ଚେନ୍ନାଇ: ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ ଚାଲିଥିବା ସମୟରେ ପଡିଆକୁ ପ୍ରବେଶ କରିବା ଇଂଲଣ୍ଡର ପ୍ରାଙ୍କଷ୍ଟାର ତଥା ୟୁଟ୍ୟୁବର ଜାର୍ଭୋଙ୍କୁ ମହଙ୍ଗା ପଡିଛି। ଜାର୍ଭୋଙ୍କୁ ପୁରା ବିଶ୍ବକପ ମ୍ୟାଚ ଦେଖିବାକୁ ବାରଣ କରିଛି ICC । ଆଗକୁ ହେବାକୁଥିବା ବିଶ୍ବକପ ମ୍ୟାଚରେ ଜାର୍ଭୋଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶକୁ ICC ବ୍ୟାନ କରିଛି । ତେବେ ପ୍ରଶ୍ନ ଉଠୁଛି ଏତେ କଡ଼ା ସୁରକ୍ଷା ପରେ ବି କିପରି ରିଜର୍ଭ ସିଟ୍ ପାଖରେ ପହଞ୍ଚିବା ପରେ ପଡ଼ିଆ ମଧ୍ୟକୁ କିପରି ପ୍ରବେଶ କଲେ ଜାର୍ଭୋ ।
-
Jarvo has been banned by the ICC from attending any more World Cup matches. pic.twitter.com/rrR5dspvjc
— Mufaddal Vohra (@mufaddal_vohra) October 8, 2023 " class="align-text-top noRightClick twitterSection" data="
">Jarvo has been banned by the ICC from attending any more World Cup matches. pic.twitter.com/rrR5dspvjc
— Mufaddal Vohra (@mufaddal_vohra) October 8, 2023Jarvo has been banned by the ICC from attending any more World Cup matches. pic.twitter.com/rrR5dspvjc
— Mufaddal Vohra (@mufaddal_vohra) October 8, 2023
ଆଇସିସି ମୁଖପାତ୍ର ଏନେଇ ଗଣମାଧ୍ୟମକୁ କହିଛନ୍ତି ଯେ, ଖେଳ ଚାଲିଥିବା ସମୟରେ ଜାର୍ଭୋ ପଡ଼ିଆ ମଧ୍ୟକୁ ହଠାତ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ବିଶ୍ବକପର ବଳକା ମ୍ୟାଚ ଦେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ମାମଲା ବର୍ତ୍ତମାନ ଭାରତୀୟ କର୍ତ୍ତୃପକ୍ଷଙ୍କ ହାତରେ । ୟୁଟ୍ୟୁବର ଜାର୍ଭୋ ପ୍ରଥମ ଥର ନୁହଁ ବରଂ ଚତୁର୍ଥ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ବେଳେ ଫିଲ୍ଡ ମଧ୍ୟକୁ ପ୍ରବେଶ କରି ବ୍ୟାଘାତ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ସମୟରେ ବି ପଡ଼ିଆରେ ଅନୁପ୍ରବେଶ କରିଥିଲେ ଜାର୍ଭୋ । ରବିବାର ପୁଣି ଥରେ ସେ ଖେଳ ଚାଲିଥିବା ସମୟରେ ପଡ଼ିଆକୁ ପ୍ରବେଶ କରିବାରୁ ଘଟଣା ପରେ ଆଇସିସି ଏବଂ ବିସିସିଆଇକୁ ଲଜ୍ଜିତ ହେବାକୁ ପଡ଼ିଥିଲା । ବିନା କୌଣସି ବାଧାବିଘ୍ନରେ ଭାରତୀୟ ଦଳର ଜର୍ସି ପିନ୍ଧି ପଡ଼ିଆକୁ ପ୍ରବେଶ କରିଥିଲେ ଜାର୍ଭୋ । ଏହାପରେ ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ।
-
The chat between Virat Kohli and Jarvo.pic.twitter.com/MWLk3BnF4v
— Mufaddal Vohra (@mufaddal_vohra) October 8, 2023 " class="align-text-top noRightClick twitterSection" data="
">The chat between Virat Kohli and Jarvo.pic.twitter.com/MWLk3BnF4v
— Mufaddal Vohra (@mufaddal_vohra) October 8, 2023The chat between Virat Kohli and Jarvo.pic.twitter.com/MWLk3BnF4v
— Mufaddal Vohra (@mufaddal_vohra) October 8, 2023
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇସିସି ପୁରୁଷ ବିଶ୍ବକପ 2023ରେ ସମସ୍ତଙ୍କ ସୁରକ୍ଷା ଆମର ପ୍ରାଥମିକ ଦାୟିତ୍ବ । ଜାର୍ଭୋ କିପରି ପଡ଼ିଆକୁ ପ୍ରବେଶ କଲେ ସେନେଇ ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏପରି ଘଟଣା ଯେମିତି ଆଗକୁ ନ ଘଟିବ ସେଥିପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ନା ନାହିଁ ତାହା ଜାଣିବାକୁ ପଡିବ। ଜାର୍ଭୋଙ୍କ ଏପରି ବ୍ୟବହାର ପାଇଁ ବିସିସିଆଇ ଓ ଆଇସିସିକୁ ଲଜ୍ଜିତ ହେବାକୁ ପଡିଛି ।
-
🔴After getting banned from entering all UK sports stadiums, famous prankster Jarvo got banned by ICC for attending World Cup matches. pic.twitter.com/GGzIHhGQ8g
— CricTracker (@Cricketracker) October 8, 2023 " class="align-text-top noRightClick twitterSection" data="
">🔴After getting banned from entering all UK sports stadiums, famous prankster Jarvo got banned by ICC for attending World Cup matches. pic.twitter.com/GGzIHhGQ8g
— CricTracker (@Cricketracker) October 8, 2023🔴After getting banned from entering all UK sports stadiums, famous prankster Jarvo got banned by ICC for attending World Cup matches. pic.twitter.com/GGzIHhGQ8g
— CricTracker (@Cricketracker) October 8, 2023
ଡାନିଏଲ ଜାର୍ଭିସ ଆକା ବା ଜାର୍ଭୋ ପୂର୍ବରୁ ଅନ୍ତର୍ଜାତୀୟ ମ୍ୟାଚ୍ରେ ବ୍ୟାଘାତ ସୃଷ୍ଟି ପାଇଁ ଆଗରୁ ବେଶ ଚର୍ଚ୍ଚିତ । ଗତକାଲି ୬୯ ନମ୍ବର ଜର୍ସି ପିନ୍ଧି ହଠାତ ମୈଦାନକୁ ସେ ଓହ୍ଲାଇଥିଲେ । ଭାରତର ବିଶ୍ବକପ୍ ଜର୍ସି ପିନ୍ଧି ସେ ପଡ଼ିଆ ଭିତରକୁ ପଶି ଆସିଥିଲେ । ଲୋକପ୍ରିୟ ତଥା ବିବାଦୀୟ ପ୍ରାଙ୍କ୍ଷ୍ଟାର 'ଜାର୍ଭୋ ୬୯' ସୁରକ୍ଷା ଉଲ୍ଲଘଂନ କରି ପଡ଼ିଆ ଭିତରକୁ ପଶିବା ପରେ ଫିଲ୍ଡିଂ ପୋଜିସନ୍ ଚେଞ୍ଜ୍ କରୁଥିବା ବି ଦେଖିବାକୁ ମିଳିଥିଲା ।