ETV Bharat / sports

Women Ind vs Sri ODI: ଭାରତର କ୍ଲିନ ସୁଇପ - ଭାରତ ବନାମ ଶ୍ରୀଲଙ୍କା

ରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ମହିଳା ଦଳ । 3-0ରେ ସରିଜ ମୂଳପୋଛ କରି ନେଇଛି ଭାରତ । ଅଧିକ ପଢନ୍ତୁ

Women Ind vs Sri ODI: ଭାରତର କ୍ଲିନ ସୁଇପ
Women Ind vs Sri ODI: ଭାରତର କ୍ଲିନ ସୁଇପ
author img

By

Published : Jul 8, 2022, 11:34 AM IST

ପାଲିକେଲ: ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ମହିଳା ଦଳ । 3-0ରେ ସରିଜ ମୂଳପୋଛ କରି ନେଇଛି ଭାରତ । ଗୁରୁବାର ଅନୁଷ୍ଠିତ ତୃତୀୟ ଦିନିକିଆରେ 39 ରନରେ ପରାସ୍ତ ହୋଇଛି ଶ୍ରୀଲଙ୍କା । ଅଲରାଉଣ୍ଡର ପ୍ରଦର୍ଶନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ଅଧିନାୟିକା ହରମନପ୍ରୀତ କୌର ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ 9 ୱିକେଟ ହରାଇ 255 ରନ କରିଥିଲା । ଓପନର ସ୍ମୃତି ମନ୍ଧନା ଦଳୀୟ ସ୍କୋର 30 ବେଲେ 6 ରନ କରି ଆଉଟ ହୋଇଥିଲେ । ସେଫାଳି ବର୍ମା 49 ଏବଂ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିବା ୟସ୍ତିକା ଭାଟିଆ 30 ରନ ଯୋଗ କରିଥିଲେ । ମଧ୍ୟଭାଗରେ ହର୍ଲିନ ଦେୱଲ (1), ଦୀପ୍ତି ଶର୍ମା (4) ଓ ରିଚା ଘୋଷ (2) ରନ କରି ଆଉଟ ହୋଇଥିଲେ । ହରମନପ୍ରୀତ 88 ବଲରୁ 75 ରନ ( 7 ଚୌକା, 2 ଛକା) ଏବଂ ପୂଜା ବସ୍ତ୍ରାକାର ଅପରାଜିତ 56 ରନ କରିଥିଲେ । ଦଳୀୟ ସ୍କୋର 255ରେ ପହଞ୍ଚିଥିଲା ।

256 ରନ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ଓପନର ଚମାରୀ ଆଟାପାଟୁ 44, ହସିନୀ ପେରେରା 39 ଏବଂ ନୀଳାକ୍ଷୀ ଡି' ସିଲଭା ଅପରାଜିତ 48 ରନ ସଂଗ୍ରହ କରିଥିଲେ । ଅନ୍ୟ ବ୍ୟାଟରଙ୍କ ବିଫଳତା ପାଇଁ ଦଳର ରନ ଗାଡି 216ରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ରାଜେଶ୍ବରୀ ଗାଏକ୍ବାର୍ଡ 3ଟି, ମେଘନା ସିଂ ଓ ପୂଜା 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.