ETV Bharat / sports

World Cup 2023: ୧୯୯୯ରୁ ପାକିସ୍ତାନଠୁ ଜିତିପାରିନି ଦକ୍ଷିଣ ଆଫ୍ରିକା, କାଲି ଭାଙ୍ଗିପାରେ ଅଲୋଡା ରେକର୍ଡ - ସାଉଥ ଆଫ୍ରିକା ବନାମ ପାକିସ୍ତାନ

୧୯୯୯ ବିଶ୍ବକପ୍‌ ପରଠାରୁ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଜିତିପାରିନି ଦକ୍ଷିଣ ଆଫ୍ରିକା । ଆସନ୍ତାକାଲି (ଶୁକ୍ରବାର) ଏହି ଅଲୋଡା ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଟିମ । ଅଧିକ ପଢନ୍ତୁ

South Africa
South Africa
author img

By ETV Bharat Odisha Team

Published : Oct 26, 2023, 10:07 PM IST

ନୂଆଦିଲ୍ଲୀ: ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆସନ୍ତାକାଲି (ଶୁକ୍ରବାର) ଚେନ୍ନାଇର ଚେପକ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ୨୬ତମ ଲିଗ୍‌ । ଗୋଟିଏ ପଟେ ପାକିସ୍ତାନର ସ୍ଥିତି ଦୁର୍ବଳ ରହିଥିବା ବେଳେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । କାଲିର ମ୍ୟାଚକୁ ଜିତି ପାକିସ୍ତାନ ବିପକ୍ଷରେ ଥିବା ଅଲୋଡା ରେକର୍ଡକୁ ଭାଙ୍ଗିବା ଲାଗି ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକୀୟ ଟିମ । ୧୯୯୯ ବିଶ୍ବକପ୍‌ ପରଠାରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିଜୟ ହାସଲ କରିପାରିନାହିଁ ଦକ୍ଷିଣ ଆଫ୍ରିକା ।

  • " class="align-text-top noRightClick twitterSection" data="">

୧୯୯୯ ବିଶ୍ବକପ୍‌ ପରେ ସାଉଥ ଆଫ୍ରିକା ୨ ଥର ପାକିସ୍ତାନକୁ ଭେଟିଛି । ୨୦୧୫ ଓ ୨୦୧୯ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରେ ଏହି ୨ଟି ଟିମ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲେ ସୁଦ୍ଧା ପାକିସ୍ତାନକୁ ହରାଇ ପାରିନଥିଲା ଦକ୍ଷିଣ ଆଫ୍ରିକା । ୨୦୧୫ ବିଶ୍ବକପ୍‌ରେ ପାକିସ୍ତାନ ୨୯ ରନ୍‌ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଜିତିଥିଲା । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସ୍ଥିତ ଇଡେନ ପାର୍କରେ ଏହି ମ୍ୟାଚ୍‌ ଖେଳାଯାଇଥିଲା । ସାଉଥ ଆଫ୍ରିକା ୨୩୨ ରନ୍‌ର ପିଛା କରିଥିବା ବେଳେ ୨୦୨ରେ ଅଲଆଉଟ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ ଏବେ ଡେଭିଲର୍ସ ୭୭ ରନ୍‌ କରିଥିଲେ । ତେବେ ପାକିସ୍ତାନ ପେସର ସୋହେଲ ଖାନ, ମହମ୍ମଦ ଇର୍ଫାନ, ରାହତ ଅଲ୍ଲୀ ଓ ୱାହାବ ରିଆଜଙ୍କ ଆକ୍ରମଣାତ୍କ ବୋଲିଂରେ ଧରାଶାୟୀ ହୋଇଥିଲା ସାଉଥ ଆଫ୍ରିକା ।

ଏହା ବି ପଢନ୍ତୁ- World Cup 2023: କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ, ଦଳ ପାଇଁ 'କର ବା ମର' ସ୍ଥିତି

୨୦୧୯ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସାଉଥ ଆଫ୍ରିକା ୯ ୱିକେଟ ହରାଇ ୨୫୯ ରନ୍‌ କରିଥିଲା । ଅଧିନାୟକ ଫାଫ ଡୁ ପ୍ଲେସିସ ୬୩ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ମଧ୍ୟ କରିପାରିନଥିଲେ । ଫଳରେ ପାକିସ୍ତାନଠାରୁ ଏହି ମ୍ୟାଚ୍‌ ହାରିଥିଲା ସାଉଥ ଆଫ୍ରିକା । ମାତ୍ର ୧୯୯୨, ୧୯୯୬ ଓ ୧୯୯୯ ବିଶ୍ବକପ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟିମ ପାକିସ୍ତାନକୁ ହରାଇଥିଲା । ଏହାପରଠୁ କ୍ରମାଗତ ଭାବେ ପାକିସ୍ତାନଠୁ ପରାଜିତ ହୋଇଆସୁଛି ଦଳ ।

ଏହା ବି ପଢନ୍ତୁ- Cricket World Cup 2023: ଜଟିଳ ସ୍ଥିତିରେ ବାବର ବାହିନୀ, ପାକିସ୍ତାନକୁ ସମର୍ଥନ ପାଇଁ PCBର ଅପିଲ୍

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୧୯୯୨ ବିଶ୍ବକପ ମ୍ୟାଚ୍‌ରେ ସାଉଥ ଆଫ୍ରିକା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଏହାପରଠୁ ସମସ୍ତ ମ୍ୟାଚ୍‌ରେ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଆସୁଛି । ହେଲେ ଚଳିତ ଟୁର୍ଣ୍ଣାମେଣ୍ଟରେ ସାଉଥ ଆଫ୍ରିକାର ପ୍ରଦର୍ଶନ ଭଲ ରହିଛି । ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଛି ଟିମ । ସାଉଥ ଆଫ୍ରିକା ଏଯାବତ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି । କେବଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପରାଜିତ ହୋଇଥିଲା ଦଳ । ଅନ୍ୟପଟେ ପାକିସ୍ତାନ ପ୍ରଥମ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ଗତ ୩ଟି ମ୍ୟାଚ୍‌ ଭାରତ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନଠାରୁ ପରାଜିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.