ETV Bharat / sports

Cricket World Cup 2023: ଖେଳୁନାହାନ୍ତି ଷ୍ଟାର ଅଲରାଉଣ୍ଡର ଶାକିବ, ଦଳ ଉପରେ ପଡ଼ିବ କି ଭାରି ? - ଭାରତ ବନାମ ବାଂଲାଦେଶ

ଆଜି ଭାରତ ବିପକ୍ଷ ମ୍ୟାଚ୍‌ ଖେଳୁନାହାନ୍ତି ଆହତପ୍ରାପ୍ତ ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ । ଦଳ ଉପରେ ପଡ଼ିବ କି ଭାରି ? ଅଧିକ ପଢନ୍ତୁ

IND Vs BAN
IND Vs BAN
author img

By ETV Bharat Odisha Team

Published : Oct 19, 2023, 5:25 PM IST

ମୁମ୍ବାଇ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଜାରି ରହିଛି କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୭ତମ ଲିଗ୍‌ ମ୍ୟାଚ୍‌ । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଖେଳୁନାହାନ୍ତି ବାଂଲାଦେଶ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ଶାକିବ ଅଲ ହାସନ । ପୂର୍ବ ଇଞ୍ଜୁରୀରୁ ଶାକିବ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବା ବେଳେ ଏହି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି । ସେପଟେ ୩ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତି ଦଳ ଚାପରେ ରହିଥିବା ବେଳେ ଶାକିବଙ୍କ ଅନୁପସ୍ଥିତି ଦଳ ଉପରେ ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି ।

ଶାକିବ ଫିଟନେସ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳୁଥିବା ବେଳେ ସେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସ୍କାନ୍‌ ପରେ ଜଣାପଡ଼ିଥିଲା ଯେ ଏହି ଷ୍ଟାର ଅଲରାଉଣ୍ଡରଙ୍କୁ ଜଙ୍ଘରେ ଆଘାତ ଲାଗିଛି । ଶାକିବ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମୈଦାନକୁ ଫେରିବେ ବୋଲି ପ୍ରିମ୍ୟାଚ୍‌ ପ୍ରେସ କନଫରେନ୍ସରେ କହିଥିଲେ ବାଂଲାଦେଶ କୋଚ୍‌ । ଶାକିବ ଶତ ପ୍ରତିଶତ ସୁସ୍ଥ ହୋଇନଥିବାରୁ ସେ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିପାରିନାହାନ୍ତି ।

ଏହା ବି ପଢନ୍ତୁ- World Cup 2023: ବାଂଲାଦେଶୀ ପ୍ଲେୟାରଙ୍କୁ ଅଫର୍‌, ଭାରତକୁ ହରାଇଲେ ଡେଟିଂରେ ଯିବେ ଏହି ଅଭିନେତ୍ରୀ

ଶାକିବଙ୍କ ଅନୁପସ୍ଥିତିରେ ଦଳକୁ ପ୍ରତିନିଧିତ୍ବ କରୁଛନ୍ତି ନାଜମୁଲ ହୁସେନ ଶାଣ୍ଟୋ । ଦ୍ବିତୀୟ ଥର ଲାଗି ନାଜମୁଲ ହୁସେନ ଦଳକୁ ପ୍ରତିନିଧିତ୍ବ କରୁଥିବା ଦେଖିବାକୁ ମିଳିଛି । ସେପଟେ ଶାକିବଙ୍କ ବଦଳରେ ନାସୁମ ଅହମ୍ମଦ ବୋଲିଂ କରୁଛନ୍ତି । ଶାକିବଙ୍କ ପରି ବୋଲିଂ କରି ପ୍ରଶଂସା ସାଉଣ୍ଟିଛନ୍ତି ସ୍ପିନର ନାସୁମ ଅହମ୍ମଦ । ମାତ୍ର ଭାରତ ବିରୋଧରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଶାକିବଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତାର କାରଣ ସାଜିଛି ।

ଏହା ବି ପଢନ୍ତୁ- World Cup 2023: ବୋଲିଂ ବେଳେ ଆହତ ହାର୍ଦ୍ଦିକ, ଓଭର ପୂର୍ଣ୍ଣ କଲେ କିଙ୍ଗ୍‌ କୋହଲି

ସୂଚନା ଥାଉ କି ଶାକିବ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ୫୫ ରନ୍‌ ସଂଗ୍ରହ କରିଛନ୍ତି । ସେ ସର୍ବାଧିକ ୪୦ ରନ୍‌ କରିଥିବା ବେଳେ ୫ଟି ୱିକେଟ ମଧ୍ୟ ନେଇଛନ୍ତି । ଆସନ୍ତା ୨୪ରେ ମୁମ୍ବାଇରେ ଟେମ୍ବା ବଭୁମାଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକାକୁ ଭେଟିବ ବାଂଲାଦେଶ । ଏହା ପୂର୍ବରୁ ଶାକିବ ସୁସ୍ଥ ହୋଇ ପୁଣି ଟୁର୍ଣ୍ଣାମେଣ୍ଟକୁ ଫେରିବେ ବୋଲି ଦଳ ଆଶା ରଖିଛି । ସେପଟେ ଚଳିତ ବିଶ୍ବକପରେ ବାଂଲାଦେଶ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଛି । ଆଜି ଭାରତକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଟିମ୍‌ । ପୂର୍ବରୁ ଭାରତ ଓ ବାଂଲାଦେଶ ମଧ୍ୟରେ ୪ଟି ବିଶ୍ବକପ୍‌ ମ୍ୟାଚ ଖେଳାଯାଇଛି । ଭାରତ ୩ଟି ମ୍ୟାଚ୍‌ ଜିତିଥିବାବେଳେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.