ETV Bharat / sports

PAK Vs SA: ପ୍ରତିଶୋଧ ନେଲା ସାଉଥ ଆଫ୍ରିକା, ପୁଣି ହାରିଲା ପାକିସ୍ତାନ

author img

By ETV Bharat Odisha Team

Published : Oct 27, 2023, 10:46 PM IST

Updated : Oct 27, 2023, 11:01 PM IST

୨୦୧୩ ଓ ୨୦୧୯ ବିଶ୍ବକପ୍‌ର ପ୍ରତିଶୋଧ ନେଲା ସାଉଥ ଆଫ୍ରିକା । ପାକିସ୍ତାନଠୁ ୧୬ ବଲ୍‌ରେ ମ୍ୟାଚ ଜିତିଲା ଦଳ । ଅଧିକ ପଢନ୍ତୁ

PAK Vs SA
PAK Vs SA

ଚେନ୍ନାଇ: ଅଲୋଡା ରେକର୍ଡ ଭାଙ୍ଗିଲା ସାଉଥ ଆଫ୍ରିକା । ପାକିସ୍ତାନଠୁ ୧୬ ବଲ୍‌ରେ ମ୍ୟାଚ ଜିତିନେଲା ଦଳ । ଗତ ୨୦୧୩ ଓ ୨୦୧୯ ବିଶ୍ବକପ୍‌ରେ ପାକିସ୍ତାନଠୁ କ୍ରମାଗତ ଭାବେ ହାରିଆସୁଥିବା ସାଉଥ ଆଫ୍ରିକା ଏହି ମ୍ୟାଚ୍‌ ଜିତିବାକୁ ଦୃଢ ସଂଘର୍ଷ କରିଥିଲା । ଫଳରେ ସାଉଥ ଆଫ୍ରିକା ୨୭୦ ରନ୍‌କୁ ଟାର୍ଗେଟ କରି ୪୭.୨ ଓଭର ସୁଦ୍ଧା ମ୍ୟାଚ୍‌କୁ ଜିତି ନେଇଛି । ବୋଲର କେଶବ ମହାରାଜ ଓ ତେବରୈଜ ସାମସି ଦଳକୁ ଏହି ମ୍ୟାଚ୍‌ ଜିତାଇଛନ୍ତି । ସାଉଥ ଆଫ୍ରିକାର ବିଜୟ ସହିତ କ୍ରମାଗତ ଭାବେ ୪ଟି ମ୍ୟାଚ୍‌ ହାରିଲା ପାକିସ୍ତାନ ।

ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ବକପ ଟୁର୍ଣ୍ଣାମେଣ୍ଟର ୨୬ତମ ଲିଗ୍‌ ବେଶ ରୋମାଞ୍ଚକର ଥିଲା । ଗୋଟିଏ ପଟେ ଆକ୍ରମଣାତ୍ମକ ବୋଲିଂ କରି ସାଉଥ ଆଫ୍ରିକାକୁ ଅଲଆଉଟ୍‌ କରିବା ଲାଗି ପାକିସ୍ତାନ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଛି । ସାଉଥ ଆଫ୍ରିକା ବୋଲର କେଶବ ମହାରାଜ ଓ ତେବରୈଜ ସାମସି ଅଲୋଡା ରେକର୍ଡ ଭାଙ୍ଗିବାକୁ ସଂକଳ୍ପ ନେଇଥିବା ପ୍ରତୀୟମାନ ହେଉଥିଲା । ଉଭୟ ୱିକେଟ ପତନ ଲାଗି ପାକିସ୍ତାନକୁ ସୁଯୋଗ ମଧ୍ୟ ଦେଇନଥିଲେ । ଫଳରେ ୧୬ ବଲ୍‌ ଥାଇ ଟାର୍ଗେଟ ହାସଲ କରିବାରେ ଦକ୍ଷିଣ ଆଫ୍ରିକୀୟ ଟିମ ସଫଳ ହୋଇଛି ।

ଏହା ବି ପଢନ୍ତୁ- SA vs PAK: ଦୃଢ ସ୍ଥିତିକୁ ଫେରିଲା ପାକିସ୍ତାନ, ସାଉଥ ଆଫ୍ରିକା ଆଗରେ ୨୭୧ ରନ୍‌ ଟାର୍ଗେଟ

