ETV Bharat / sports

World Cup 2023: ଚିକିତ୍ସା ପାଇଁ ଅହମ୍ମଦାବାଦ ଯିବେ ଶୁଭମନ ଗିଲ - ଶୁଭମନ ଗିଲ

ଭାରତୀୟ ଷ୍ଟାର ବ୍ୟାଟର ଶୁଭମନ ଗିଲ ଡେଙ୍କୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ଅଧିକ ଚିକିତ୍ସା ପାଇଁ ସେ ଅହମ୍ମଦାବାଦ ଯିବେ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

World Cup 2023
shubman gill will fly ahmedabad for treatment
author img

By ETV Bharat Odisha Team

Published : Oct 11, 2023, 12:09 PM IST

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ବଡ଼ ଅପଡେଟ୍‌ ଆସିିଛି । ସଦ୍ୟ ରିପୋର୍ଟ ଅନୁସାରେ ଶୁଭମନ ଗିଲ ଆଜି ଅହମ୍ମଦାବାଦ ଗସ୍ତ କରିବେ । ଡେଙ୍ଗୁରେ ପୀଡ଼ିତ ଶୁଭମନ ଗିଲ୍‌ ଏବେ ଚିକିତ୍ସାଧୀନ ଅଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଅହମ୍ମଦାବାଦ ଗସ୍ତ କରିବେ । ଗତକାଲି ପ୍ଲେଟଲେଟ କମିଯିବାରୁ ତାଙ୍କୁ ଚେନ୍ନାଇର ଏତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡେଙ୍ଗୁରେ ପୀଡିତ ଶୁଭମନ ବିଶ୍ବକପ ମ୍ୟାଚ ଖେଳି ନାହାନ୍ତି । ବିଶ୍ବକପ ଚାଲିଥିବାରୁ ତାଙ୍କୁ ତୁରନ୍ତ ସୁସ୍ଥ ହେବାର ଆବଶ୍ୟକତା ରହିଛି । ଆଜି ଆଫଗାନିସ୍ତାନ ବିପକ୍ଷରେ ଭାରତର ମ୍ୟାଚ ରହିଛି । ଏହି ମ୍ୟାଚ ଶୁଭମନ ଖେଳିବେ ନାହିଁ । ଅକ୍ଟୋବର 14 ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ସେ ଖେଳି ନପାରନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଅହମ୍ମଦାବାଦ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ...Cricket World Cup 2023: ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ଗିଲ୍‌, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବା ହୋଇପାରେ ଘାତକ

ଗତକାଲି(ମଙ୍ଗଳବାର) ଶୁଭମନ ଗିଲଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ତାଙ୍କ ପ୍ଲେଟଲେଟ୍‌ କମି ଯାଇଥିଲା । ଫଳରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଅନୁସାରେ ତାଙ୍କୁ ଡାକ୍ତରଖାନାରୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ସାଧାରଣତଃ ଜଣେ ସୁସ୍ଥ ମଣିଷ ଶରୀରରେ ଦେଢ଼ ଲକ୍ଷରୁ ସାଢ଼େ ଚାରି ଲକ୍ଷ ମଧ୍ୟରେ ପ୍ଲେଟ୍‌ଲେଟ୍ ରହିବା କଥା । ହେଲେ ଗିଲଙ୍କ ପ୍ଲେଟ୍‌ଲଟ୍ ୯୦ ହଜାରକୁ ଖସି ଆସିଥିଲା । ଏହି କାରଣରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଯଦିଓ ଏବେ ତାଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି, କିନ୍ତୁ ପ୍ଲେଟଲେଟ୍ ଦୁର୍ବଳ ରହିଥିବାରୁ ଏବେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ଏବେ ବି ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି ।

ଏହା ବି ପଢନ୍ତୁ...World Cup 2023: ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ, ପାକିସ୍ତାନ ବିପକ୍ଷରେ ନଖେଳିବା ଆଶଙ୍କା

ପ୍ରକାଶ ଥାଉ କି, ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଭାରତ ତାର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା । ଡେଙ୍ଗୁରେ ଆକ୍ରାନ୍ତ ଶୁଭମନ ଗିଲ ଏହି ମ୍ୟାଚ ଖେଳିନଥିଲେ । ଭାରତ ଅଷ୍ଚ୍ରେଲିଆ ବିପକ୍ଷରେ ବିଜୟ ହାସଲ କରିଥିଲା । ଆଜି ଆଫଗାନିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆ ତାର ଦ୍ବିତୀୟ ମୁକାବିଲା ଖେଳିବ । ଶୁଭମନ ଗିଲ ସୁସ୍ଥ ହୋଇ ନଥିବାରୁ ଆଜିର ମ୍ୟାଚ୍‌ ମଧ୍ୟ ସେ ଖେଳିବେ ନାହିଁ । ଅକ୍ଟୋବର 14 ତାରିଖରେ ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ । ଅସୁସ୍ଥ ଥିବାରୁ ପାକିସ୍ତାନ ବିପକ୍ଷରେ ମଧ୍ୟ ସେ ନଖେଳିବା ଆଶଙ୍କା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.