ETV Bharat / sports

Women U19 T20 World Cup: କ୍ରିକେଟର ସୋନମଙ୍କ ଗାଁରେ ସେଲିବବ୍ରେସନ ମାହୋଲ - celebration firozabad crickter sonam yadav

ଉତ୍ତରପ୍ରଦେଶ ଫିରୋଜାବଦର କ୍ରିକେଟର ସୋନମ ଯାଦବ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ତେବେ ଫାଇନାଲ ମ୍ୟାଚରେ ସୋନମଙ୍କୁ ଟିଭିରେ ଦେଖି ଫିରୋଜାବାଦନିବାସୀ ବେଶ୍ ଗର୍ବିତ ବୋଲି କହିଛନ୍ତି । ଅଧିକ ପଢନ୍ତୁ

କ୍ରିକେଟର ସୋନମଙ୍କ ଗାଁରେ ସେଲିବବ୍ରେସନ
କ୍ରିକେଟର ସୋନମଙ୍କ ଗାଁରେ ସେଲିବବ୍ରେସନ
author img

By

Published : Jan 30, 2023, 5:27 PM IST

Women U19 T20 World Cup : କ୍ରିକେଟର ସୋନମଙ୍କ ଗାଁରେ ସେଲିବବ୍ରେସନ ମାହୋଲ

ଫିରୋଜାବାଦ: ଇତିହାସ ରଚିଲା 19 ବର୍ଷରୁ କମ ଭାରତୀୟ ମହିଳା କ୍ରିକେଟ ଦଳ । ଟି ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡକୁ ମାତ ଦେଇ ବିଶ୍ବ ବିଜୟୀ ଟାଇଟଲ ହାତେଇଲା ଭାରତ । ଫାଇନାଲ ମ୍ୟାଚରେ ସାତ ଓ୍ବିକେଟରେ ଇଂଲଣ୍ଡକୁ ପରାସ୍ତ କରି 19 ବର୍ଷରରୁ କମ୍‌ ଟି-20 ବିଶ୍ବକପର ଚମ୍ପିଆନ ହୋଇ ପାରିଛି ଭାରତୀୟ ମହିଳା ଦଳ । ଏହି ଅବସରରେ କ୍ରିକେଟର ସୋନମ ଯାଦବଙ୍କ ଘରେ ଖୁସିର ମାହୋଲ ଦେଖାଦେଇଛି । ଉତ୍ତରପ୍ରଦେଶ ଫିରୋଜାବଦର କ୍ରିକେଟର ସୋନମ ଯାଦବ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଫାଇନାଲ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ଅଲରାଉଣ୍ଡ ଖେଳାଳି ଭାବରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ । ସୋନମ ଯାଦବ ବାମହାତୀ ସ୍ପିନ ବୋଲର ଏବଂ ଡାହାଣହାତୀ ବ୍ୟାଟର । ତେବେ ଫାଇନାଲ ମ୍ୟାଚରେ ସୋନମଙ୍କୁ ଟିଭିରେ ଦେଖି ଫିରୋଜାବାଦନିବାସୀ ବେଶ୍ ଗର୍ବିତ ବୋଲି କହିଛନ୍ତି ।

  • My daughter has worked very hard to reach where she is. Her hard work has paid off. I am very happy that my daughter has made the country proud: Guddi Devi, cricketer Sonam Yadav's mother, on India's victory in the Under-19 Women's World Cup pic.twitter.com/JudNfPv22E

    — ANI (@ANI) January 29, 2023 " class="align-text-top noRightClick twitterSection" data=" ">

କ୍ରିକେଟର ସୋନମ ଯାଦବଙ୍କ ବାପା ଏକ କାରଖାନାରେ କାମ କରନ୍ତି ଏବଂ ମା ଗୃହିଣୀ । ମା ଗୁଡି ଦେବୀ କହିଛନ୍ତି, "ସୋନମର ଏହି ସଫଳତାର ଶ୍ରେୟ ସେ ନିଜେ । ଏହି ସଫଳତାର ପାହାଚ ଚଢିବାକୁ ସୋନମ ବହୁତ କଠିନ ପରିଶ୍ରମ କରିଥିଲା । ଆଜି ଏହି ବିଜୟ ତାର କଠିନ ପରିଶ୍ରମର ଫଳ । ସୋନମ ଦେଶକୁ ବିଜୟ ଭେଟି ଦେଇଛି । ଏଥିପାଇଁ ମୁଁ ବେଶ୍ ଗର୍ବିତ । " ସେପଟେ ସୋନମଙ୍କ ବାପା କହିଛନ୍ତି, "ଭାରତୀୟ ଟିମର ଫାଇନାଲ ମ୍ୟାଚ ଦେଖିବା ପାଇଁ ଘର ସାମ୍ନାରେ ଏକ ବଡ ଟିଭିର ବ୍ୟବସ୍ଥା କରାଯାଇଥିଲା । ମ୍ୟାଚ ଦେଖିବା ପାଇଁ ପଡୋଶୀ ଏବଂ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଥିଲା । ଟେଲିଭିଜନରେ ସୋନମକୁ ଟିଭିରେ ଦେଖି ସ୍ଥାନୀୟବାସୀ ବହୁତ ଗର୍ବ ଅନୁଭବ କରିଥିଲେ ।" ସେପଟେ ସୋନଙ୍କ ଭାଇ କହିଥିଲେ ସୋନମଙ୍କର କ୍ରିକେଟ ପ୍ରତି ଦୁର୍ବଳତା ଥିବା ଦେଖି ତାଙ୍କୁ କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ କରାଇଥିଲେ । ଅଣ୍ଡର ୧୯ ମହିଳା ଟିମର ଭାରତୀୟ କ୍ରିକେଟର ସୋନମ ଯାଦବଙ୍କ ଦମଦାର ପ୍ରଦର୍ଶନ ପରେ ସ୍ଥାନୀୟବାସୀ ତାଙ୍କର ଆସିବା ବାଟକୁ ଅପେକ୍ଷା କରିଛନ୍ତି । ସେମାନେ କହିଛନ୍ତି ସୋନମ ଗାଁକୁ ଆସିଲେ ତାଙ୍କୁ ଭବ୍ୟ ଆୟୋଜନ ସହ ସ୍ବାଗତ କରାଯିବ ।

ଭାରତୀୟ 19 ବର୍ଷରୁ କମ ମହିଳା ଟିମ୍‌ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚମ୍ପିଆନ ହୋଇ ପାରିଛି । ଗତକାଲି ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.