ବୁଲନ୍ଦସହର: ଭାରତୀୟ 19 ବର୍ଷରୁ କମ ମହିଳା ଟିମ୍ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚମ୍ପିଆନ ହୋଇ ପାରିଛି । ଗତକାଲି ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା । ଏହି ଅବସରରେ ଟିମ ଇଣ୍ଡିଆକୁ ଛୁଟିଛି ଶୁଭେଚ୍ଛାର ସୁଅ । ଖେଳାଳିଙ୍କ ପରିବାରରେ ଖେଳିଯାଇଛି ଖୁସିର ମାହୋଲ । ଟିମ ଇଣ୍ଡିଆର ବିଜୟକୁ ବାଜା ବଜାଇ, ବାଣ ଫୁଟାଇ ସେଲିବ୍ରେସନ କରୁଛନ୍ତି ପରିବାର ଲୋକେ । ସ୍ପିନର ପାର୍ଶ୍ବଭି ଚୋପ୍ରାଙ୍କ ମାତା ପିତା ଖୁସିରେ ନାଚିଥିବା ନଜର ଆସିଛି ।
-
It was a historic win. The women's team made the whole country proud and I am happy that my daughter is a part of that team and its success story: Gaurav Chopra, father of cricketer Parshavi Chopra pic.twitter.com/UAhFLgV7Go
— ANI (@ANI) January 29, 2023 " class="align-text-top noRightClick twitterSection" data="
">It was a historic win. The women's team made the whole country proud and I am happy that my daughter is a part of that team and its success story: Gaurav Chopra, father of cricketer Parshavi Chopra pic.twitter.com/UAhFLgV7Go
— ANI (@ANI) January 29, 2023It was a historic win. The women's team made the whole country proud and I am happy that my daughter is a part of that team and its success story: Gaurav Chopra, father of cricketer Parshavi Chopra pic.twitter.com/UAhFLgV7Go
— ANI (@ANI) January 29, 2023
ଅଣ୍ଡର ୧୯ ମହିଳା ବିଶ୍ବକପ ଟାଇଟଲ ଭାରତ ହାତେଇବା ପରେ ସ୍ପିନର ପାର୍ଶ୍ବଭି ଚୋପ୍ରାଙ୍କ ଘରେ ସେଲିବ୍ରେସନକ ମାହୋଲ ଦେଖାଦେଇଛି । ଏହି ଅବସରରେ ପାର୍ଶ୍ବଭିଙ୍କ ପିତା ଗୌରବ ଚୋପ୍ରା କହିଛନ୍ତି, "ଏହା ଟିମ ଇଣ୍ଡିଆର ଐତିହାସିକ ବିଜୟ । ଝିଅର ଏହି ସଫଳତାକୁ ନେଇ ମୁଁ ବେଶ୍ ଗର୍ବିତ ।" ଏହା ସହିତ ପାର୍ଶ୍ବଭିଙ୍କ ପିତା ଆହୁରି ମଧ୍ୟ କହିଛନ୍ତି ଯେ କ୍ରିକେଟ ଆମ ପରିବାର ରକ୍ତରେ ରହିଛି । ପାର୍ଶ୍ବଭିଙ୍କ ଦାଦା ଏବଂ ମୁଁ ଆମେ ଦୁଇ ଜଣ କ୍ଲବ କ୍ରିକେଟ ଖେଳିଛୁ । ଝିଅ ଆଜି ଦେଶ ପାଇଁ ଖେଳି ବିଶ୍ବକପ ଆଣିଛି । ଏହାଠାରୁ ଗର୍ବର ବିଷୟ ଆଉ କଣ ହୋଇପାରେ । ସେପଟେ ପାର୍ଶ୍ବଭିଙ୍କ ଜେଜେବାପା ପର୍ଶୁରାମ ଚୋପ୍ରା ଏହି ଅବସରରେ ଭାବବିହ୍ବଳ ହେବାର ନଜର ଆସିଥିଲେ । ସେ କହିଥିଲେ ପାର୍ଶ୍ବଭି ଆମ ପରିବାରର ଏକମାତ୍ର ଅଲିଅଳି ଝିଅ । ଯାହା ମୁଁ ଆଉ ମୋ ପୁଅ କରିପାରିନଥିଲେ ତାହା ଆଜି ନାତୁଣୀ କରି ଦେଖାଇଛି ।
ଭାରତୀୟ ମହିଳା ଅଣ୍ଡର-19 କ୍ରିକେଟ ଟିମ ବିଶ୍ବ ବିଜେତା ହୋଇଛି । ଟି20 ବିଶ୍ବକପ ହାତେଇ ଇତିହାସ ରଚିଛି ମହିଳା ଅଣ୍ଡର-19 କ୍ରିକେଟ ଟିମ । ରବିବାର ପ୍ରତିପକ୍ଷ ଇଂଲଣ୍ଡକୁ 7 ୱିକେଟରେ ହରାଇ ଏହି କୀର୍ତ୍ତିମାନ ହାସଲ କରିଛି ଟିମ ଇଣ୍ଡିଆ । ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା ।