରୁ ଦଳର କଣ ରହିଛି ସାମର୍ଥ୍ୟ ଓ ଦୁର୍ବଳତା ଜାଣନ୍ତୁ । ଅଧିକ ପଢ଼ନ୍ତୁ

SWOT Analysis of Australia Cricket Team
ବିଶ୍ବକପ୍‌ ଇତିହାସର ସଫଳତମ ଟିମ୍‌ ଅଷ୍ଟ୍ରେଲିଆ

ହାଇଦ୍ରାବାଦ: ICC କ୍ରିକେଟ ବିଶ୍ବକପ୍‌ ୨୦୨୩ ଆରମ୍ଭ ହେବାକୁ ହାତରେ ଆଉ ମାତ୍ର ୨ ଦିନ । ଏଥର ବିଶ୍ବକପ୍‌ ଭାରତ ଆୟୋଜନ କରୁଥିବାବେଳେ ୧୦ ଦଳ ମଧ୍ୟରେ ୧୦ଟି ଭେନ୍ୟୁରେ ମୋଟ ୪୮ଟି ମ୍ୟାଚ୍‌ ଖେଳାଯିବ । ଅକ୍ଟୋବର ୫(ଗୁରୁବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଆରମ୍ଭ ହେବ ବିଶ୍ବକପ୍‌ ମହାକୁମ୍ଭ । ତେବେ ଏଥିପାଇଁ ସମସ୍ତ ଟିମ୍‌ର ରଣନୀତି ପ୍ରସ୍ତୁତ ହୋଇସାରିଥିବାବେଳେ ବିଶ୍ବକପ୍‌ ଇତିହାସର ସବୁଠାରୁ ସଫଳତମ ଟିମ୍‌ ଭାବେ ଅଷ୍ଟ୍ରେଲିଆର ପ୍ରସ୍ତୁତିର ମୂଲ୍ୟାଙ୍କନ କରିବା ଜରୁରୀ । ସର୍ବାଧିକ ୫ ଥର ବିଶ୍ବକପ୍‌ ଟ୍ରଫି ହାତେଇବାର ରେକର୍ଡ ସହ ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବାକୁ ଯାଉଥିବା ଅଷ୍ଟ୍ରେଲିଆ ଅଭିଜ୍ଞ ଦୃତ ବୋଲର ପ୍ୟାଟ୍‌ କମିନ୍ସଙ୍କ ନେତୃତ୍ବରେ ଏଥର ଷଷ୍ଠ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିବ । ହେଲେ ଏହି ରେକର୍ଡ କଙ୍ଗାରୁ ଦଳ ପାଇଁ ଏତେ ସହଜ ହେବନାହିଁ । ଜାଣନ୍ତୁ କଣ ରହିଛି ଦଳର ସାମର୍ଥ୍ୟ, ଦୁର୍ବଳତା, ଆହ୍ବାନ ଓ ସୁଯୋଗ ।

ସାମର୍ଥ୍ୟ:

(୧) ଘାତକ ବୋଲିଂ ଆକ୍ରମଣ- ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ୍‌ ଏବଂ ଜୋସ୍ ହାଜଲେଉଡ୍‌ଙ୍କ ପରି ଅଷ୍ଟ୍ରେଲିଆ ନିକଟରେ ଏକ ଶକ୍ତିଶାଳୀ ଏବଂ ବହୁମୁଖୀ ବୋଲିଂ ଲାଇନ୍‌ଅପ୍‌ ରହିଛି । କମିନ୍ସ, ଷ୍ଟାର୍କ ଏବଂ ହାଜଲେଉଡଙ୍କ ତ୍ରିକୋଣୀୟ ଶକ୍ତିଶାଳୀ ବୋଲିଂ ୟୁନଟ୍‌ ପାଖରେ କ୍ରମାଗତ ଭାବରେ ଦୃତ ବେଗରେ ବୋଲିଂ କରିବାର କ୍ଷମତା, ବଲକୁ ଉଭୟ ପାର୍ଶ୍ବରେ ସୁଇଙ୍ଗ୍ କରିବା ଏବଂ ପିଚ୍‌ରୁ କିଛି ବାଉନ୍ସ ବାହାର କରିବାର କ୍ଷମତା ରହିଛି । ଲେଗ୍ ସ୍ପିନର ଆଦାମ ଜାମ୍ପାଙ୍କ ଭଳି ବିଶେଷଜ୍ଞ ସ୍ପିନର ଏକାକୀ ସେମାନଙ୍କ ବୋଲିଂ ଲାଇନ୍ଅପ୍‌ରେ ବିଭିନ୍ନତା ଏବଂ ଗଭୀରତା ଆଣିଦେଇଥାନ୍ତି ।

ଜାନୁଆରୀ ୨୦୨୩ରୁ ମିଚେଲ ଷ୍ଟାର୍କ ଭାରତୀୟ ମାଟିରେ କେବଳ ୪ଟି ଦିନିକିଆ ମ୍ୟାଚ୍‌ ଖେଳି ୯ ୱିକେଟ୍ ହାସଲ କରିଛନ୍ତି । ଆହତ କାରଣରୁ ହାଜେଲଉଡ୍ ଦୀର୍ଘଦିନ ଦଳ ବାହାରେ ରହିଥିଲେ ମଧ୍ୟ ଭାରତୀୟ ପିଚ୍‌ରେ ଖେଳିବାର ତାଙ୍କର ବହୁତ ଅଭିଜ୍ଞତା ରହିଛି । ଏପର୍ଯ୍ୟନ୍ତ ସେ ୭୪ଟି ଦିନିକିଆ ମ୍ୟାଚ୍‌ ଖେଳି ୧୧୬ ୱିକେଟ୍‌ ଅକ୍ତିଆର କରିଛନ୍ତି । ସେହିଭଳି ଅଧିନାୟକ କମିନ୍ସ ୭୭ ଦିନିକିଆରୁ ୧୨୬ ୱିକେଟ୍‌ ପାଇଛନ୍ତି । ଭାରତୀୟ ପିଚ୍‌ର ଅବସ୍ଥା ଓ ପରିସ୍ଥିତିକୁ ବିଚାରକୁ ନେଲେ ଆଦାମ ଜାମ୍ପାଙ୍କ ଭୂମିକା ମ୍ୟାଚ୍‌ରେ ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ଭାରତୀୟ ମାଟିରେ ତାଙ୍କର ବେଶ ଭଲ ରେକର୍ଡ ରହିଛି । ଏଠାରେ ସେ କେବଳ ୧୬ ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ୨୭ ବହୁମୂଲ୍ୟ ୱିକେଟ ହାସଲ କରିଛନ୍ତି ।

(୨)ବିସ୍ଫୋରକ ବ୍ୟାଟିଂ ଲାଇନ୍ଅପ୍- ଡେଭିଡ ୱାର୍ଣ୍ଣର, ମିଚେଲ୍‌ ମାର୍ଶ, ଗ୍ଲେନ୍‌ ମ୍ୟାକ୍ସୱେଲ ଏବଂ ମାର୍କସ ଷ୍ଟୋଇନିସଙ୍କ ପରି ପାୱାର ହିଟରମାନେ କଙ୍ଗାରୁ ଦଳର ବ୍ୟାଟିଂ ଲାଇନ୍ଅପ୍ ଶକ୍ତିଶାଳୀ କରିଛନ୍ତି । ଯେକୌଣସି ଟାର୍ଗେଟକୁ ଆକ୍ରମଣାତ୍ମକ ଭାବରେ ହାସଲ କରିନେବା ପାଇଁ ଏମାନେ ସକ୍ଷମ । ଦଳର ଟପ୍‌ ଅର୍ଡର ଯଦି ବିଫଳ ହୁଏ, ଷ୍ଟିଭ୍ ସ୍ମିଥ୍ଙ୍କ ଅଭିଜ୍ଞତା ଏବଂ ମାର୍ନସ୍ ଲାବୁସାନେଙ୍କ ଭଳି ସ୍ଥିର ପ୍ରଦର୍ଶନ ଦେଉଥିବା ଖେଳାଳି ଦଳକୁ ଚାପମୁକ୍ତ କରି ମଧ୍ୟମକ୍ରମରେ ସ୍ଥିରତା ପ୍ରଦାନ କରିପାରନ୍ତି । ଚଳିତ ବର୍ଷ ଡେଭିଡ ୱାର୍ଣ୍ଣର ଅଷ୍ଟ୍ରେଲିଆ ପାଇଁ ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟର ଅଟନ୍ତି । ୯ଟି ଦିନିକିଆରେ ସେ ଭାରତ ବିପକ୍ଷରେ ୩ଟି କ୍ରମାଗତ ଅର୍ଦ୍ଧଶତକ ଓ ଦକ୍ଷିଣଆଫ୍ରିକା ବିପକ୍ଷରେ ଏକ ଶତକ ସହିତ ମୋଟ ୩୯୦ ରନ ସଂଗ୍ରହ କରିଛନ୍ତି । ୧୦ ମ୍ୟାଚ୍‌ରୁ ୪୧୭ ରନ ସଂଗ୍ରହ କରିଥିବା ମାର୍ଶ ଅଷ୍ଟ୍ରେଲିଆ ପାଇଁ ଚଳିତ ବର୍ଷ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ଅଟନ୍ତି । ଏଥିରେ ତାଙ୍କର ୪ଟି ଅର୍ଦ୍ଧଶତକୀୟ ପାଳି ରହିଛି । ସେପଟେ ୧୦ଟି ମ୍ୟାଚ୍‌ରୁ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହିତ ୪୬୪ ରନ ସଂଗ୍ରହ କରିଥିବା ମାର୍ନସ୍ ଲାବୁସାନେ ଚଳିତ ବର୍ଷ ଦିନିକିଆରେ କଙ୍ଗାରୁ ଦଳ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ପାଲଟିଛନ୍ତି ।

