ETV Bharat / sports

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ, ହୋଟେଲରେ ପୋଲିସର ଛାନଭିନ

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ କଟକରୁ ନିଖୋଜ ହୋଇଛନ୍ତି । ଏନେଇ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି କୋଚ । ଏତଲା ପରେ ହୋଟେଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ

author img

By

Published : Jan 13, 2023, 9:36 AM IST

Updated : Jan 13, 2023, 11:55 AM IST

Woman cricketer missing in cuttack
ମହିଳା କ୍ରିକେଟର ନିଖୋଜ
ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ

କଟକ: ମହିଳା କ୍ରିକେଟ ଖେଳାଳି ନିଖୋଜ । କଟକରୁ ଓସିଏ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ନିଖୋଜ ହୋଇଛନ୍ତି । କଟକର ଏକ ହୋଟେଲରୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଆଠଗଡ କପୁରସିଂ ଜଙ୍ଗଲରୁ ତାଙ୍କ ଗାଡି ଓ ହେଲମେଟ ମିଳିଛି । ତାଙ୍କ ନିଖୋଜ ନେଇ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି କୋଚ । ସିନିୟର ମହିଳା ଟିମର ଚୟନ ଲାଗି କ୍ୟାମ୍ପରେ ଯୋଗ ଦେଇଥିଲେ ରାଜଶ୍ରୀ । ହେଲେ ଟିମ ଚୟନରୁ ବାଦ ପଡ଼ିଥିଲେ ସେ । କୋଚଙ୍କ ଏତଲା ପରେ ହୋଟେଲରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ । ମହାବୀର ବାଲେକ୍ସି ହୋଟେଲ ରୁମ ନମ୍ବର 211ରେ ରହୁଥିଲେ ରାଜଶ୍ରୀ । ଏସିପି ଓ ଥାନା ଟିମ ହୋଟେଲରେ ପହଞ୍ଚି ତଦନ୍ତ କରୁଛନ୍ତି ।

ଓଡିଶା ଦଳରେ ସ୍ଥାନ ନ ପାଇ ନଥିଲେ ମହିଳା କ୍ରିକେଟର ରାଜଶ୍ରୀ । ଜାନୁଆରୀ 11 ତାରିଖରେ ବଜ୍ରକବାଟୀରେ ପଡିଥିବା କ୍ୟାମ୍ପରୁ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡିଛି । ତେବେ ଦଳରେ ସ୍ଥାନ ପାଇ ନଥିବା ନେଇ ରାଜଶ୍ରୀ ନିରାଶ ଥିବା ଅନୁମାନ କରାଯାଉଛି । ତାଙ୍କ ଫୋନ ସୁଇଚ ଅଫ୍ ଅଛି । ପରିବାର ଲୋକଙ୍କ ପାଖରେ ମଧ୍ୟ ରାଜଶ୍ରୀଙ୍କ ବିଷୟରେ କୌଣସି ସୂଚନା ନାହିଁ । ମଙ୍ଗଳବାଗ ଥାନାରେ ରାଜଶ୍ରୀଙ୍କ ନିଖୋଜ ନେଇ କୋଚ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ରାଜଶ୍ରୀଙ୍କ ଫୋନ ଟ୍ରେସ କରାଯାଇଛି । ଏତଲା ଆଧାରରେ ଗୋଟିଏ ଟିମ ଆଠଗଡ଼ ଯାଇଥିଲା ବେଳେ ଅନ୍ୟ ଏକ ଟିମ ହୋଟେଲ ଆସି ଛାନଭିନ ଜାରି ରଖିଛି ।

ଏହା ବି ପଢନ୍ତୁ...Hockey World Cup: ଆଜିଠୁ ହକି ମହାସମର, ସ୍ପେନ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ

ପୁରୀ ଜିଲ୍ଲା ରାମଚଣ୍ଡୀ ବାସିନ୍ଦା ଗୁଣନିଧି ପଣ୍ଡାଙ୍କ ଝିଓ ରାଜଶ୍ରୀ ସ୍ବାଇଁ । ପୁଡ଼ୁଚେରୀରେ ଆରମ୍ଭ ହେବାକୁ ଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟର ପ୍ରଥମ ତିନି ମ୍ୟାଚ ପାଇଁ 25 ଜଣ ମହିଳା ଖେଳାଳି କ୍ୟାମ୍ପ ପକାଯାଇଥିଲା । ଆସନ୍ତା 15 ତାରିଖରୁ ପୁଡୁଚେରୀ ଯିବାର ଯୋଜନା ଥିଲା । ଜାନୁଆରୀ 10 ତାରିଖରେ ଓଡିଶା ଦଳ ଘୋଷଣା କରାଯାଇଥିଲା । ସେଥିରେ ରାଜଶ୍ରୀ ସ୍ଥାନ ପାଇନଥିଲେ । ଏହା ପରେ 11 ତାରିଖରେ ସମସ୍ତ ଖେଳାଳି ଟାଙ୍ଗୀ ସ୍ଥିତ ଡ୍ରିମ୍ସ କଲେଜକୁ ଅଭ୍ୟାସ କରିବାକୁ ଯାଇଥିଲେ । ହେଲେ ରାଜଶ୍ରୀ କୋଚଙ୍କୁ ଘରକୁ ଯିବାକୁ କହି କେଉଁଆଡେ ଚାଲି ଯାଇଥିଲେ । କୋଚ ପୁଷ୍ପାଞ୍ଜଳୀ ବାନାର୍ଜୀ ସରକାର ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ଦଳରୁ ବାଦ ପଡିବା ନେଇ ଚାପରେ ଥିଲେ କି ରାଜଶ୍ରୀ ? ଏଠି ପ୍ରଶ୍ନ ଉଠୁଛି ରାଜଶ୍ରୀ ଘରକୁ ଯାଇ ନାହାନ୍ତି । ଦଳକୁ ଫେରି ନାହାନ୍ତି ତେବେ ରାଜଶ୍ରୀ ଗଲେ କେଉଁଆଡେ ।

ଏହା ବି ପଢନ୍ତୁ...ଭାରତକୁ ଆଟାକିଂ ଖେଳ ଖେଳିବାକୁ ପଡିବ, ସ୍ପେନ ସହିତ ହେବ ଦମଦାର ଲଢେଇ

ଇଟିଭି ଭାରତ,କଟକ

Last Updated : Jan 13, 2023, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.