ETV Bharat / sports

ମହିଳା ଦିବାରାତ୍ର ଟେଷ୍ଟ: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଭାରତ ୧୧୪/୧ - India vs Australia

ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳରେ ବାଧକ ସାଜିଲା ବର୍ଷା । ଅଧିକ ପଢନ୍ତୁ...

Women's Day/Night Test: India reach 114/1 vs Australia as rain stops play
ମହିଳା ଦିବାରାତ୍ର ଟେଷ୍ଟ: ମାନ୍ଧାନାଙ୍କ ଦମଦାର ଅର୍ଦ୍ଧଶତକ, ଭାରତ ୧୧୪/୧
author img

By

Published : Sep 30, 2021, 4:57 PM IST

ଗୋଲ୍ଡ କୋଷ୍ଟ: ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଖେଳରେ ବାଧକ ସାଜିଲା ବର୍ଷା । ଡିନର ବ୍ରେକ ସୁଦ୍ଧା ଭାରତର ସ୍କୋର ୧୦୧/୧ ରହିଥିଲା । ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ଭାରତ ପକ୍ଷରୁ ଦମଦାର ଆରମ୍ଭ କରିଥିଲେ ।

କୁଇନ୍ସଲ୍ୟାଣ୍ଡର କାରାରା ଓଭାଲରେ ଖେଳାଯାଉଥିବା ଏକମାତ୍ର ପିଙ୍କ୍‌ ବଲ ଟେଷ୍ଟର ପ୍ରଥମ ଦିନ ଖେଳର ପ୍ରଥମ ସେସନରେ ଦୁଇ ଓପନର ଘରୋଇ ବୋଲରଙ୍କୁ ନିରାଶ କରିଥିଲେ । ଉଭୟଙ୍କ ମଧ୍ୟରେ ୯୩ ରନ୍‌ର ଭାଗିଦାରୀ ହୋଇଥିଲା ।

ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୦୧/୧ରହିଥିଲା । ମାନ୍ଧାନା 64* ଓ ପୁନମ ରାଉତ ୧* କ୍ରିଜ୍‌ରେ ଅପରାଜିତ ରହିଥିଲେ ।

ଶେଫାଳା ବର୍ମା ୩୧ ରନ୍‌ରେ ଆଉଟ୍‌ ହୋଇଥିଲେ । ତେବେ ଡିନର ବ୍ରେକ୍‌ ପରେ ବର୍ଷା ଖେଳରେ ବାଧା ସାଜିଥିଲା । ମାନ୍ଧାନା ୭୦ ରନ୍‌ରେ ବ୍ୟାଟିଂ କରୁଥିବାବେଳେ ପୁନମ ୮ ରନ୍‌ କରିଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ କ୍ୟାପଟେନ ମେଗ ଲାନିଙ୍ଗ୍‌ ଟସ୍‌ ଜିତି ଏକମାତ୍ର ପିଙ୍କବଲ୍‌ ଟେଷ୍ଟରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.