ଏହା ବି ପଢନ୍ତୁ- World Cup 2023: ୧୯୯୯ରୁ ପାକିସ୍ତାନଠୁ ଜିତିପାରିନି ଦକ୍ଷିଣ ଆଫ୍ରିକା, କାଲି ଭାଙ୍ଗିପାରେ ଅଲୋଡା ରେକର୍ଡ

  • " class="align-text-top noRightClick twitterSection" data="">

ଆଜିର ଏହି ମ୍ୟାଚ୍‌ରେ ସାଉଥ ଆଫ୍ରିକା ବ୍ୟାଟର୍‌ ଏଡେନ ମାର୍କ୍ରମ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୯୩ ବଲ୍‌ରେ ୭ଟି ଚୌକା ଓ ୩ଟି ଛକା ସହ ୯୧ ରନ‌ କରିଛନ୍ତି । ତେବେ ଗତ ମ୍ୟାଚ୍‌ରେ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରୁଥିବା ଓପନର କ୍ବିଣ୍ଟନ ଡିକକ୍‌ ଏହି ମ୍ୟାଚ୍‌ରେ ମାତ୍ର ୨୪ ରନ୍‌ରେ ଆଉଟ ହୋଇଥିଲେ । ଅଧିନାୟକ ତଥା ଓପନର ଟେମ୍ବା ବଭୁମା ମଧ୍ୟ ଆଜି ମାତ୍ର ୨୮ ରନ୍‌ କରି ଆଉଟ୍‌ ହୋଇଥିଲେ । ୨ ଓପନର୍‌ଙ୍କ ୱିକେଟ ପତନ ପରେ ଏଡେନ ମାର୍କ୍ରମ ଦଳକୁ ଟାର୍ଗେଟ ପୂରଣର ନିକଟତର କରିଥିଲେ । ହେଲେ ଶେଷରେ ବୋଲର କେଶବ ମହାରାଜ ଓ ତେବରୈଜ ସାମସି ନିଜ ୱିକେଟ ରକ୍ଷା କରିବା ଯୋଗୁଁ ସାଉଥ ଆଫ୍ରିକା ଏହି ମ୍ୟାଚ୍‌ ଜିତି ନେଇ ଅଲୋଡା ରେକର୍ଡ ଭାଙ୍ଗିଛି ।

ଏହା ବି ପଢନ୍ତୁ- World Cup 2023: କାଲି ଦକ୍ଷିଣ ଆଫ୍ରିକାକୁ ଭେଟିବ ପାକିସ୍ତାନ, ଦଳ ପାଇଁ 'କର ବା ମର' ସ୍ଥିତି

ସେପଟେ ପାକିସ୍ତାନ ବୋଲିଂ ସମ୍ପର୍କରେ ଆଲୋଚନା କଲେ ସାହିନ ଆଫ୍ରିଦି ୩ ୱିକେଟ ନେଇଥିଲେ । ସେ ୧୦ ଓଭର ବୋଲିଂ କରିଥିବା ବେଳେ ୪୫ ରନ୍‌ ଦେଇ ସର୍ବାଧିକ ୩ ୱିକେଟ ନେଇଥିଲେ । ଏହାପରେ ହାରିସ ରୌଫ, ମହମ୍ମଦ ୱାସିମ ଜୁନିଅର ୧୦ ଓଭର ବୋଲିଂ କରି ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଓସାମା ମିରଙ୍କୁ ମଧ୍ୟ ୨ ୱିକେଟ ମିଳିଛି । ସେ ୮ ଓଭର ବୋଲିଂ କରି ୪୫ ରନ୍‌ ଦେବା ସହ ଏହି ୨ଟି ୱିକେଟ ନେଇଥିଲେ । ଇଫ୍ତିଖାର ଅହମ୍ମଦ ଓ ମହମ୍ମଦ ନୱାଜଙ୍କୁ ଆଜି ନିରାଶ ହେବାକୁ ପଡ଼ିଥିଲା । ତାଙ୍କୁ ଗୋଟିଏ ବି ୱିକେଟ ମିଳିନଥିଲା । ସମସ୍ତ ଉଦ୍ୟମ ସତ୍ତ୍ବେ ପାକିସ୍ତାନ ଏହି ମ୍ୟାଚରେ ପୁଣି ପରାଜୟ ବରଣ କରିଛି । ଏହି ପରାଜୟ ସହ ମେନ ଇନ ଗ୍ରୀନ କ୍ରମାଗତ ୪ଟି ମ୍ୟାଚ୍‌ରେ ପରାଜୟ ସ୍ବୀକାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.