ETV Bharat / sports

ETV BHARAT EXCLUSIVE: ବିଶ୍ୱକପ୍‌ ୨୦୨୩ ଅକ୍ଷରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା: ସଂଶିପ ପଟେଲ - World Cup 2023

ବାମହାତି ସ୍ପିନର ଅକ୍ଷର ପଟେଲ ଆହତଜନିତ ସମସ୍ୟା କାରଣରୁ ଭାରତୀୟ ବିଶ୍ବକପ୍‌ ସ୍କ୍ବାର୍ଡରୁ ବାଦ ପଡ଼ିଛନ୍ତି । ତେବେ ନିଜକୁ ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପ୍ରମାଣିତ କରିବା ପାଇଁ ଏହି ବିଶ୍ବକପ୍‌ ଅକ୍ଷରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା ବୋଲି କହିଛନ୍ତି ଅକ୍ଷରଙ୍କ ଭାଇ ସଂଶିପ ପଟେଲ । ଅଧିକ ପଢ଼ନ୍ତୁ

ନିଜକୁ ପ୍ରମାଣିତ କରିବାକୁ ବିଶ୍ବକପ୍‌ ୨୦୨୩ ଅକ୍ଷରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା

author img

By ETV Bharat Odisha Team

Published : Sep 30, 2023, 5:13 PM IST

ଅହମ୍ମଦାବାଦ: ବାମହାତି ସ୍ପିନର ଅକ୍ଷର ପଟେଲ ଦୀର୍ଘ ୩ ବର୍ଷ ହେବ ଭାରତୀୟ କ୍ରିକେଟ ଦଳ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ରହିଛନ୍ତି । ଏହି ୨୯ ବର୍ଷୀୟ କ୍ରିକେଟର ଜଣକ ଅନେକ ଥର ନିଜ ଦଳ ପାଇଁ ଫ୍ଲାଟ୍‌-ପିଚ୍‌ରେ ଅନେକ ଚମତ୍କାର ମଧ୍ୟ କରିଛନ୍ତି । ତେବେ ଏସିଆ କପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ । ଅକ୍ଷରଙ୍କ ବାମ ଜଙ୍ଘର ଉପରି ଭାଗରେ ଆଘାତ ଲାଗିଥିଲା । ହେଲେ ବିଶ୍ବକପ୍‌ ପୂର୍ବରୁ ସେ ଏଥିରୁ ସୁସ୍ଥ ହୋଇନପାରିବାରୁ ତାଙ୍କୁ ବିଶ୍ବକପ୍‌ ପାଇଁ ଭାରତୀୟ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ବଦଳରେ ଭେଟେରାନ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦଳକୁ ଫେରିଛନ୍ତି ।

ଚଳିତ ବର୍ଷ ବିଶ୍ବକପ୍‌ରେ ମଧ୍ୟ ଅକ୍ଷର ପଟେଲ ଭାରତୀୟ ଦଳ ପାଇଁ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି ଭାବେ ସାବ୍ୟସ୍ତ ହୋଇପାରିଥାନ୍ତେ । ବିଶେଷକରି ଭାରତରେ ଖେଳାଯାଇଥିବା ମ୍ୟାଚ୍‌ ଗୁଡ଼ିକରେ ଏହି ବାମହାତି ସ୍ପିନର ବେଶ ସଫଳତା ହାସଲ କରିଛନ୍ତି । ଆଇପିଏଲ୍‌ରେ ଖେଳିବାବେଳେ ବିଦେଶୀ ଖେଳାଳିଙ୍କ ଦୁର୍ବଳତା ନେଇ ଅକ୍ଷର ବେଶ ଭଲଭାବେ ଅବଗତ ରହିଥିଲେ । ଯାହା ଭାରତକୁ ଭଲ ଫାଇଦା ଦେବ ବୋଲି ଆଶା କରାଯାଉଥିଲା । ହେଲେ ଅକ୍ଷର ଆହତ ହେବା ସବୁ ଆଶାକୁ ଗଡ଼ବଡ଼ କରିଦେଇଛି । କାରଣ ଆହତଜନିତ ସମସ୍ୟା କାରଣରୁ ଏଥର ବିଶ୍ବକପ୍‌ ପାଇଁ ଭାରତ ପକ୍ଷରୁ ପ୍ରକାଶିତ ଦଳରୁ ତାଙ୍କ ନାଁ ହଟାଇଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ETV Bharat Exclusive: Cricket World Cup 2023: ଟ୍ରଫି ଜିତିବାକୁ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ କହିଲେ ଲାଲଚାନ୍ଦ

ତେବେ ନିଜକୁ ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପ୍ରମାଣିତ କରିବା ପାଇଁ ବିଶ୍ବକପ୍‌ ୨୦୨୩ ଅକ୍ଷରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରିଥାନ୍ତା ବୋଲି ତାଙ୍କ ଭାଇ ସଂଶିପ ପଟେଲ କହିଛନ୍ତି । ସେ କହିଛନ୍ତି, "ଅକ୍ଷର ୨୦୧୫ ବିଶ୍ବକପ୍‌ ପାଇଁ ଚୟନ ହୋଇଥିଲେ । ହେଲେ କୌଣସି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ହେଲେ ଆହତ କାରଣରୁ ସେ ୨୦୨୩ ବିଶ୍ବକପ୍‌ ମଧ୍ୟ ଖେଳି ପାରିବେନି ଜାଣିବା ପରେ ଆମେ ବହୁତ ଦୁଃଖିତ । ସେ ଏହି ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚ୍‌ ଖେଳୁଥିବା ଦେଖିବା ପାଇଁ ଆମେ ବେଶ ଉତ୍ସାହିତ ଥିଲୁ । ବିଶେଷ କରି ଅହମ୍ମଦାବାଦରେ ତାଙ୍କ ଖେଳ ଦେଖିବା ପାଇଁ ଆମେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲୁ । ହେଲେ ସେ ଦଳରୁ ବାହାରିଯିବା ଜାଣି ଆମେ ବହୁତ ଦୁଃଖିତ । ସେ ଅତିଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିଆସନ୍ତୁ ବୋଲି ଆମେ ସମସ୍ତେ ଆଶା କରୁଛୁ ।"

ଭାରତ ବିଶ୍ବକପ୍‌ ସ୍କ୍ବାର୍ଡ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର , କେଏଲ୍‌ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ବିନ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.