ETV Bharat / sports

IndW vs BanW 2nd ODI: ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

author img

By

Published : Jul 19, 2023, 11:20 AM IST

ଘରୋଇ ମହିଳା ବାଂଲାଦେଶ ଓ ଭାରତ ମଧ୍ୟରେ ଆଜି ଦ୍ବିତୀୟ ଦିନିିକିଆ ଖେଳାଯାଉଛି । ବାଂଲାଦେଶ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଭାରତ ବ୍ୟାଟିଂ କରୁଛି । ଅଧିକ ପଢନ୍ତୁ

ଟସ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି
IndW vs BanW 2nd ODI

ଢାକା: ମହିଳା ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଆଜି ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ ଜିତି ଘରୋଇ ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଘରୋଇ ଦଳ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତୀୟ ଦଳର ମନୋବଳ ଦୁର୍ବଳ ରହିଥିଲେ ବି ଦ୍ବିତୀୟ ଦିନିକିଆ ଜିତି 1-1ରେ ସ୍ଥିତି ରଖିବାକୁ ପ୍ରୟାସ କରିବ ଭାରତୀୟ ଦଳ ।

ଖବର ଲେଖା ହେବା ସୁଦ୍ଧା 27 ଓଭର ଖେଳା ସମାପ୍ତ ହୋଇଛି । ଭାରତ 101ରନରେ 3 ୱିକେଟ ହରାଇଛି । ଦଳୀୟ ସ୍କୋର 7ରନରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ପୂଜା ପୁନିଆ ବ୍ୟକ୍ତିଗତ 13 ରନ କରି ମରୁଫା ଅଖତରଙ୍କ ବଲରେ ଆଉଟ ହୋଇ ସଅଳ ପାଭିଲିୟନ ଫେରିଛନ୍ତି । ଏହା ପରେ ସ୍ମୃତି ମାନ୍ଧାନା ୟାସ୍ତିକା ଭାଟିଆ ବ୍ୟାଟିଂ ଜାରି ରଖିଥିଲେ । 10ତମ ଓଭରରେ ୟାସ୍ତିକା ଭାଟିଆ 23 ବଲରେ 15 ରନ କରି ଆଉଟ ହୋଇଥିଲେ । ଏହାପରେ ଉପଅଧିନାୟିକା ସ୍ମୃତି ମାନ୍ଧାନା ବ୍ୟକ୍ତିଗତ 36 ରନ କରି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ...IndW vs BanW 1st ODI: ଇତିହାସ ରଚିଲା ବାଂଲାଦେଶ, ପ୍ରଥମ ଥର ପାଇଁ ହାରିଲା ଭାରତ

ଭାରତୀୟ ଚୂଡାନ୍ତ ଏକାଦଶ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧନା (ଉପଅଧିନାୟିକା), ପ୍ରିୟା ପୁନିଆ, ଜେମିମା ରୋଡ୍ରିଗ୍ସ, ଦେବିକା ବୈଦ୍ୟ, ୟାସ୍ତିକା ଭାଟିଆ, ଦିପ୍ତୀ ଶର୍ମା, ହର୍ରଲିନ ଦେଓଲ, ଅମନଜୌତ କୌର, ସ୍ନେହ ରଣା, ମେଘା ସିଂହ ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ନିଗାର ସୁଲତାନ, ନାହିଦା ଅଖତର, ରିତୁ ମୋନି, ଏନ ଖାତୁନ, ଏଫ ଖାତୁନ, ମରୁଫା ଅଖତର, ଏଫ ହକ, ସୁଲତାନ ଖାତୁନ, ରାବେୟା ଖାନ, ଏସ ଅଖତର, ଏଲ ମଣ୍ଡୋଲ ।

ପ୍ରକାଶ ଥାଉ କି, ଘରୋଇ ବାଂଲାଦେଶ ବିପକ୍ଷ ଦିିନିକିଆରେ ପରାସ୍ତ ହୋଇଥିବା ଭାରତ । ପ୍ରଥମ ଥର ପାଇଁ ଭାରତକୁ ଦିନିକିଆରେ ପରାସ୍ତ କରିଥିବା ବାଂଲାଦେଶ । ୨-୧ରେ ଟି୨୦ ସିରିଜ୍‌ କବ୍‌ଜା କରିବା ପରେ ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ 16 ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୀରପୁରରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ବର୍ଷା କାରଣରୁ ଉଭୟ ଦଳ ୫୦ ଓଭର ବଦଳରେ ୪୪ ଓଭର ଲେଖାଏଁ ଖେଳିଥିଲେ । ଏହି ମ୍ୟାଚରେ ଘରୋଇ ଦଳ ଭାରତକୁ 40 ରନରେ ପରାସ୍ତ କରିଥିଲା । ଆଜି ଦ୍ବିତୀୟ ଦିନିକିଆ ଜିତି 3 ମ୍ୟାଚ ବିଶିଷ୍ଟି ସିରିଜକୁ 1-1 କରିବାକୁ ପ୍ରୟାସ କରିବ ମହିଳା ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.