ETV Bharat / sports

ଆଫଗାନ ମହିଳାଙ୍କୁ ଖେଳ ମନା, ତାଲିବାନକୁ କ୍ରିକେଟ ଅଷ୍ଟ୍ରେଲିଆର ଚେତାବନୀ

author img

By

Published : Sep 9, 2021, 9:33 PM IST

ଆଫଗାନିସ୍ତାନ ମହିଳାଙ୍କୁ କ୍ରିକେଟ୍ ସମେତ ଅନ୍ୟ କୌଣସି ଖେଳ ଖେଳିବାକୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ । ଅଧିକ ପଢନ୍ତୁ...

Will not host Afghanistan men's team next month if women are not allowed to compete: CA
ଆଫଗାନ ମହିଳାଙ୍କୁ ଖେଳ ମନା, ତାଲିବାନକୁ କ୍ରିକେଟ ଅଷ୍ଟ୍ରେଲିଆର ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ ପରେ ଅସଲ ରୂପ ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଫଗାନିସ୍ତାନ ମହିଳାଙ୍କୁ କ୍ରିକେଟ୍ ସମେତ ଅନ୍ୟ କୌଣସି ଖେଳ ଖେଳିବାକୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।

ତେବେ ମହିଳା କ୍ରିକେଟକୁ ବନ୍ଦ କରିବାର ପ୍ରଭାବ ପୁରୁଷ କ୍ରିକେଟ୍ ଟିମ ଉପରେ ପଡିବାକୁ ଯାଉଛି। ଯଦି ମହିଳାଙ୍କୁ ତାଲିବାନ ରାଜ୍‌ରେ ଖେଳିବାର ସୁଯୋଗ ନ ମିଳେ ତେବେ ଆସନ୍ତା ମାସରେ ପୁରୁଷ ଟିମ ସହ ଖେଳିବନି ଅଷ୍ଟ୍ରେଲିଆ ଟିମ । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଏକ ଘୋଷଣାନାମା ଜାରି କରି ସ୍ପଷ୍ଟ କରିଛି ।

ଚାଲିବାନର କଲ୍‌ଚରାଲ କମିଶନ ଅହମାଦୁଲ୍ଲା ୱାସିକ୍‌ ମହିଳାମାନେ କ୍ରିକେଟ ଖେଳିବା ଆବଶ୍ୟକ ନାହିଁ ବୋଲି କହିବାର ଦିନକ ପରେ କ୍ରିକେଟ ଅଷ୍ଟ୍ରେଲିଆ ଏପରି ସ୍ପଷ୍ଟୀକରଣ ରଖିଛି ।

"କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ବିଶ୍ବର ସମସ୍ତ ସ୍ଥାନରେ ମହିଳା କ୍ରିକେଟ'ର ପ୍ରସାର ଓ ଉନ୍ନତି ଗୁରୁତ୍ବପୂର୍ଣ୍ଣ । ଆମ ଦୃଷ୍ଟିକୋଣରେ କ୍ରିକେଟ ସମସ୍ତଙ୍କ ପାଇଁ, ପୁରୁଷ ମାନଙ୍କ ପାଇଁ ଯେତିକି, ସବୁସ୍ତରରେ ମହିଳା ମାନଙ୍କ ପାଇଁ ମଧ୍ୟ ବରାବର ।"

ଯଦି ମିଡିଆ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ମହିଳା କ୍ରିକେଟରୁ ସମର୍ଥନ ମିଳିବ ନାହିଁ ତେବେ ହୋର୍ବାଟରେ ପ୍ରସ୍ତାବିତ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ଆୟୋଜନରୁ ଓହରିବା ବ୍ୟତୀତ କ୍ରିକେଟ ଅଷ୍ଟ୍ରେଲିଆ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ନଭେମ୍ବର ୨୭ରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ହୋବାର୍ଟରେ ଏକମାତ୍ର ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.