(୩)ଅଲରାଉଣ୍ଡ କ୍ଷମତା- ଦଳରେ କାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ମିଚେଲ ମାର୍ଶଙ୍କ ଭଳି ଦକ୍ଷ ଅଲରାଉଣ୍ଡର ରହିଛନ୍ତି, ଯେଉଁମାନେ ପେସର ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ସେହିଭଳି ଗ୍ଲେନ୍ ମ୍ୟାକ୍ସୱେଲ, ମାର୍ନସ୍ ଲାବୁସାନ୍‌ ଏବଂ ଟ୍ରାଭିସ୍ ହେଡ୍‌ଙ୍କ ଭଳି ଅଲରାଉଣ୍ଡର ସ୍ପିନ୍ ବିଭାଗରେ ଅଧିନାୟକଙ୍କୁ ସାହାଯ୍ୟ କରିବେ । ଏପରିକି ପିଚ୍‌ରୁ ଯଦି ସେଭଳି ସହାୟତା ମିଳେ, ତେବେ ଗ୍ଲେନ୍ ମ୍ୟାକ୍ସୱେଲ ୧୦ ଓଭର ମଧ୍ୟ ବୋଲିଂ କରିପାରିବେ । ନିକଟରେ ରାଜକୋଟରେ ଖେଳାଯାଇଥିବା ଭାରତ ବିପକ୍ଷ ତୃତୀୟ ଦିନିକିଆରେ ସେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିଥିଲେ । ଚଳିତବର୍ଷ ଷ୍ଟୋଇନିସ୍ ୭ଟି ଦିନିକିଆରେ ୭ଟି ୱିକେଟ୍ ନେଇଥିବାବେଳେ ଗ୍ରୀନ୍ ୭ଟି ମ୍ୟାଚ୍‌ରେ ୫ଟି ୱିକେଟ୍ ହାସଲ କରିଛନ୍ତି ।

ଦୁର୍ବଳତା:

(୧) ଆଘାତ ଚିନ୍ତା ଏବଂ ଖେଳ ସମୟର ଅଭାବ- ପ୍ୟାଟ୍‌ କମିନ୍ସ, ଗ୍ଲେନ ମାକ୍ସୱେଲ, ଷ୍ଟିଭ ସ୍ମିଥ ଏବଂ ମିଚେଲ ଷ୍ଟାର୍କଙ୍କ ସମେତ କିଛି ପ୍ରମୁଖ ଖେଳାଳି ଆଘାତ କାରଣରୁ ଦିନିକିଆ କ୍ରିକେଟରୁ ଦୂରେଇ ଯାଇଥିଲେ । ଯଦି ଏହି ଖେଳାଳୀମାନେ ଟୁର୍ଣ୍ଣାମେଣ୍ଟ ସମୟରେ ଆହତଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଏହା ଦଳକୁ ଯଥେଷ୍ଟ ଦୁର୍ବଳ କରିପାରେ । ଏପରିକି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ଗୁଡ଼ିକରେ ସେମାନଙ୍କର ଅନୁପସ୍ଥିତି ମ୍ୟାଚ୍‌ ଫଳାଫଳକୁ ପ୍ରଭାବିତ କରିଥାଏ । ବିଶେଷକରି, ଏକ ଦିନିକିଆ ବିଶ୍ବକପ୍ ବର୍ଷରେ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବା ପୂର୍ବରୁ ଜଣେ ଖେଳାଳି ଯଥେଷ୍ଟ ମ୍ୟାଚ୍ ଖେଳିବାକୁ ଚାହାନ୍ତି । କିନ୍ତୁ ପ୍ୟାଟ୍ କମିନ୍ସ ଦୁଇଟି, ଗ୍ଲେନ୍ ମ୍ୟାକ୍ସୱେଲ ଗୋଟିଏ, ଷ୍ଟିଭ୍ ସ୍ମିଥ୍ ୬ଟି ଏବଂ ମିଚେଲ୍ ଷ୍ଟାର୍କ୍‌ କେବଳ ୪ଟି ମ୍ୟାଚ୍‌ ଖେଳି ପ୍ରତିଯୋଗିତାକୁ ଆସିବାକୁ ଯାଉଛନ୍ତି ।

(୨)ସ୍ପିନ୍‌ ବିଭାଗରେ ଗଭୀରତାର ଅଭାବ- ଆଦାମ ଜାମ୍ପା ଅଷ୍ଟ୍ରେଲିଆ ପାଇଁ ଏକମାତ୍ର ବିଶେଷଜ୍ଞ ସ୍ପିନର ଅଟନ୍ତି । ଦଳରେ ବ୍ୟାକ୍‌ଅପ୍ ଅଭିଜ୍ଞ ସ୍ପିନରଙ୍କ ଅଭାବ ରହିଛି । ଭାରତୀୟ ପିଚ୍‌ ସ୍ପିନ୍-ଫ୍ରେଣ୍ଡଲି ବୋଲି ବିଚାର କରାଯାଏ । ତେଣୁ ଜାମ୍ପାଙ୍କ ସାଥ୍‌ ଦେବାପାଇଁ ଦଳରେ ଦ୍ବିତୀୟ ବିଶ୍ବସ୍ତ ସ୍ପିନ୍ ବିକଳ୍ପର ଅନୁପସ୍ଥିତି ଦଳ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ସୁଯୋଗ:

ଯୁବ ପ୍ରତିଭା- ଜୋସ୍ ଇଂଲିସ୍, ଆଲେକ୍ସ କ୍ୟାରୀ, ମାର୍ନସ୍ ଲାବୁସାନ୍‌ ଏବଂ କ୍ୟାମେରନ୍ ଗ୍ରୀନ୍‌ଙ୍କ ଭଳି ଯୁବ ଖେଳାଳିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବା ଅଷ୍ଟ୍ରେଲିଆ ପାଇଁ ଏକ ବିଶେଷ ସୁଯୋଗ ସୃଷ୍ଟି କରିହବ । ଏହି ଖେଳାଳିମାନେ ବିଶ୍ବକପ୍ ସମୟରେ ବହୁମୂଲ୍ୟ ଅଭିଜ୍ଞତା ହାସଲ କରିପାରିବେ ଏବଂ ଏହା ସେମାନଙ୍କୁ ନିଜ କ୍ୟାରିଅରରେ ସାହାଯ୍ୟ କରିବ । ଡେଭିଡ ୱାର୍ଣ୍ଣର, ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍କସ ଷ୍ଟୋଇନିସ୍‌ଙ୍କ ଭଳି ଖେଳାଳିଙ୍କ ବୟସ ତୁଳନାରେ ଏହା ସେମାନଙ୍କ ପାଇଁ ଶେଷ ବିଶ୍ବକପ୍‌ ହୋଇପାରେ । ତେଣୁ ଯୁବ ତାରକାଙ୍କ ଭଲ ପ୍ରଦର୍ଶନ ଏବଂ ପରବର୍ତ୍ତୀ ମେଗା ଇଭେଣ୍ଟ୍‌ରେ ଦେଶକୁ ପ୍ରତିନିଧିତ୍ବ କରିବା ପାଇଁ ଏହା ଏକ ବଡ଼ ସୁଯୋଗ ହେବ ।

ଆହ୍ବାନ:

ଶକ୍ତିଶାଳୀ ବିପକ୍ଷ- ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ୍‌ ଭଳି ଦଳକୁ ସାମ୍ନା କରିବା କଙ୍ଗାରୁ ଦଳ ପାଇ ଏକ ବଡ଼ ଆହ୍ବାନ ହେବ । ଏହି ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ମାନଙ୍କ ବିପକ୍ଷରେ ଲଢ଼ିବା ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଖେଳାଳିମାନଙ୍କୁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆବଶ୍ୟକ ପଡ଼ିବ । ଯଦିଓ ଏହିଦଳ ସର୍ବାଧିକ ୫ଟି ବିଶ୍ବକପ୍‌ ଜିତିଛି, ହେଲେ କେତେକ ଯୁବ ଖେଳାଳିଙ୍କ ପାଇଁ ଚାପକୁ ନିୟନ୍ତ୍ରଣ କରିବା, ବିଶେଷକରି ନକ୍ଆଉଟ୍ ମ୍ୟାଚ୍‌ଗୁଡିକ ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ଦଳକୁ ମାନସିକ ଓ ଶାରୀରିକ ଭାବେ ଚାପକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.