ETV Bharat / sports

ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି, 38 ରନରେ ହାରିଲା ଭାରତ

author img

By ETV Bharat Odisha Team

Published : Dec 7, 2023, 7:46 AM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ 38 ରନରେ ପରାସ୍ତ ହୋଇଛି ଭାରତ । ଅଧିକ ପଢନ୍ତୁ

womens india vs england first t20
ଭାରତ ବନାମ ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି

ମୁମ୍ବାଇ: ଘରୋଇ ମହିଳା ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଟି-ଟେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ 38 ରନରେ ପରାସ୍ତ ହୋଇଛି ଭାରତୀୟ ମହିଳା କ୍ରିକେଟ ଦଳ । ଶେଫାଳି ବର୍ମାଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମ ମ୍ୟାଚ ହାରିଛି । 77ରନର ଇନିଂସ ସହ ଗୋଟିଏ ୱିକେଟ ନେଇଥିବା ସ୍କିଭର ବ୍ରଣ୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ବିଜୟ ସହ ଇଂଲଣ୍ଡ 3 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । ଭାରତର ସ୍ପିନର ସାଇକା ଇଶାକ ଓ ଶ୍ରେୟଙ୍କା ପାଟିଲ ପଦାର୍ପଣ କରିଥିଲେ ।

ଇଂଲଣ୍ଡ ବ୍ୟାଟିଂ: ଭାରତ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡର ସୋଫିଆ ଡଙ୍କଲି ଓ ଆଲିସ କ୍ୟାପସି ଓପନିଂ କରିଥିଲେ । ଭାରତର ପେସ୍‌ ବୋଲର ରେଣୁକା ସିଂହ ପ୍ରଥମ ଓଭରରେ ଦୁଇ ଜଣଙ୍କୁ ପାଭିଲିୟନ ପଠାଇଥିଲେ । ସୋଫିଆ 1 ଓ ଆଲିସ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ । ଅନ୍ୟ ଓପନର ଡାନିଏଲା ୱାଟଙ୍କ ସହ ଅଲରାଉଣ୍ଡର ସ୍କିଭର ବ୍ରଣ୍ଟ ସ୍ଥିତି ସମ୍ଭାଳି ଖେଳିଥିଲେ । ଉଭୟ କ୍ରିଜରେ ସେଟ ହେବା ପରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ତୃତୀୟ ୱିକେଟରେ 139 ରନର ଭାଗିଦାରୀ ଗଠନ ହୋଇଥିଲା । 16ତମ ଓଭରରେ ଇଶାକ ଏହି ଯୋଡି ଭାଙ୍ଗିଥିଲେ । ଦଳୀୟ ସ୍କୋର 104 ବେଳେ ଡାନିଏଲା ୱାଟ 75ରନ କରି ଆଉଟ ହୋଇଥିଲେ । ସେ 45 ବଲରେ 8ଟି ଚୌକା ଓ 2ଟି ଛକା ସହିତ 75 ରନ କରିଥିଲେ । ଏହାପରେ ହିଥର ନାଇଟ 6 ରନ୍‌ କରି ଶ୍ରେୟଙ୍କାଙ୍କ ଶିକାର ହୋଇଥିଲେ । ଏହାପରେ ପରେ ବ୍ରଣ୍ଟ ରେଣୁକାଙ୍କ ଶିକାର ହୋଇଥିଲେ । ସେ 53 ବଲ ଖେଳି 13ଟି ଚୌକା ସହ 77 ରନ କରିଥିଲେ । ଅନ୍ତିମ ଭାଗରେ ଆମି ଜୋନ୍ସ 9ଟି ବଲରୁ ଉପଯୋଗୀ 23 ରନ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆମି ଏଲେନ ଜୋନ୍ସ 23 ରନ କରି ଶ୍ରେୟଙ୍କାଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଇଂଲଣ୍ଡ 6 ୱିକେଟ ହରାଇ 197 ରନ କରିଥିଲା । ଭାରତ ପକ୍ଷରୁ ରେଣୁକା ସିଂହ 3ଟି ଶ୍ରେୟଙ୍କା ପାଟିଲ 2ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...ରବି ବିଷ୍ଣୋଇ No.1 ଟି୨୦ ବୋଲର, ଆଇସିସି ରାଙ୍କିଂରେ ଟିମ୍‌ ଇଣ୍ଡିଆର ଦବଦବା

ଭାରତ ବ୍ୟାଟିଂ: 198ର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧନା 20ରନ ଭାଗିଦାରୀ ଗଢିଥିଲେ । ମନ୍ଧାନା 6 ରନ କରି ଆଉଟ ହୋଇଥିଲେ । ସେଫାଳି ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦ୍ବିତୀୟ ୱିକେଟରେ ଜେମିମା ରୋଡ୍ରିଗ୍ସ 4 ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 41ରେ ଭରତର 2ଟି ୱିକେଟ ପତନ ହୋଇସାରିଥିଲା । ଶେଫାଳି ସ୍ଥିତି ସମ୍ଭାଳି ଖେଳିଥିଲେ । ଅଧିନାୟିକ ହର୍ମନପ୍ରୀତ କୌର କ୍ରିଜରେ ଯୋଗ ଦେବା ପରେ ଦଳୀୟ ସ୍କୋର ଆଗେଇଥିଲା । ଭୟର 41ରନର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର 82ରେ ହର୍ମନପ୍ରୀତ 26ରନ କରି ଆଉଟ ହୋଇଥିଲେ । ଦଳ ସଙ୍କଟରେ ପଡିଯାଇଥିଲା । ଶେଫାଳିଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ୱିକେଟ ହରାଇ ଚାଲିଥିଲା । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ରିଚା ଘୋଷ 21 ରନ, କନିକା ଆହୁଡା 15 ରନ କରିଥିଲେ । ଶେଫାଳି 52ରନ କରି ଆଉଟ ହେବା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । ପୂଜା ବସ୍ତ୍ରାକାର ଓ ଦୀପ୍ତି ଶର୍ମା ଦଳୀୟ ସ୍କୋରକୁ 159ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ସୋଫି ଏକ୍ଲଷ୍ଟୋନ 3ଟି ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.