ETV Bharat / sports

World Cup: 7 ବର୍ଷ ପରେ ଭାରତରେ ପାକିସ୍ତାନ, ଶୁକ୍ରବାର ନ୍ୟୁଜିଲାଣ୍ଡ ସହ ୱାର୍ମ୍‌ଅପ୍‌ ମୁକାବିଲା - ବିଶ୍ବକପ ପାଇଁ ଭାରତରେ ପାକିସ୍ତାନ କ୍ରିକେଟ ଟିମ

ବିଶ୍ବକପ ଆଉ ମାତ୍ର କିଛି ଦିନ ବାକି ରହିଛି । 7 ବର୍ଷରେ ଭାରତରେ ପହଞ୍ଚିଛି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ । ଆସନ୍ତାକାଲି (ଶୁକ୍ରବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ୍‌ଅପ୍‌ ମ୍ୟାଚ୍‌ ଖେଳିବ ଦଳ । ଅଧିକ ପଢନ୍ତୁ

World Cup 2023
7 ବର୍ଷ ପରେ ଭାରତରେ ପାକିସ୍ତାନ
author img

By ETV Bharat Odisha Team

Published : Sep 28, 2023, 7:50 AM IST

ହାଇଦ୍ରାବାଦ: ଭାରତରେ ପହଞ୍ଚିଛି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ । ବିଶ୍ବକପ ପାଇଁ ହାତରେ ଆଉ ମାତ୍ର 6 ଦିନ । 7 ବର୍ଷ ପରେ ଭାରତରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଦଳ । ବାବର ଆଜମଙ୍କ ନେତୃତ୍ବରେ 18 ଜଣିଆ ପାକିସ୍ତାନ କ୍ରିକେଟ ଟିମ ବୁଧବାର ସନ୍ଧ୍ୟାରେ ବିଶ୍ବକପ ପାଇଁ ଭାରତରେ ପହଞ୍ଚିଛି । ଆସନ୍ତାକାଲି (ଶୁକ୍ରବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରଥମ ୱାର୍ମ୍‌ଅପ୍‌ ମ୍ୟାଚ ଖେଳିବ । ବିଶ୍ବକପରେ ଅକ୍ଟୋବର 6 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ପାକିସ୍ତାନ । ଏହା ସହିତ ବାଂଲାଦେଶ ଟିମ୍‌ ମଧ୍ୟ ଭାରତରେ ପହଞ୍ଚିଛି ।

ପାକିସ୍ତାନର 4ଜଣ ଖେଳାଳି ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟ୍‌ ଖେଳିବାକୁ ଯାଉଛନ୍ତି । ଲାହୋରରୁ ଦୁବାଇ ଦେଇ ଦ୍ରାଇଦ୍ରାବାଦ ବାହାରିଥିଲା ପାକିସ୍ତାନ । ବୁଧବାର ସନ୍ଧ୍ୟାରେ ଦଳ ହାଇଦ୍ରାବାଦ ବିମାନବନ୍ଦରରେ ପହଞ୍ଚି ଏକ ହୋଟେଲରେ ପହଞ୍ଚି ବିଶ୍ରାମ ନେଇଛି । ସେପ୍ଟେମ୍ବର 25 ତାରିଖରେ ଦଳକୁ ଭିସା ମିଳିଥିଲା । ଇମ୍ରାନ ଖାନଙ୍କ ନେତୃତ୍ବରେ ପାକିସ୍ତାନ 1992 ବିଶ୍ବକପ ଖେଳି ଚମ୍ପିଆନ୍‌ ହୋଇଥିଲା । 2016 ପରେ ପାକିସ୍ତାନ ବିଶ୍ବକପ ଖେଳିବାକୁ ଭାରତରେ ପହଞ୍ଚିଛି । 2016ରେ କେବଳ ମହମ୍ମଦ ନୱାଜ ଓ ସଲମାନ ଅଲ୍ଲି ଭାରତ ଆସିଥିଲେ । ଆହତ ଜନିତ ସମସ୍ୟା ଯୋଗୁଁ 2016ରେ ଟି-20 ବିଶ୍ବକପ୍‌ ଖେଳି ନଥିଲେ ବାବର ଆଜମ । ଦୁଇ ଦେଶ ମଧ୍ୟ କୂଟନୀତିଜ୍ଞ ତିକ୍ତତା ଲାଗି ରହିଛି । ଦୁଇ ଦେଶ କେବଳ ଏସିଆ କପ୍‌ ଏବଂ ଆଇସିସି ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିପକ୍ଷରେ ଖେଳିଥାଆନ୍ତି । 2013 ପରଠୁ ଭାରତ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଆୟୋଜନ ହୋଇନାହିଁ ।

ଏହା ବି ପଢନ୍ତୁ...World Cup 2023: 'ଚୂଡାନ୍ତ ଏକାଦଶରେ ବୁମରା, ସାମି ଓ ସିରାଜ ରହିବା ନିହାନ୍ତି ଆବଶ୍ୟକ'

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରିଖରୁ ବିଶ୍ବକର ଆରମ୍ଭ ହେବ । ଆସନ୍ତାକାଲିଠୁ ଅକ୍ଟୋବର 3 ତାରିଖ ଯାଏ ୱାର୍ମଅଫ ମ୍ୟାଚ ବା ଅଭ୍ୟାସ ମ୍ୟାଚ ରହିଛି । 4 ଦିନରେ ମୋଟ 10ଟି ଅଭ୍ୟାସ ମ୍ୟାଚ୍‌ ରହିଛି । ପ୍ରଥମ ଦିନରେ ଗୌହାଟୀରେ ବାଂଲାଦେଶ ବନାମ ଶ୍ରୀଲଙ୍କା, ଥିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ ଓ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ଅଭ୍ୟାସ୍‌ ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...World Cup 2023: ମିଳିଲା ଭିସା, ବୁଧବାର ଭାରତରେ ପହଞ୍ଚିବେ ପାକିସ୍ତାନ ଖେଳାଳି

ଏହାପରେ 30 ତାରିଖରେ ଗୌହାଟୀରେ ଭାରତ ବନାମ ଇଂଲଣ୍ଡ ଓ ଥିରୁଅନନ୍ତପୁରମରେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ ଅଭ୍ୟାସ ମ୍ୟାଚ ଖେଳିଯିବ । ସେହିପରି ଅକ୍ଟୋବର 2 ତାରିଖରେ ଇଂଲଣ୍ଡ ବନାମ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । 3 ତାରିଖରେ ଶେଷ ଅଭ୍ୟାସ ମ୍ୟାଚଗୁଡ଼ିକ ଖେଳାଯିବ । ଏହି ଦିନ ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା, ଭାରତ ବନାମ ନେଦରଲାଣ୍ଡସ ଓ ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.