ETV Bharat / sports

Cricket World Cup 2023: ପାକିସ୍ତାନ ବିରୋଧରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ: ଅଧିନାୟକ କମିନ୍ସ

ଆସନ୍ତାକାଲି (ଶୁକ୍ରବାର) ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ୍‌ । ପାକିସ୍ତାନ ବିରୋଧରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 19, 2023, 7:15 PM IST

Pat Cummins
Pat Cummins

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୮ତମ ଲିଗ୍‌ ମ୍ୟାଚ୍‌ ଆସନ୍ତାକାଲି (ଶୁକ୍ରବାର) ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ପ୍ରି-ମ୍ୟାଚ୍‌ ପ୍ରେସ କନଫରେନ୍ସରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ । ପାକିସ୍ତାନ ବିରୋଧରେ ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଛନ୍ତି କମିନ୍ସ ।

ବିଶ୍ବକପରେ ଅଷ୍ଟ୍ରେଲିଆ ଟିମର ବ୍ୟାଟିଂ ବେଶ ଦୁର୍ବଳ ରହିଛି । ଏଯାବତ ଜୋସ ଇଂଲିସ ଓ ମିଚେଲ ମାର୍ସଙ୍କ ବ୍ୟତୀତ ଅନ୍ୟ କୌଣସି ବି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି । ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟକୁ ସାମ୍ନା କରି ଆସୁଥିବା ବେଳେ ଆସନ୍ତା ପାକିସ୍ତାନ ବିରୋଧରେ ମ୍ୟାଚ୍‌କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଧିନାୟକ ପ୍ୟାଟ୍‌ କମିନ୍ସ । ପାକିସ୍ତାନ ବିରୋଧରେ ଜିତିବାକୁ ହେଲେ ଦଳକୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ସେ ପ୍ରି-ମ୍ୟାଚ୍‌ ପ୍ରେସ କନଫରେନ୍ସରେ କହିଛନ୍ତି ।

ଏହା ବି ପଢନ୍ତୁ- Cricket World Cup 2023: ଅଧିକ ୱିକେଟ୍‌ ଲକ୍ଷ୍ୟରେ ଜାମ୍ପା, ଇକୋନୋମି ପାଇଁ ନାହିଁ ଚିନ୍ତା

ଏନେଇ ଅଧିନାୟକ କମିନ୍ସ କହିଛନ୍ତି, "ଆପଣ ଜାଣିଥିବେ ବେଙ୍ଗାଲୁରୁ ଭଳି ଷ୍ଟାଡିୟମରେ ଅଧିକ ସ୍କୋର ହେବ ବୋଲି ମୁଁ ସାହାସର ସହିତ କହିପାରିବି । କାରଣ ଏହା ଏକ ଛୋଟ ଷ୍ଟାଡିୟମ । ଏଠାକାରା ପିଚ୍‌ ସବୁବେଳେ ଭଲ ଥାଏ । ଏଣୁ ବ୍ୟାଟିଂ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । ସେମାନେ (ପାକିସ୍ତାନ) ଶ୍ରୀଲଙ୍କା ବିରୋଧରେ ଯେପରି ଉତ୍ତମ ପ୍ରଦର୍ଶନ କରିଛନ୍ତି, ତେଣୁ ଆମ ଲାଗି ପାକିସ୍ତାନର ବ୍ୟାଟିଂ ବେଶ ଗୁରୁତ୍ବପୂର୍ଣ୍ଣ ରହିବ । "

ଗତ ମ୍ୟାଚ୍‌ରେ ମିଚେଲ ମାର୍ସ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଦଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଦଳ ଏଯାବତ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ପ୍ରଥମ ୨ଟି ମ୍ୟାଚରେ ପରାଜୟ ବରଣ କରିଥିଲେ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଓପନରଙ୍କ ବ୍ୟାଟ୍‌ ସେତେଟା ଚାଲୁନଥିବା ବେଳେ ଆସନ୍ତା ମ୍ୟାଚ୍‌ରେ ଓପନର ଦ୍ବୟ ଭଲ କରିବେ ବୋଲି ଅଧିନାୟକ କମିନ୍ସ ଆଶା ରଖିଛନ୍ତି । ଏ ନେଇ ସେ କହିଛନ୍ତି, " ଆପଣ ଜାଣନ୍ତି ଗତ ମ୍ୟାଚରେ ମିଚି (ମିଚେଲ ମାର୍ସ) ଏବଂ ଡେଭି (ଡେଭିଡ ୱାର୍ଣ୍ଣର) ପ୍ରଥମ ଓଭରରୁ ଖେଳକୁ ଆଗେଇ ନେଇଥିଲେ । ଠିକ୍‌ ଏହା ହିଁ ଆମେ ଆଶା କରୁଛୁ । ସେମାନେ ବହୁ ପରିଶ୍ରମ କରୁଛନ୍ତି । ସେମାନେ ସଠିକ ପ୍ରଦର୍ଶନ କରୁଛନ୍ତି । ଆସନ୍ତା ମ୍ୟାଚ୍‌ରେ ସେମାନେ ଭଲ ରନ୍‌ ସଂଗ୍ରହ କରିବେ ବୋଲି ମୁଁ ଆଶାବାଦୀ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.