ETV Bharat / sports

India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ

author img

By

Published : Jul 12, 2023, 7:46 AM IST

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତ 8ରନରେ ବିଜୟ ହାସଲ କରିଛି । ଏହା ସହିତ ଆଗୁଆ ସିରିଜ କବଜା କରିଛି ମହିଳା ଭାରତୀୟ ଦଳ । ଅଧିକ ପଢନ୍ତୁ

India vs Bangladesh 2nd T20
India vs Bangladesh

ଢାକା: ମାତ୍ର 96 ରନର ବିଜୟ ଲକ୍ଷ୍ୟ ଥିଲା ମାତ୍ର ଫେଲ୍‌ ମାରିଲା ଘରୋଇ ବାଂଲାଦେଶ । ସ୍ପିନର ଦିପ୍ତୀ ଶର୍ମାଙ୍କ ବୋଲିଂ ଜାଲରେ ଫସିଗଲେ ବାଂଲାଦେଶ ବ୍ୟାଟର । ଫଳରେ ଶେଷ ଓଭରରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ । ବାଂଲାଦେଶ ଟୁରରେ ଥିବା ମହିଳା ଭାରତୀୟ କ୍ରିକେଟ ଦଳ ଆଗୁଆ ଟି-ଟ୍ବେଣ୍ଟି ସିରିଜ କବାଜ କରିଛି । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିକୁ 8ରନରେ ଜିତି ଆଗୁଆ ଟି-ଟ୍ବେଣ୍ଟି ସିରିଜ ସିଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ।

ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ରନ 100 ଛୁଇଁ ନଥିଲେ ସୁଦ୍ଧା ବୋଲିଂରେ ସେଫାଳି ବର୍ମା ଓ ଦିପ୍ତୀ ଶର୍ମାଙ୍କ କରାମତି ଯୋଗୁଁ ଭାରତ ମ୍ୟାଚ ଜିତିଛି । ଦିପ୍ତୀ ଶର୍ମା 3 ୱିକେଟ ଅକ୍ତିଆର କରିଥିବାରୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚକୁ 7 ରନରେ ଜିତିଥିଲା ଭାରତ । 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜରେ ଭାରତ 2-0ରେ ଆଗୁଆ ରହିଛି ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହର୍ମନପ୍ରୀତ କୌର । ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର 33ରେ ସ୍ମୃତି ମାନ୍ଧନା 13ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ତୁରନ୍ତ ସେଫାଳି ବର୍ମା 19ରନ କରି ଆଉଟ ହୋଇଥିଲେ । ଏହାପରେ ପୁଣି ହର୍ମନପ୍ରୀତ ଖାତା ଖୋଲି ନପାରି ସୁଲତାନା ଖାତୁନଙ୍କ ଶିକାର ହୋଇଥିଲେସ । 33 ରନରେ ଭାରତ 3ଟି ୱିକେଟ ହରାଇଥିଲା । ୟାସ୍ତିକା ଭାଟିଆ ଓ ଜେମିମା ସ୍ଥିତି ସମ୍ଭାଳିଥିଲେ ମାତ୍ର ଦଳୀୟ ସ୍କୋର 48ରେ 11ରନ କରି ପାଭିଲିୟନ ଫେରିଥିଲେ ୟାସ୍ତିକା । ପରେ ଦଳୀୟ ସ୍କୋର 58ରନରେ ଜେମିମା 8ରନ କରି ଆଉଟ ହୋଇଥିଲେ ।

ଭାରତର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ହରଲିନ ଦେଓଲ 21ବଲରୁ 6 ରନ, ଅନମଜୋତ କୌର 14 ଦିପ୍ତୀ ଶର୍ମା 10 ରନ ଓ ପୂଜା ବସ୍ତ୍ରାକାର ଅପରାଜିତ 12 ଓ ମିନ୍ନୁ ମାନି 4 ରନ କରିଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ 95 ରନ୍‌ କରିଥିଲା । ଘରୋଇ ଦଳରୁ 96 ରନର ଛୋଟିଆ ଟାର୍ଗେଟ ଦେଇଥିଲା । ବାଂଲାଦେଶ ପକ୍ଷରୁ ସୁଲତାନା ଖାତୁନ 21 ରନ ଦେଇ 3ଟି ୱିକେଟ ହାସଲ ଅକ୍ତିଆର କରିଥିଲେ ।

96 ରନର ସହଜ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଘରୋଇ ଦଳ । ତେବେ ବାଂଲାଦେଶ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 87ରନ ରେ ଆଲଆଉଟ ହୋଇଥିଲା । ଶେଷ ଓଭରରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ବାଂଲାଦେଶ ପକ୍ଷରୁ ଅଧିନାୟିକା ନିଗାର ସୁଲତାନା ସର୍ବାଧିକ 38 ରନ କରିଥିଲେ । ଆଉ କୌଣସି ବ୍ୟାଟର 2 ଅଙ୍କ ଛୁଇଁ ନଥିଲେ । ଦିପ୍ତୀ ଶର୍ମା ଓ ସେଫାଳି ବର୍ମା 3ଟି ଲେଖାଏଁ ୱିକେଟ ନେଇଥିଲେ । ମିନ୍ନୁ ମାନ୍‌ 2ଟି ଅନୁଷା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...IndW vs BanW 1st T20: ହରମନପ୍ରୀତଙ୍କ ମ୍ୟାଚ୍‌ ବିଜୟୀ ପାଳି, ୭ ୱିକେଟ୍‌ରେ ହାରିଲା ବାଂଲାଦେଶ

ICC T-20 ଟପ 10ରେ ହର୍ମନପ୍ରୀତ: ଆଇସିସି ପକ୍ଷରୁ ପ୍ରକାଶିତ ଟି-20 ରାକିଂରେ ଭାରତ ଅଧିନାୟିକା ହର୍ମନପ୍ରୀତ କୌର ଟପ-10କୁ ଫେରିଛନ୍ତି । ବାଂଲାଦେଶ ବିପକ୍ଷ ଚଳିଚ ଟି-ଟ୍ବେଣ୍ଟି ସିରିଜରେ ତାଙ୍କ ପ୍ରଦର୍ଶନ ମାନ୍ୟତା ବୃଦ୍ଧି କରିବାରେ ସହାୟକ ହୋଇଛି । ପ୍ରଥମ ଟି-ଟ୍ବେଣ୍ଟିରେ 35 ବଲର 54ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ । ସଦ୍ୟ ପ୍ରକାଶିତ ରାକିଂରେ ହର୍ମନପ୍ରୀତ 14ରୁ 10ରୁ ଉନ୍ନୀତ ହୋଇଛନ୍ତି । ବୋଲିଂରେ ଦିପ୍ତୀ ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.